ବ୍ୟାସନଗର  ପୌର ପରିଷଦ  ଆନୁକୂଲ୍ୟରେ ସ୍ଵଛ ସର୍ବେକ୍ଷଣ ପ୍ରଶିକ୍ଷଣ ଶିବିର ଓ ବଡା ଖାନାର ଆୟୋଜନ

ବ୍ୟାସନଗର ;୦୩/୦୩(ଉ.ପ୍ର): ବ୍ୟାସନଗର ପୌର ପରିଷଦ ଆନୁକୂଲ୍ୟରେ ସ୍ଵଛ ସର୍ବେକ୍ଷଣ ପ୍ରଶିକ୍ଷଣ ଶିବିର ଓ ବଡା ଖାନାର ଆୟୋଜନ କରାଯାଇଥିଲା। ଏଥିରେ ପୌର ପରିଷଦରେ କାର୍ଯ୍ୟରତ ସମସ୍ତ ସଫେଇ କର୍ମଚାରୀ, ସ୍ୱଚ୍ଛସାଥୀ, ସୁପରଭାଇଜର ମହିଳା ଚାଳକ ଯୋଗ ଦେଇଥିଲେ। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ତଥା ପ୍ରଶାସକ ବ୍ୟାସନଗର ପୌର ପରିଷଦ ସନ୍ତୋଷ କୁମାର ମିଶ୍ର ସହରର ସ୍ୱଚ୍ଛତାକୁ କିପରି ଆହୁରି କ୍ଷିପ୍ର କରାଯାଇ ପାରିବ ତାହା ଉପରେ ବିଶେଷ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଥିଲେ। ସମସ୍ତ ସଫେଇ କର୍ମଚାରୀମାନଙ୍କୁ ସେଫଟି କୀଟ ବଣ୍ଟନ କରାଯାଇଥିଲା। ସମ୍ମାନିତ ଅତିଥି ଭାବରେ ଯାଜପୁରରୋଡ ଥାନା ଅଧିକାରୀ ଅନିଲ କୁମାର ମହାନ୍ତି ଏବଂ ଇଲେକ୍ଟ୍ରିକାଲ ନିର୍ବାହୀ ଯନ୍ତ୍ରୀ ତପନ କୁମାର ବେହେରା ଯୋଗ ଦେଇ ଥିଲେ। ଶେଷରେ ଅତିଥିମାନେ ସଫେଇ କର୍ମଚାରୀମାନଙ୍କୁ ଖାଦ୍ୟ ପରସି ଥିଲେ । ପୌର ନିର୍ବାହୀ ଅଧିକାରୀ ଶୁଭେନ୍ଦୁ କୁମାର ଜେନା ସଭା ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅଫିସର କର୍ମଚାରୀ ମାଣିକ ରଞ୍ଜନ ନାୟକ, ସୌମ୍ୟରଞ୍ଜନ ଗୁରୁ, ରୁଦ୍ରମନି ମୁଖି, ଅମିତ୍ ପୁରୋହିତ, ରଞ୍ଜିତ ମିଶ୍ର, କିଶୋର ରାଉତ, ଶ୍ରଦ୍ଧାନନ୍ଦ ମିଶ୍ର, କାହୁଁ ଚରଣ ବାରିକ୍, ରତ୍ନାକର ରାଉତ, ଶୋଭାଶ୍ରୀ ସାମଲ ଓ ପ୍ରଜ୍ଞା ପାରମିତା ଚକ୍ରବର୍ତ୍ତୀ, ଶଶିକାନ୍ତ ଘଡେଇ ପ୍ରମୁଖ ଉପସ୍ଥିତ ଥିଲେ ।
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close