‘ଉଦୟବଟ’ ତରଫରୁ ପବିତ୍ର ସାବିତ୍ରୀ ଅମାବାସ୍ୟା ପାଳିତ

ବ୍ୟାସନଗର, ୨୦/୦୫(ଉ. ନ୍ୟୁଜ୍ ବ୍ୟୁରୋ): ୨୦୦୪ ମସିହାରୁ ‘ଉଦୟବଟ’ ପରିସରରେ ପବିତ୍ର ସାବିତ୍ରୀ ଅମାବାସ୍ୟା ପାଳିତ ହୋଇଆସୁଛି । ‘ଉଦୟବଟ’ର କାର୍ଯ୍ୟନିର୍ବାହୀ ସଂପାଦିକା ବିଦ୍ୟୁତ୍‌ପ୍ରଭା ରାୟଙ୍କ ଆବାହକତ୍ୱରେ ଏହା ଭକ୍ତିର ସହ ଦୀର୍ଘ ୨୦ ବର୍ଷ ହେଲା ପାଳିତ ହୋଇଆସୁଛି । ଚଳିତ ବର୍ଷ ସସ୍ମିତା ମଲ୍ଲିକ କର୍ତା ଭାବେ ବସିଥିବା ବେଳେ ଦୀପକ ରଂଜନ ପାଣିଗ୍ରାହୀ ପୂଜକ ଭାବେ ପୂଜା କାର୍ଯ୍ୟ ଯଥା ବିଧି ମତେ ସଂପାଦନ କରିଥିଲେ । ୩୦ରୁ ଉର୍ଦ୍ଧ ମହିଳା ଏଠାରେ ଅନୁଷ୍ଠିତ ପୂଜାରେ ଭାଗ ନେଇ ସେମାନଙ୍କ ପତିଦେବଙ୍କ ମଂଗଳ ମନାସୀଥିଲେ । ଦମୟନ୍ତୀ ବଳ, ରମା ସାମଲ, ବିଜୟଲକ୍ଷ୍ମୀ ପଣ୍ଡିତ୍‌, ଭାରତୀ ବିଶ୍ୱାଳ, ସୁମିତ୍ରା ମିଶ୍ର, ଆରତୀ ରାୟ, କୁନି ଜେନା, ସଂଯୁକ୍ତା ସ୍ୱାଇଁ, କାଂଚନ ନାୟକ, ଇନ୍ଦୁମତୀ ସାହୁ, ଗୋଲାପ ମୁଣ୍ଡା ପ୍ରଭୃତି ବହୁ ମହିଳା ପୂଜାରେ ସାମିଲ ହୋଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close