‘ଉଦୟବଟ’ର ୧୭ତମ ବାର୍ଷିକୋତ୍ସବ ଓ ପୂର୍ବତନ ବିଧାୟକ ଅଶୋକ ଦାସଙ୍କ ୧୨ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ବ୍ୟାସନଗର, ୩୦/୧୨(ନି.ପ୍ର): ବ୍ୟାସନଗରରୁ ପ୍ରକାଶିତ ସମ୍ବାଦ ଭିତ୍ତିକ ପତ୍ରିକା ‘ଉଦୟବଟ’ର ୧୭ତମ ବାର୍ଷିକୋତ୍ସବ ଓ କୋରାଇର ପୂର୍ବତନ ବିଧାୟକ ୰ ଅଶୋକ ଦାସଙ୍କ ୧୨ତମ ଶ୍ରାଦ୍ଧ ବାର୍ଷିକୀ ସ୍ଥାନୀୟ ‘ଦୁର୍ଲ୍ଳଭ କଳା ପରିଷଦ ମଣ୍ଡପ ଠାରେ ମଂଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବ୍ୟାସନଗର ପୈାର ପରିଷଦର ପ୍ରାକ୍ତନ ନଗରପାଳ ତଥା ଯାଜପୁର ଜିଲ୍ଲା କ୍ରୀଡ଼ା ସଂସଦର କାର୍ଯ୍ୟକାରୀ ସଭାପତି ରସାନନ୍ଦ ମହାନ୍ତି ଉଦ୍‌ଘାଟକ ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ଏଥିରେ ପ୍ରାକ୍ତନ ବ୍ୟାସନଗର ପୈାରାଧ୍ୟକ୍ଷା ସବିତା ରାଉତ ମୁଖ୍ୟ ଅତିଥି ଭାବେ, ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଫ୍ରଫେସର ଶିବଚରଣ ମାଝୀ ମୁଖ୍ୟ ବକ୍ତା ଭାବେ, ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଲେ ଯେ, ‘ଉଦୟବଟ’ କେବଳ ଏକ ର୍ନିଭୀକ ସମ୍ବାଦ ଭିତ୍ତିକ ପତ୍ରିକା ନୁହେଁ ବରଂ ଏହାର କର୍ମକର୍ତ୍ତାମାନେ ଯେଉଁସବୁ ଜନହିତକର କାର୍ଯ୍ୟ କରୁଛନ୍ତି ତାହା ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ହେବା ଆବଶ୍ୟକ । ‘ଉଦୟବଟ’ ନିର୍ଭୀକ ସମ୍ବାଦ ପରିବେଷଣ ସହ ବର୍ଷ ତମାମ ବିଭିନ୍ନ ସାମାଜିକ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ କରି ଜନତାଙ୍କର ପ୍ରକୃତ ସେବା କରୁଛି ବୋଲି କହିଥିଲେ । ବିଶେଷକରି ‘କରୋନା’ ସମୟରେ ‘ଉଦୟବଟ’ ଅଭାବୀ ଓ ଶ୍ରମିକ ଶ୍ରେଣୀର ଲୋକଙ୍କ ପାଖରେ ପହଂଚି ଯଥାସମ୍ଭବ ସହଯୋଗ କରିଛି । ‘ଉଦୟବଟ’ର ପ୍ରତିଷ୍ଠାତା ପରାମର୍ଶଦାତା ତଥା ଓଡ଼ିଶାର ସ୍ୱାଭିମାନୀ ଜନନେତା ବିଧାୟକ ୰ ଅଶୋକ ଦାସଙ୍କର ତିରୋଧାନ ଦିବସକୁ ପ୍ରତି ବର୍ଷ ଇଚ୍ଛାର ସହ ପାଳନ କରି ସଂପାଦକ ଶ୍ରୀ ରାଉତ ଓ ଅନ୍ୟମାନେ ତାଙ୍କ ଗୁରୁଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଆସୁଛନ୍ତି । ଏଥିପାଇଁ ସେମାନେ ଧନ୍ୟବାଦର ପାତ୍ର । ‘ଉଦୟବଟ’ ଏକ କ୍ଷୁଦ୍ର ସମ୍ବାଦପତ୍ର ହେଲେ ମଧ୍ୟ ତାହାର ଶାଣିତ ସ୍ୱର ଓ ଓଡ଼ିଆ ସାହିତ୍ୟ, ସଂସ୍କୃତି, ଏତିହ୍ୟ ପ୍ରତି ଥିବା ଅନୁରାଗ ଅତୁଳନୀୟ ବୋଲି ବକ୍ତାମାନେ କହିଥିଲେ । ଗତ ଅଗଷ୍ଟ ୧୫ ତାରିଖରୁ ‘ଉଦୟବଟ’ ଡିଜିଟାଲ ଜଗତରେ ପ୍ରବେଶ କରି ଖବର ପ୍ରସାରଣ କରିଆସୁଛି । ପତ୍ରିକାର ସହଯୋଗୀ ସଂପାଦକ ଦୀପକ ରଂଜନ ପାଣିଗ୍ରାହୀ ସ୍ୱାଗତ ଭାଷଣ ଓ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଢ଼େଙ୍କାନାଳ ଜିଲ୍ଲା ପ୍ରତିନିଧି ସୈାଭାଗ୍ୟ ମୁଦୁଲି ୰ ଅଶୋକ ଦାସ ସ୍ମାରକୀ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାର ଫଳାଫଳ ଘୋଷଣା କରିଥିଲେ । ବସନ୍ତ କୁମାର