ଆକାଶଙ୍କୁ କୋରାଇ ବିଜେପି ଟିକେଟ, ଲିକୁଙ୍କୁ ଧର୍ମଶାଳାରେ ନା, ଟୁଟୁଙ୍କୁ ସୁକିନ୍ଦା, ବବିତାଙ୍କୁ ବିଝାଂରପୁର ଟିକେଟ

ବ୍ୟାସନଗର,୦୨/୩(ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ): ପୂର୍ବତନ ବିଧାୟକ, ଓଡ଼ିଆ ଚଳଚିତ୍ର ତାରକା ତଥା ମୋ’ କଲେଜର ରାଜ୍ୟ ଅଧ୍ୟକ୍ଷ ଆକାଶ ଦାସ ନାୟକ ୦୩ ଦିନ ତଳେ ଅର୍ଥାତ୍ ତା. ୩୦/୦୩/୨୦୨୪ରେ ବିଜୁ ଜନତା ଦଳ (ବିଜେଡ଼ି)ର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଥିଲେ ଏବଂ ୩୧.୦୩ରେ ପଦ୍ମ ଶିବିରରେ ଯୋଗଦେଇଥିଲେ । ବିଜେପିରେ ଯୋଗ ଦେବା ସମୟରେ ତାଙ୍କୁ କୋରେଇ ଆସନରେ ଲଢ଼ିବା ପାଇଁ ନିର୍ଭର ପ୍ରତିଶୃତି ଦିଆଯାଇଥିବାର ଚର୍ଚ୍ଚା ହୋଇଥିଲା ।
ହେଲେ ଆଜି ଏହା ସ୍ପଷ୍ଟ ହୋଇଛି । ତାଙ୍କୁ କୋରେଇରୁ ବିଜେପି ଟିକେଟ ଘୋଷଣା ହେବା ପରେ ଏବେ ରାଜନୈତିକ ମହଲରେ ଉଷ୍ଣତା ବଢ଼ିବାରେ ଲାଗିଛି । ବିଜେଡ଼ିରୁ କିଏ ଟିକେଟ ପାଉଛି ତା’କୁ ନେଇ ନାନା କଳ୍ପନା ଜଳ୍ପନା ଜାରୀ ରହିଥିବା ବେଳେ ବିଜେଡ଼ି ଟିକେଟ ଘୋଷଣାରେ ବିଳମ୍ବ ହେଉଥିବାରୁ କର୍ମୀ ମହଲରେ ଉଦ୍‌ବେଗ ପ୍ରକାଶ ପାଉଛି । ସମସ୍ତେ ରାଜ୍ୟ ସଂଗଠନ ସଂପାଦକ ତଥା ବରିଷ୍ଠ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ସଂକେତକୁ ଅପେକ୍ଷା କରାଯାଇଛି । ଅନ୍ୟପଟେ ବିଜେପି ନେତା ବିଶ୍ୱଜିତ୍ ନାୟକଙ୍କୁ ବିଜେପି ଟିକେଟ ଦେବାରେ ଉପେକ୍ଷା କରିଥିବାରୁ ତାଙ୍କର ଆଗାମୀ କାର୍ଯ୍ୟପନ୍ଥାକୁ ନେଇ ସମସ୍ତଙ୍କ ନଜର ରହିଛି ।
ସେହିପରି ସୁକିନ୍ଦା ଆସନରୁ ବରିଷ୍ଠ ବିଜେପି ନେତା ପ୍ରଦୀପ ବଳସାମନ୍ତ ବିଜେପିରୁ ଟିକେଟ ପାଇଥିବାରୁ ତାଙ୍କ ସହ ଏଥର ସିଧାସଳଖ ଲଢ଼େଇ ବିଜେଡ଼ିର ମନ୍ତ୍ରୀ ଇଂ. ପ୍ରୀତିରଂଜନ ଘଡ଼ାଇଙ୍କ ସହ ହେବ । ଏଠାରେ ଲଢ଼େଇ ଏଥର ଘମାଘୋଟ ହେବ ବୋଲି କୁହାଯାଉଛି ।
ଧର୍ମଶାଳାରୁ ଯୁବନେତା ତଥା ବିଶିଷ୍ଟ ସମାଜସେବୀ ହିମାଂଶୁ ଶେଖର ସାହୁ (ଲିକୁ) ବିଜେପି ଟିକେଟ ପାଇବାର ଯଥେଷ୍ଟ ସମ୍ଭାବନା ଥିବା ବେଳେ ଦଳ ତାଙ୍କୁ ଶେଷରେ ନିରାଶ କରିଛି । ଦଳ ଏଠାରେ ସ୍ମୃତିରେଖା ପହିଙ୍କୁ ପ୍ରାର୍ଥୀ କରିଛି । ଫଳରେ ବିଜେଡ଼ିର ହେବିୱେଟ ନେତା ତଥା ବିଜେଡ଼ି ବିଧାୟକ ପ୍ରଣବ କୁମାର ବଳବନ୍ତରାୟ (ଜିତୁ)ଙ୍କ ପାଇଁ ଧର୍ମଶାଳା ଆସନ ସୁବିଧାଜନକ ହେବାର ଚର୍ଚ୍ଚା ହେଉଛି । କାରଣ ଗତ ୦୫.୦୩.