ବେଫିକର ଡ୍ରେନ ନିର୍ମାଣ ପାଇଁ କୁଆଖିଆ ବଜାରରେ ବଢ଼ୁଛି ଦୁର୍ଘଟଣା; ପ୍ରଶାସନ ନୀରବଦ୍ରଷ୍ଟା

କୁଆଖିଆ,୨୨/୨(ପଦ୍ମଲୋଚନ ନାୟକଙ୍କ ଠାରୁ): ଯାଜପୁର ଜିଲ୍ଲାର କୁଆଖିଆ ବଜାରର ଗୁରୁତ୍ୱ ଦିନକୁ ଦିନ ବଢ଼ୁଛି । ବିଶେଷକରି କିଛି ବର୍ଷ ପୂର୍ବେ ଋଢ଼ିଆ ବ୍ରିଜ୍ ବନ୍ୟାରେ ଗଳି ପଡ଼ିବା ପରେ ଜିଲ୍ଲା ମୁଖ୍ୟାଳୟ ଯାଜପୁର (ଯାଜପୁର ଟାଉନ)କୁ କଟକ, ଭୁବନେଶ୍ୱର ଆଦି ସ୍ଥାନକୁ ଯୋଗାଯୋଗ ପାଇଁ କୁଆଖିଆ-ହରିପୁର-ବରୁଆଁ-ଯାଜପୁର ରାସ୍ତା ନିର୍ଭରଯୋଗ୍ୟ ହେବା ପରେ ଏବଂ ଏହି ରାସ୍ତାରେ ଦିନକୁ ଗମନାବଢ଼ିବା ସହ ଗାଡି ଘୋଡାର ଯାତାୟତ ବହୁ ପରିମାଣରେ ବଢ଼ିଚାଲିଛି । ହେଲେ ୨-୩ମାସ ହେଲା କୁଆଖିଆ ବଜାରରେ ରାସ୍ତାର ୦୨ ପାଶ୍ୱର୍ରେ ଡ୍ରେନ ଖୋଳି କଚ୍ଚପ ଗତିରେ ନିର୍ମାଣ ଚଳାଇଥିବାରୁ ଦୈନିକ କିଛି ନା କିଛି ଦୁର୍ଘଟଣା ଘଟୁଛି । ଆଜି ସକାଳ ୧୦ଟା ପାଖାପାଖି ବେଳେ ଏକ ମୋଟର ସାଇକେଲକୁ ସାମନା ପଟୁ ଏକ ବାଲି ବୋଝେଇ ଟ୍ରକ ପିଟିବା ପରେ ମୋଟର ସାଇକେଲ ଆରୋହୀ ଜଣକ ଗୁରୁତର ହୋଇ ତଳେ ପଡ଼ିଯାଇଥିଲେ । ଟ୍ରକଟି ତାଙ୍କ ଗୋଡ ଉପରେ ଚଢ଼ି ଯାଇଥିଲା । ସଂଗେ ସଂଗେ ସ୍ଥାନୀୟ କିଛି ବ୍ୟକ୍ତି ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ପୁଣି ଆଜି ଅପରାହ୍ନ ୪ଟାରେ ଅନ୍ୟ ଏକ ଦୁର୍ଘଟଣା ଘଟିଛି । ଏକ ଡମ୍ଫର ପଛ ପଟୁ ମୋଟର ସାଇକେଲକୁ ବାଡ଼େଇବା ପରେ ଉଭୟ ଟ୍ରକ ଓ ମୋଟର ସାଇକେଲ ଡ୍ରେନ ପାଇଁ ଖୋଳା ଯାଇଥିବା ଗାତରେ ପଡିଯାଇଥିଲେ । ମୋଟର ସାଇକେଲ ଆରୋହୀଙ୍କୁ କଟକ ମେଡିକାଲକୁ ପଠାଇ ଦିଆଯାଇଛି । ଡ଼୍ରେନ ପାଇଁ ୭-୮ ଫୁଟ ଗହୀର ଓ ୫-୬ଫୁଟ ଓସାର ଗାତ ଖୋଳା ଯାଇ ମାସ ମାସ ଧରି ମୁକୁଳା ପକାଯିବା ସହ ରାସ୍ତା କଡ଼ରେ ମନୋମୁଖି ଭାବେ ବାଲି, ଗୋଡି ଆଦି ପକାଇ ରଖାଯାଉଛି । ଫଳରେ ଦୁର୍ଘଟଣା ଘଟିବା ସାର ହେଉଛି । ଏହି ରାସ୍ତା ଦେଇ ପ୍ରତ୍ୟହ ପ୍ରଶାସନିକ ଅଧିକାରୀ, ପୋଲିସ, ଜନ ପ୍ରତିନିଧିମାନେ ଯା’ଆସ କରୁଥିଲେ ହେଁ ଏହା ଉପରେ ଦୃଷ୍ଟି ନ ଦେବା ଆଶ୍ଚର୍ଯ୍ୟର ବିଷୟ! କୁଆଖିଆ ବଣିକ ସଂଘ ପକ୍ଷରୁ ଏହା ବିରୋଧରେ ପ୍ରତିବାଦ ପାଇଁ ଯୋଜନା ହେଉଥିବାର ଜଣାଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close