ପାତ୍ର ‘ଉଦୟବଟ’ର ବିଭିନ୍ନ କାର୍ଯ୍ୟକ୍ରମ ସଂର୍ପକରେ ବିଶଦ ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକାରୀ ସଂପାଦିକା ବିଦ୍ୟୁତ୍‌ପ୍ରଭା ରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ । ‘ଦୁର୍ଲ୍ଲଭ କଳା ପରିଷଦ’ର କଳାକାର ଭାରତ ଭୂଷଣ ରାଉତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ । ଏହି ଉପଲକ୍ଷେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୦୭ଜଣଙ୍କୁ ‘ଉଦୟବଟ ସମ୍ମାନ-୨୦୨୦’ରେ ସମ୍ମାନିତ କରାଯାଇଥିଲା । ସେମାନେ ହେଲେ ସାମ୍ବାଦିକତା ପାଇଁ ‘ସୂର୍ଯ୍ୟପ୍ରଭା’ର ବ୍ୟାସନଗର ପ୍ରତିନିଧି ଉମାକାନ୍ତ ରାଉତ, ‘ସମାଜ’ର କୋରେଇ ପ୍ରତିନିଧି ମଳୟ କୁମାର ମଲ୍ଲିକ, ଯୁବ ସମାଜସେବୀ ବିଭୂପ୍ରସାଦ ଲେଙ୍କା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମଦନ ମୋହନ ବେହେରା, ନାରୀ ନେତ୍ରୀ ପଦ୍ମାବତୀ ବାରିକ, ଶିକ୍ଷକ ସୈାଭାଗ୍ୟ ମୁଦୁଲି, ଭଦ୍ରଖର ସାମ୍ବାଦିକ ଶିବଶଙ୍କର ପଣ୍ଡା ପ୍ରମୁଖଙ୍କୁ ମାନପତ୍ର, ଉପଢ଼ୈାକନ, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଗତ ନଭେମ୍ବର ଓ ଚଳିତ ଡିସେମ୍ବର ୨ମାସ ଧରି ଅନୁଷ୍ଠିତ ହୋଇଥିବା ୰ ଅଶୋକ ଦାସ ସ୍ମାରକୀ ବିଭିନ୍ନ ପ୍ରତିଯୋଗିତାର ୧୦୫ ଜଣ କୃତି ପ୍ରତିଯୋଗୀଙ୍କୁ ୧ମ ପର୍ଯ୍ୟାୟରେ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲ।। ଏହି ଅବସରରେ ‘ଉଦୟବଟ’ର ସ୍ୱନକ୍ଷତ୍ର ସଂଖ୍ୟା ଓ ‘ଉଦୟବଟ କ୍ୟାଲେଣ୍ଡର-୨୦୨୧’କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ବରିଷ୍ଠ ନାଗରିକ ଉପେନ୍ଦ୍ରନାଥ ମହାନ୍ତି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ବ୍ରଜେଶ୍ୱରୀ ସିଂ ସ୍ୱାଇଁ, କପିଳେଶ୍ୱର କଲୋନୀ ଦୁର୍ଗା ପୂଜା କମିଟିର ପିତାମ୍ବର ଦାଶ ପ୍ରମୁଖ ଅଶୋକ ଦାସଙ୍କ ଫଟୋଚିତ୍ରରେ ମାଲ୍ୟାପର୍ଣ କରି ତାଙ୍କର ସ୍ମୃତିଚାରଣ କରିଥିଲେ । ଶେଷରେ ସାମ୍ବାଦିକ ବିଶ୍ୱରଂଜନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଫୁଲ୍ଲ ବାରିକ, ସୁମନ ରାୟ, ସଚ୍ଚିଦାନନ୍ଦ ନାଥ, ପ୍ରଦୀପ ବାରିକ, ପଦ୍ମଲୋଚନ ନାୟକ, ଅଭିଷେକ ମଲ୍ଲ, ସୁମିତ୍ରା ମିଶ୍ର, ଅଭୟଲୋଚନ ନାୟକ, ଜ୍ୟୋତି ପଣ୍ଡା, ଶ୍ରୀକାନ୍ତ ମହାପାତ୍ର, ସମୀର ମିଶ୍ର, ଅମର ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ ।
ସୂଚନାଯୋଗ୍ୟ, ଗତକାଲି ସକାଳେ ଅନୁଷ୍ଠିତ ଅଫ୍‌ଲାଇନ ଜୁନିୟର ଓ ସିନିୟର ଗ୍ରୃପ୍ ନୃତ୍ୟ ପ୍ରତିଯୋଗିତାକୁ ବରିଷ୍ଠ ସାମ୍ବାଦିକ ବିଶ୍ୱରଂଜନ ପଟ୍ଟନାୟକ ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ବ୍ରଜେଶ୍ୱରୀ ସିଂ ପ୍ରମୁଖ ପରିଚାଳନା କରିଥିଲେ । ଫଳାଫଳ ସନ୍ଧ୍ୟାରେ ଘୋଷିତ ହୋଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close