ଇକୋ କ୍ଳବ ଶିକ୍ଷକ ମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଯାଜପୁର, ୨୫/୦୪ (ନି ପ୍ର ) : ପରିବେଶର ସୁରକ୍ଷା କଲେ ପରିବେଶ ଆମକୁ ସୁରକ୍ଷିତ ରଖିବ ବୋଲି କହିଚ୍ଥନ୍ତି ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ମିହିର ପ୍ରସାଦ ମହାନ୍ତି । ସୋମବାର ପୂର୍ବାହ୍ନରେ ବୈଷ୍ଣବ ଦତ୍ତ ଊଚ୍ଚ ବିଦ୍ୟାଳୟ ଉଚ୍ଚ ବିଦ୍ୟାଳୟ ପରିସରରେ ଇକୋ କ୍ଳବ ଶିକ୍ଷକ ମାନଙ୍କର ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାନ୍ତି ବ୍ୟାପକ ବୃକ୍ଷ ରୋପଣ ଯେତିକି ଜରୁରୀ, ଲଗାଯାଇଥିବା ପ୍ରତ୍ୟେକ ବୃକ୍ଷକୁ ବଞ୍ଚାଇ ରଖିବା ତତୋଧିକ ଜରୁରୀ ବୋଲି କହିଥିଲେ । ଅଳିଆ ଆବର୍ଜନା, ପଲିଥିନ ପରିଚାଳନା, ଜଳ ସଂରକ୍ଷଣ ଓ ପରିଚାଳନା ଇତ୍ୟାଦିକୁ ଶିକ୍ଷାନୁଷ୍ଠାନର ଚ୍ଥାତ୍ର ଚ୍ଥାତ୍ରୀ ମାନଙ୍କ ମାଧ୍ୟମରେ ବ୍ୟାପକ ସଚେତନତା କରିବାକୁ ସେ ପରାମର୍ଶ ଦେଇଥିଲେ ।ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ସୁନ୍ଦର ଓ ସୁରକ୍ଷିତ ଭବିଷ୍ୟତ ପାଇଁ ସୁସ୍ଥ ପରିବେଶର ଆବଶ୍ୟକତା ଜରୁରୀ । ଆମେ ମଣିଷ ମାନେ ପରିବେଶକୁ ବେଶି ନଷ୍ଟ କରୁଚ୍ଥନ୍ତି ଅଥଚ ସମଗ୍ର ଜୀବ ଜଗତ ଏହାର ପରିଣାମ ଭୋଗୁଚ୍ଥନ୍ତି ବୋଲି କହିବା ସହ ପରିବେଶ ସୁରକ୍ଷା ପାଇଁ ସଂକଳ୍ପବଦ୍ଧ ହେବାକୁ ଅନୁରୋଧ କରିଥିଲେ । ମୁଖ୍ୟ ବକ୍ତା ଭାବେ ସେଣ୍ଟର ପଂର ଏନ୍‌ଭରମେଣ୍ଟ ଷ୍ଟଡିଜ୍‌ର ପ୍ରତିନିଧି ଭରତ ଚନ୍ଦ୍ର ଜେନା ଇକୋ କ୍ଳ୍‌ବ ମାନଙ୍କର ପରିବେଶ ସୁରକ୍ଷା ଊପରେ ଦାୟିତ୍ୱ ଓ ଚ୍ଥାତ୍ର ଚ୍ଥାତ୍ରୀ ମାନଙ୍କର କର୍ତ୍ତବ୍ୟ ସଂପର୍କରେ ବିଷଦ ଆଲୋଚନା କରିଥିଲେ । ଜିଲ୍ଲା ପରିବେଶ ସମିତିର ଉପସଭାପତି ମଳୟ ମିତ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ । ପରିବେଶ ସମିତିର ସଂପାଦକ ଡଃ ଶରତ କୁମାର ସାହୁ ଇକୋ କ୍ଳବ ଗୁଡିକ ବିଗତ ଦୁଇ ବର୍ଷ ଧରି କରୋନା ପାଇଁ ବିବିଧ କାର୍ଯ୍ୟକ୍ରମରୁ ବଞ୍ଚିତ ରହିଥିଲେ । ବର୍ତ୍ତମାନ ଏହାକୁ ଅଧିକ କ୍ରିୟାଶୀଳ କରିବାକୁ ଊଦ୍ୟମ କରାଯାଊଚ୍ଥି ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମାଷ୍ଟର ଟ୍ରେନର ଡଃ ନୃସିଂହ ଚରଣ ବେହରା, ଡଃ ମହେଶ୍ୱର ଜେନା ସାମନ୍ତ, ବିଜୟ କୁମାର ସାହୁ, ବିଷ୍ଣୁ ଚରଣ ସାହୁ ଓ ବୈଷ୍ଣବ ଦତ୍ତ ଊଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନିରୁପମା ମହାନ୍ତି ପ୍ରମୁଖ ଯୋଗ ଦେଇ ପରିବେଶ ସୁରକ୍ଷାରେ ଇକୋ କ୍ଳ୍‌ବର ଦାୟିତ୍ୱ, ସଚେତନତା, ଚ୍ଥାତ୍ର ଚ୍ଥାତ୍ରୀଙ୍କ ଅନ୍ତର୍ଭୁକ୍ତି, ପ୍ରତ୍ୟେକ ବିଦ୍ୟାଳୟରେ ସବୁଜ ପରିବେଶ ସୃଷ୍ଟି ସଂପର୍କରେ ଆଲୋକପାତ କରିଥିଲେ । ଜିଲ୍ଲାର ୩୮୫ ଇକୋ କ୍ଳ୍‌ବର ପ୍ରତିନିଧି ମାନେ ଏହି ତାଲିମ ଶିବିରରେ ଯୋଗ ଦେଇଥିଲେ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close