ବ୍ୟାସନଗର ମ୍ୟୁନିସିପାଲଟି ଟାଉନ ହଲ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମ ଜୟନ୍ତୀ ପାଳିତ

ବ୍ୟାସନଗର;୦୫/୦୩(ଉ.ପ୍ର): କୋରେଇ ନିର୍ବାଚନ ମଣ୍ଡଳୀ ବ୍ୟାସନଗର ମ୍ୟୁନିସିପାଲଟି ଟାଉନ ହଲ ଠାରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆଧୁନିକ ଓଡ଼ିଶାର ନିର୍ମାତା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜଣାଇ ଆଜି ପଞ୍ଚାୟତିରାଜ ଓ ଲୋକସେବା ଦିବସ ଅବସରରେ ବହୁ ବିଶିଷ୍ଟ ନେତା ,ସମାଜସେବୀ ଓ ବରିଷ୍ଠ ନାଗରିକ ମାନେ ଉପସ୍ଥିତ ରହି ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ବିଜୁବାବୁଙ୍କ ଦ୍ୱାରା ବହୁ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ଭବ ହୋଇପାରିଥିଲା।
ସରକାର ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାମାନଙ୍କ ନିମନ୍ତେ ଏକତୃତୀୟାଂଶ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା କଲେ । ମୁଖ୍ୟମନ୍ତ୍ରୀଙ୍କ ଧ୍ୱନି ହେଲା “ଗାଁକୁ କାମ ଓ ମା’କୁ ସମ୍ମାନ” । ୧୯୯୨ ମସିହାଠାରୁ ବିଜୁବାବୁଙ୍କ ଜନ୍ମଦିନ ମାର୍ଚ୍ଚ ୫ତାରିଖକୁ ପଞ୍ଚାୟତିରାଜ ଦିବସ ଭାବରେ ପାଳନ କରିବା ଆରମ୍ଭ ହୋଇଥିଲା। ଏହି ଦିବସକୁ ମଧ୍ୟ ଛୁଟି ଦିବସ ଭାବରେ ସରକାର ଘୋଷଣା କଲେ । ୧୯୯୨ ମାର୍ଚ୍ଚ ୫ତାରିଖରେ ଭୁବନେଶ୍ୱରଠାରେ ଏକ ବିଶାଳ ମହିଳା ସମାବେଶ ଅନୁଷ୍ଠିତ ହେଲା । ପଞ୍ଚାୟତିରାଜ ଅନୁଷ୍ଠାନ ପାଇଁ ମହିଳାମାନଙ୍କ ନିମନ୍ତେ ସ୍ଥାନ ସଂରକ୍ଷଣ ଏକ ଉଲ୍ଲେଖନୀୟ ପଦକ୍ଷେପ । ଆଦିବାସୀ ମହିଳାମାନଙ୍କୁ ମଧ୍ୟ ପୋଲିସ କ୍ଷମତା ପ୍ରଦାନ କରାଗଲା । ସର୍ବନିମ୍ନ ମଜୁରିହାର ବୃଦ୍ଧି କରାଗଲା । ଫଳରେ ଗରିବ ଲୋକମାନେ ଉପକୃତ ହେଲେ । ବିଜୁବାବୁ ସବୁବେଳେ ସାଧାରଣ ଲୋକଙ୍କର ହକକୁ ଗୁରୁତ୍ୱ ଦେଉଥିଲେ। ତାଙ୍କରି ସ୍ମୃତିକୁ ମନେପକାଇ କୋଭିଡ କଟକଣା ଭିତରେ ଏହି ଦିବସକୁ ପାଳନ କରାଯାଇଛି।
ଏହି ଅବସରରେ ବରିଷ୍ଠ ସଭ୍ୟ ଗିରଧାରୀ ବାରିକ, ବିଧାୟକ ଅଶୋକ କୁମାର ବଳ, ବ୍ରଜ କିଶୋର ରାଉତ,ରସାନନ୍ଦ ମହାନ୍ତି, ଶ୍ରୀକାନ୍ତ ମହାନ୍ତି, ଭକ୍ତ ସ୍ୱାଇଁ, ମନୋଜ ପରିଡା ,ନିରଞ୍ଜନ ରାଉତ, ଶିବାନନ୍ଦ ନାୟକ, ସୁବାଷ ବଳ, ସବିତା ରାଉତ,ବିଚିତ୍ର ମହାନ୍ତି,ସଂଘମିତ୍ରା ଜେନା, ଉଷାରାଣି ସାମଲ ପ୍ରମୁଖ ଉପସ୍ଥିତି ଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close