୨୦୨୪ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଚଣ୍ଡିଖୋଲ ନିକଟବର୍ତୀ କଂଟିଗଡ଼ିଆକୁ ଆସିଥିବା ବେଳେ ଲିକୁଙ୍କ ର‌୍ୟାଲି ଧର୍ମଶାଳା (ଜାରକା ବଜାର)ରୁ କଂଟିଗଡ଼ିଆ ପର୍ଯ୍ୟନ୍ତ ଲମ୍ବିଥିଲା; ଯାହାକୁ ନେଇ ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି ହୋଇଥିଲା । କୁହାଯାଉଥିଲା ଜିତୁଙ୍କ ବହୁ ସମର୍ଥକ ଓ ଯୁବକ ଲିକୁଙ୍କ ଶିବିରରେ ଯୋଗଦେଇଥିଲେ । ସେମାନେ ଏବେ କରିବେ କ’ଣ ବୋଲି ଚିନ୍ତା ପ୍ରକଟ ହୋଇଛି । ଏଣେ ଏଠାରେ କଂଗ୍ରେସର ତୁଙ୍ଗ ନେତା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ନୀତିବାନ ନେତା କିଶାନ ପଣ୍ଡା ପରିସ୍ଥିତିରୁ ଫାଇଦା ନେବା ଆଶାରେ ଅଛନ୍ତି । ଲିକୁ ବିଜେପିରୁ ଟିକଟ ପାଇଥିଲେ ସିଧାସଳଖ ଜିତୁଙ୍କ ସହ ତାଙ୍କର ଲଢ଼େଇ ହେବାର ସମ୍ଭାବନା ଥିଲା । ଏଣେ ବିଜୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଧର୍ମଶାଳାରେ ବିଭିନ୍ନ ସମସ୍ୟା ସହ ରହି ଲଢ଼େଇ କରୁଥିବା ଯୁବ ନେତା ସତୀଶ ବିଶ୍ୱାଳ କିଛିଦିନ ତଳେ ବିଜେଡ଼ି ଛାଡିଥିବା ବେଳେ ତାଙ୍କର ଭୂମିକାକୁ ନେଇ ରାଜନୈତିକ ଦୃର୍ଶ୍ୟପଟ୍ଟ ଆହୁରି ରୋଚକମୟ ହେବାର ଅଛି । ଯାହାହେଉନା କାହିଁକି ବିଧାୟକ ଶ୍ରୀ ବଳବନ୍ତରାୟଙ୍କ ପାଇଁ ପରିସ୍ଥିତି ସୁବିଧାଜନକ ହୋଇଛି ।
ବିଂଝାରପୁରରେ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ସହ ବିଜେପି ନେତ୍ରୀ ବବିତା ମଲ୍ଲିକଙ୍କ ଦ୍ୱିମୁଖି ପ୍ରତିଦ୍ୱନ୍ଦିତା ହେବାର ଜଣାପଡ଼ୁଥିବା ବେଳେ କଂଗ୍ରେସର ଭୂମିକା ଆଗକୁ ଲଢ଼େଇକୁ ପଥ ପରିଷ୍କାର କରିବ । ବଡ଼ଚଣାରେ ଯୁବ ନେତା ବିଜେପିର ଅମର ନାୟକଙ୍କ ପାଲା ଭରା ରହିଥିବା ବେଳେ ବିଜେଡ଼ି ଏପର୍ଯ୍ୟନ୍ତ ପ୍ରାର୍ଥୀ ଚୂଡାନ୍ତ କରିପାରି ନାହିଁ । ବରୀରେ ମୁଖ୍ୟ ପ୍ରତିଦ୍ୱନ୍ଦୀ ବିଜେଡ଼ି ଓ ବିଜେପି କେହି ପ୍ରାର୍ଥୀ ଚୂଡାନ୍ତ କରିପାରି ନ ଥିବା ବେଳେ ଏଠାରେ ନାନା କଳ୍ପନା ଜଳ୍ପନା ଜାରୀ ରହିଛି । ଉପକୂଳ ଓଡ଼ିଶାର ରାଜନୈତିକ ପ୍ରବଣ ଯାଜପୁର ଜିଲ୍ଲାରେ ପ୍ରଣବ ପ୍ରକାଶ (ବବି)ଙ୍କ ଦବଦବା ଜାରୀ ରହିଥିବା ବେଳେ ସେ ଏଥର ସମ୍ବଲପୁର ଲୋକସଭା କ୍ଷେତ୍ରରେ ବଡ଼ ଲଢ଼େଇରେ ଅବତୀର୍ଣ୍ଣ ଅଛନ୍ତି । ତାଙ୍କର ପରିପକ୍ୱ ରାଜନୀତି ଅବଶ୍ୟ ତାଙ୍କର ବିଜୟ ପଥରେ ସୁଗମ ହୋଇପାରେ ହେଲେ ତାଙ୍କର ଜିଲ୍ଲାରେ ଆଗାମୀ ସମୟର ଅନୁପସ୍ଥିତିରେ କିଏ ବା କେଉଁମାନେ ଲଢ଼େଇର ମଂଗ ଧରିବେ ତା’କୁ ନେଇ ଭୋଟର ମାନେ ଅପେକ୍ଷାରତ ଅଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close