ପ୍ରସାଦ ସେବନ କରି ୧୫୦ରୁ ଅଧିକ ଅସୁସ୍ଥ ଏଥି ମଧ୍ୟରୁ ୭୦ରୁ ଅଧିକ ଶିଶୁ

ବସ୍ତା;୦୬/୦୩( ମୃତ୍ୟଞ୍ଜୟ ବାରିକଙ୍କ ଠାରୁ) ଭୋଗଖାଇ ୧୫୦ରୁ ଅଧିକ ଅସୁସ୍ଥ।ଏଭଳି ଘଟଣା ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ରଘୁନାଥପୁର ଗ୍ରାମପଞ୍ଚାୟତ ଗିଲlଜୋଡି ଗାଁରେ ଘଟିଛି। ସୂଚନା ଅନୁଯାଇ ଗିଲାଯୁଡ଼ି ଗାଁ ଜେନା ସାହିରେ ମା ଭଗବତୀଙ୍କ ପୂଜା ଖୁବ ଆଡମ୍ବର ସହକାରେ ପାଳନ କରିବା ପରେ ପ୍ରସାଦ ସେବନ ହାଇଥିଲା। ଏଥିରେ 800ରୁ ଅଧିକ ଲୋକଙ୍କ ପାଇଁ ପ୍ରସାଦ ସେବନର ଆୟୋଜନ କରାଯାଇ ଥିଲା। ପ୍ରସାଦ ସେବନର ୨ରୁ ୩ଘଣ୍ଟା ପରେ କିଛି ଲୋକଙ୍କୁ ଝାଡା ବାନ୍ତି ଆରମ୍ଭ ହେଇଥିଲା। ଏଥିରେ ୧୫୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଥିଲେ.। ଅସୁସ୍ଥ ମାନଙ୍କୁ ଚିକିତ୍ସା ପାଇଁ ପାଉଁଶକୁଲି ଏବଂ ବସ୍ତା ଡାକ୍ତରଖାନାରେ ଭର୍ତି କରାଯାଇଛି। ଆକ୍ରାନ୍ତଙ୍କ ଚିକିତ୍ସା ଏବେ  ବି ଜାରି ରହିଛି ସୂଚନା ଅନୁଯାଇ ଆକ୍ରାନ୍ତ ମାନଙ୍କ ମଧ୍ୟରୁ ୭୦ରୁ ଅଧିକ ଶିଶୁ ଥିବାର ଜଣାପଡିଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close