ମାହାଙ୍ଗାର ଧର୍ମପ୍ରାଣା ମହିଳା ଶୋଭାରାଣୀ ମହାନ୍ତିଙ୍କ ପରଲୋକ

ମାହାଙ୍ଗା : ମାହାଙ୍ଗା ବ୍ଲକ ଅନ୍ତର୍ଗତ ଶ୍ରୀକୃଷ୍ଣପୁର ପଞ୍ଚାୟତ ପଶୁଲୁଣ୍ଡା ମହାନ୍ତି ସାହିର ବିଶିଷ୍ଟ ଧର୍ମପ୍ରାଣା ମହିଳା ଶୋଭାରାଣୀ ମହାନ୍ତିଙ୍କର ୮୬ ବର୍ଷ ବୟସରେ ରାଉଲକେଲାଠାରେ ଦେହାନ୍ତ ହୋଇଯାଇଛି ।
     ସେ ଜଣେ ମିଷ୍ଠଭାଷୀ, ଧର୍ମ ପରାୟାନା ଓ ପରୋପକାରୀ ମହିଳା ଭାବରେ ମାହାଙ୍ଗା ତଥା ରାଉଲକେଲା ସେକ୍ଟର ୬ ଅଞ୍ଚଳରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ସେକ୍ଟର ୬ ସରକାରୀ ବିଦ୍ୟାଳୟର ପୂର୍ବତନ ଆଦର୍ଶ ଶିକ୍ଷକ ସ୍ଵର୍ଗତ ନାରାୟଣ ପ୍ରସାଦ ମହାନ୍ତିଙ୍କର ସେ ହେଉଛନ୍ତି ଧର୍ମପତ୍ନୀ । ଗତ ୨୬ତାରିଖ ବିଳମ୍ବିତ ରାତିରେ ବାର୍ଦ୍ଧକ୍ୟ ଜନିତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବାବେଳେ ଗତକାଲି ୨୭ ତାରିଖ ମଧ୍ୟାହ୍ନରେ ବେଦବ୍ୟାସ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ସାନ ପୁଅ ଆଡଭୋକେଟ ପ୍ରମୋଦ ମହାନ୍ତି ମୁଖାଗ୍ନୀ ଦେଇଥିଲେ । ବଡ଼ ପୁଅ ଇଂଜିନିୟର ଭଗବାନ ମହାନ୍ତି, ମଝିଆ ପୁଅ ଇଂଜିନିୟର ବିନୋଦ ମହାନ୍ତି, ବଡ଼ ବୋହୂ ଶର୍ମିଷ୍ଠା ମହାନ୍ତି, ମଝିଆ ବୋହୂ ପ୍ରଜ୍ଞା ମହାନ୍ତି, ସାନ ବୋହୁ ମାମିନା ମହାନ୍ତି, ଏକମାତ୍ର ଝିଅ ଗୀତରାଣୀ ମହାନ୍ତି ଓ ଜ୍ବାଇଁ ଆର୍ଦକାନ୍ତ ମହାନ୍ତିଙ୍କ ସମେତ ନାତି ନାତୁଣୀ ଓ ଅନ୍ୟାନ୍ୟ ବନ୍ଧୁବାନ୍ଧବ ଅନ୍ତିମ ସଂସ୍କାର ବେଳେ ଉପସ୍ଥିତ ରହି ଦାହ ସଂସ୍କାରରେ ସହଯୋଗ କରିଥିଲେ ।
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close