ବ୍ୟାସସରୋବର ଠାରେ ଯାଦବ ମହାସଭାର ସାଧାରଣ ଅଧିବେଶନ ଅନୁଷ୍ଠିତ

ବ୍ୟାସନଗର; ୦୭/୦୩(ଶୁଭେନ୍ଦୁ ନାୟକଙ୍କ ଠାରୁ): ଯାଜପୁର ଜିଲ୍ଲା ବ୍ୟାସନଗର ସ୍ଥିତ ବ୍ୟାସସରୋବର ଠାରେ ଯାଦବ ମହାସଭାର ଏକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ ଯାଜପୁର ଜିଲ୍ଲା ତଥା ସମସ୍ତ ୧୦ଟି ବ୍ଲକ୍ ଏବଂ ଦୁଇଟି ମୁନିସିପାଲିଟିର ଯାଦବ ମହାସଭାର କର୍ମକର୍ତ୍ତା ଓ ସଦସ୍ୟ ମାନେ ସାମିଲ ହୋଇଥିଲେ । ମହାସଭାର ୩ୟ ବର୍ଷ ପୂରଣ ହୋଇଥିବାରୁ ଏହାର ସାଂଗଠନିକ ନିର୍ବାଚନ ଓ କର୍ମକର୍ତ୍ତା ଚୟନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସମଗ୍ର ଜିଲ୍ଲାରେ ଯାଦବ ମାନଙ୍କୁ ସଂଗଠିତ କରି ସେମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ ମହାସଭା ଗଠନ କରାଯାଇଥିବା କର୍ମକର୍ତ୍ତା ମାନେ ମନ୍ତବ୍ୟ ଦେଇଥିଲେ । ବିଗତ ଦିନରେ ଯାଦବ ମହାସଭା ପକ୍ଷରୁ ବିଭିନ୍ନ ସେବାମୂଳକ କାର୍ଯ୍ୟ ସମ୍ପଦିତ ହୋଇଥିବା ବେଳେ ଆଗାମୀ ଦିନରେ ଏହି ପ୍ରକ୍ରିୟା ଜାରି ରଖିବାକୁ କର୍ମକର୍ତ୍ତା ମାନେ ଆହ୍ବାନ ଜଣାଇଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close