ନିର୍ମାଣ ଶ୍ରମିକଙ୍କ ବିଭିନ୍ନ ସହାୟତା ରାଶି ଦାବି ନେଇ ଯାଜପୁର ଜିଲ୍ଲା ଶ୍ରମ ଦପ୍ତର ସମ୍ମୁଖରେ ଗଣଧାରଣା ଓ ବିକ୍ଷୋଭ

ବ୍ୟାସନଗର: ଆଜି ତା 02.03.2021ରିଖ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ (ଆଇ ଏନ ଟି ୟୁ ସି ) ସହବନ୍ଦିତ ସମସ୍ତ ନିର୍ମାଣ ଶ୍ରମିକ ସଂଗଠନ ମାନଙ୍କ ପକ୍ଷରୁ ରାଜ୍ୟ ଵ୍ୟାପୀ ହେଉଥିବା ଗଣଧାରଣା ଓ ବିକ୍ଷୋଭ ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲା ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଇ ଏନ ଟି ୟୁ ସି ଏବଂ ନିଖିଳ ଉତ୍କଳ ନିର୍ମାଣ ଶ୍ରମିକ ସଙ୍ଘ ପକ୍ଷରୁ 11ଦଫା ଦାବି ନେଇ ଗଣ ଧାରଣା ଓ ବିକ୍ଷୋଭ କରାଯାଇଥିଲା ! ସେଠାରେ ଏକ ପ୍ରତିବାଦ ସଭା ଆଇ ଏନ ଟି ୟୁ ସିର ଜିଲ୍ଲା ସମ୍ପାଦକ ନୃସିଂହ ଚରଣ ପହିଙ୍କ ଅଧକ୍ଷ୍ୟତାରେ ଅନୁଷ୍ଠିତ ହୋଇଯାଇଛି ! ଜିଲ୍ଲା ସଭାପତି ବିଦ୍ୟାଧର ମହାନ୍ତିଙ୍କ ନେତୃତ୍ୱରେ ଜିଲ୍ଲା ଶ୍ରମ ଅଧିକାରୀ ସନ୍ତୋଷ କୁମାର ମହାନ୍ତି ଓ ଗ୍ରାମାଞ୍ଚଳ ଶ୍ରମ ନିରୀକ୍ଷକ ସଂଜୀତ କୁମାର ଦେଓ ଧାରଣା ସ୍ଥଳରେ ପହଞ୍ଚି ମାନ୍ୟବର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ 11ଦଫା ସମ୍ବଳିତ ଦାବି ପ୍ରଦାନ କରାଯାଇଥିଲା ! ସେଠାରେ ଆୟୋଜିତ ସଭାରେ ଆଇ ଏନ ଟି ୟୁ ସିର ସହ ସମ୍ପାଦକ ପରମାନନ୍ଦ ସେଠୀ, ଚନ୍ଦ୍ର କାନ୍ତ ଖଣ୍ଡାଇ, ବିଜୟ କୁମାର ବୋଇତାଇ, ମାଧବ ମହାପାତ୍ର, ଜଗବନ୍ଧୁ ନାୟକ, ପଦ୍ମନାଭ ନାୟକ, ରବୀନ୍ଦ୍ର ଥାନଦାର, ସେକ ଆତାର ଉଦ୍ଦିନ ଅହମ୍ମଦ, ଜେମାମଣୀ କୁଅଁର, ଅଭିମନ୍ୟୁ ପାତ୍ର, ମୁନେଶ୍ୱର ନାୟକ, ଲଷ୍ମୀଧର ପାତ୍ର, ସୁନିତା ଦାସ, ଜଞ୍ଜାଳି ମଳିକ, ସୁଶୀଳା ପାତ୍ର, ଉତ୍ତମ ମହାନ୍ତି, କାଁହୁ ନାୟକ, ରତ୍ନାକର ପାତ୍ର ପ୍ରମୁଖ ନିଜ ନିଜର ବକ୍ତବ୍ୟରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଆଜକୁ ୬ ବର୍ଷ ଧରି ନିର୍ମାଣ ଶ୍ରମିକମାନଙ୍କୁ ଯନ୍ତ୍ରପାତି, ସାଇକେଲ, ସୁରକ୍ଷା ସାମଗ୍ରୀ ସହାୟତା ରାଶି ପ୍ରଦାନ ନ କରିବାକୁ ଦୃଢ଼ ନିନ୍ଦା କରିବା ସହ ନିର୍ମାଣ ଶ୍ରମିକ ମାନଙ୍କୁ କରୋନା ସହାୟତା ୬ ହଜାର ଟଙ୍କା ଯୋଗାଇ ଦେବା, ଦରଖାସ୍ତକାରୀ ଶ୍ରମିକମାନଙ୍କୁ ତୁରନ୍ତ ପଞ୍ଜିକୃତ କରିବା, ଦୀର୍ଘ ଦିନ ଧରି ପଡି ରହିଥିବା ବିଭିନ୍ନ ସହାୟତା ରାଶିର ଦରଖାସ୍ତକାରୀ ହିତାଧିକାରୀମାନଙ୍କୁ ଅବିଳମ୍ବେ ସହାୟତା ରାଶି ପ୍ରଦାନ କରାଯାଉ, 4 ଗୋଟି ଶ୍ରମ କୋର୍ଡକୁ ବାତିଲ କରିବା ସହ ୩ ଗୋଟି କୃଷି ଆଇନକୁ ତୁରନ୍ତ ବାତିଲ କରିବାକୁ ଦାବି କରାଯାଇଥିଲା !
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close