ଯାଜପୁର ଜିଲ୍ଲା ବ୍ୟାସନଗରରେ ଜାରି ରହିଛି ଦ୍ବିତୀୟ ପର୍ଯ୍ୟାୟ କୋରେନା ନିରାକରଣ ପାଇଁ ଟିକାକରଣ କାର୍ଯ୍ୟକ୍ରମ

ଯାଜପୁରରୋଡ଼;୨୪/୦୨:(ଶୁଭେନ୍ଦୁ ନାୟକଙ୍କ ଠାରୁ) ଜିଲ୍ଲାରେ ଜାରି ରହିଛି ଦ୍ବିତୀୟ ପର୍ଯ୍ୟାୟ କୋରେନା ନିରାକରଣ ପାଇଁ ଟିକାକରଣ କାର୍ଯ୍ୟକ୍ରମ । ଏହି କ୍ରମରେ ଆଜି ଜିଲ୍କାର ବ୍ୟାସନଗର ପୌରପରିଷଦ କାର୍ଯ୍ୟାଳୟରେ କର୍ମଚାରୀ ମାନଙ୍କୁ କୋଭିଡ୍ ଟିକା ଦିଆଯାଇଛି । ଏହି ଟିକାକରଣ କାର୍ଯ୍ୟକ୍ରମରେ ପୌର କାର୍ଯ୍ୟାଳୟର ଅଧିକାରୀ, ଯନ୍ତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀମାନେ ସାମିଲ ହୋଇ ଟିକା ନେଇଛନ୍ତି । ଏଥିପାଇଁ ପୂର୍ବରୁ ନାମ ପଞ୍ଜିକରଣ କରାଯାଇଥିବା ବେଳେ ମୋଟାମୋଟି 125ଜଣ କର୍ମଚାରୀଙ୍କୁ ଟିକାଦାନ ପାଇଁ ବ୍ୟବସ୍ଥା କରାଯାଇଥିବା କାର୍ଯ୍ୟ ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ପୌର କର୍ମଚାରୀ କିଶୋର କୁମାର ରାଉତ୍ ପ୍ରଥମେ ଟିକା ନେଇଥିଲେ । ଏଠାରେ କୌଣସି କର୍ମଚାରୀଙ୍କ ନିକଟରେ କୌଣସି ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଇନଥିଲା । ଏଥିରେ କେହି ବି ଭୟଭିତ ନହୋଇ ବିନା ଦ୍ବିଧାରେ କୋରୋନାକୁ ହଟାଇବାକୁ ଟିକା ନେବା ଜରୁରୀ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ କହିଥିଲେ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close