ମାସିକ ସମ୍ବାଦପତ୍ର କଳିଙ୍ଗନଗର ବୁଲେଟିନ୍‌ର ୯ମ ବାର୍ଷିକୋତ୍ସବ ପାଳିତ

 

ବ୍ୟାସନଗର,୨୫/୨(ଉ. ନ୍ୟୁଜ୍ ବ୍ୟୁରୋ): ବ୍ୟାସନଗରରୁ ପ୍ରକାଶ ପାଉଥିବା ମାସିକ ସମ୍ବାଦପତ୍ର ‘କଳିଙ୍ଗନଗର ବୁଲେଟିନ୍‌’ର ୯ମ ସ୍ୱନକ୍ଷତ୍ର ଦିବସ ଆଜି ଅପରାହ୍ନରେ ସ୍ଥାନୀୟ ସେଲିବ୍ରେସନ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବୁଲେଟିନ୍‌ର ସଂପାଦକ ହାରାଧନ ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ପୂର୍ବତନ ଅର୍ଥ ମନ୍ତ୍ରୀ ଡ଼ଃ. ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟକ ଡ଼ଃ ଘଡ଼ାଇ ସମ୍ବାଦପତ୍ରର ଉପଯୋଗିତା ଉପରେ ଆଲୋକପାତ କରିଥିଲେ । କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ବ୍ୟାସନଗର ପୈାର ପରିଷଦର ପୂର୍ବତନ ଅଧ୍ୟକ୍ଷ ରସାନନ୍ଦ ମହାନ୍ତି, ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡ଼ା. ପ୍ରସନ୍ନ କୁମାର ସାହୁ ଏଥିରେ ଅତିଥି ଭାବେ ଯୋଗ ଦେଇ ସମାଜର ଉନ୍ନତି ଓ ସୁରକ୍ଷା ପାଇଁ ସମ୍ବାଦପତ୍ର ଅତୀବ ଜରୁରୀ ବୋଲି କହିଥିଲେ । ଏହି ଉପଲକ୍ଷେ ସ୍ତ୍ରୀରୋଗ ବିଶେଷଜ୍ଞ ଡ଼ା. କୁଳମଣି ବାରିକ, ବରିଷ୍ଠ ସାମ୍ବାଦିକ ବାବୁରାମ ଜେନା, ହର୍ଷବର୍ଦ୍ଧନ ବେହେରା, ସଂଗ୍ରାମ ସିଂହ, ସନ୍ଦୀପ୍ତ ରାୟ ନାରୀନେତ୍ରୀ ସରୋଜିନୀ ରାଜ୍‌, ରାଜେଶ କୁମାର ରାଉତ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କଳିଙ୍ଗନଗର ବୁଲେଟିନ୍‌ର ସହଯୋଗୀ ସଂପାଦକ ତଥା ବରିଷ୍ଠ ସାମ୍ବାଦିକ ଶରତ ପଥାଳ, ବରିଷ୍ଠ ସହ-ସଂପାଦକ ସାମ୍ବାଦିକ ରବିନାରାୟଣ କର ପ୍ରମୁଖ ମଂଚାସୀନ ଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close