କଟକରେ ପହଂଚିଲା ଓଡ଼ିଶା ଭିଜିଲାନ୍ସ ଡି.ଜି ଦେବାଶିଷ ପାଣିଗ୍ରାହୀଙ୍କ ପାର୍ଥିବ ଶରୀର, ଖାନନଗର ଶଶ୍ମାନରେ ହେଲା ଶବ ସତ୍କାର, ପୁଅ ପ୍ରତ୍ୟହ ଦେଲେ ମୁଖାଗ୍ନୀ

କଟକ/ବ୍ୟାସନଗର,୧୯/୬ (ଉ.ନ୍ୟୁଜ୍ ବ୍ୟୁରୋ): ବରିଷ୍ଠ ଆଇ.ପି.ଏସ ଅଧିକାରୀ ତଥା ଓଡ଼ିଶା ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍ସ)ର ମହାନିର୍ଦ୍ଦେଶକ ତଥା ସୁସାହିତ୍ୟିକ ଡ଼ଃ. ଦେବାଶିଷ ପାଣିଗ୍ରାହୀଙ୍କ ଚିକିତ୍ସାଧିନ ଅବସ୍ଥାରେ କଲିକତାର ଘରୋଇ ସୁପର ସ୍ପେଶାଲିଟି ହସ୍‌ପିଟାଲ ‘ମେଡିକା’ରେ ଗତ କାଲି ଶୁକ୍ରବାର ରାତ୍ର ପ୍ରାୟ ୧୦ଟା ୧୫ ମିନିଟ୍ ସମୟରେ ତାଙ୍କର ପରଲୋକ ଘଟିଥିଲା । ଉଲ୍ଲେଖଥାଉକି, ଡ଼ଃ. ପାଣିଗ୍ରାହୀ ‘ମେଡିକା’ ଡାକ୍ତରଖାନାର ଅଧ୍ୟକ୍ଷ ଡ଼ା. ଆଲୋକ ରୟ, ଯକୃତ ବିଭାଗ ମୁଖ୍ୟ ପ୍ରଦୀପ କୁମାର ସେଠୀ, ‘ଏକ୍‌ମୋ’ ବ୍ୟବସ୍ଥାର ମୁଖ୍ୟ ଡ଼ା. ଦୀପାଞ୍ଜନ, ଡ଼ା. ଅର୍ପଣ ଚକ୍ରବର୍ତୀ, ଡ଼ା. ତନ୍ମୟ ବାନାର୍ଜୀଙ୍କ ତତ୍ୱାବଧାନରେ ଚିକିତ୍ସିତ ହେଉଥିଲେ । ଆଜ୍‌ମା, ଯକୃତ ସମସ୍ୟା, ଫୁସ୍‌ଫୁସ ସଂକ୍ରମଣ, ଡାଇବେଟିସ, ନିମୋନିଆ ଆଦି ଯାବତୀୟରେ ରୋଗର ଉପଶମ ପାଇଁ ସେଠାରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ଅମ୍ଳଜାନ ସ୍ତର ଅଧିକାଂଶ ବେଳେ ନିମ୍ନରେ ରହୁଥିଲା । ସେ ପ୍ରଥମରୁ (ମେ ୨୨ରୁ) କୋଭିଡ଼ ସଂକ୍ରମିତ ଥିଲେ ସୁଦ୍ଧା ଦୀର୍ଘ ଦିନର ଚିକିତ୍ସା ପରେ ଶେଷ ପର୍ଯ୍ୟାୟରେ ତାଙ୍କୁ ‘ନନ୍ କୋଭିଡ଼’ ଭାବେ ବିବେଚନା କରାଯାଇ ଚିକିତ୍ସା କରାଯାଉଥିଲା । ତେଣୁ ତାଙ୍କର ଦେହାନ୍ତ ପରେ ତାଙ୍କୁ ଜଣେ ଅଣ-କୋଭିଡ଼ ରୋଗୀ ଭାବେ ଗ୍ରହଣ କରାଯାଇ ସାଧାରଣ ମୃତଦେହ ଭାବେ ଆଜି ସକାଳୁ ତାଙ୍କ ମର ଶରୀରକୁ ଓଡ଼ିଶା ପଠାଯିବାର ବ୍ୟବସ୍ଥା ହୋଇଥିଲା । ଆଜି ପୂର୍ବାହ୍ନ ପ୍ରାୟ ୧୨ଟା ୪୫ମି. ସମୟରେ ତାଙ୍କ ପାର୍ଥିବ ଶରୀର ଆସି କଟକର କ୍ୟାଂଟନମେଂଟ ରୋଡ ସ୍ଥିତ ତାଙ୍କ ସରକାରୀ ବାସଭବନରେ ପହଚିଂଥିଲା । ସେଠାକୁ ରାଜ୍ୟ ସରକାରଙ୍କ କେତେକ ବରିଷ୍ଠ ପ୍ରଶାସକ, ଦୁର୍ନୀତି ନିବାରଣ ବିଭାଗର ଅଳ୍ପ କେତେକ ବରିଷ୍ଠ ଅଧିକାରୀଙ୍କୁ ତାଙ୍କ ଶେଷ ଦର୍ଶନ ପାଇଁ ଅନୁମତି ମିଳିଥିଲା । ଏଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଏହା ପରେ କଟକର ଖାନନଗର ସ୍ଥିତ ଶଶ୍ମାନକୁ ତାଙ୍କ ଶବ ସତ୍କାର ପାଇଁ ନିଆଯାଇଥିଲା । ପୁଅ ପ୍ରତ୍ୟହ ପାଣିଗ୍ରାହୀ ମୁଖାଗ୍ନୀ ଦେଇଛନ୍ତି ।  

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close