ବ୍ୟାସନଗରରେ ବେଆଇନ ଗୋ-ଚାଲାଣ ବିରୋଧରେ ପ୍ରତିବାଦ ସଭା

ବ୍ୟାସନଗର,୧୯/୨: ଗତ କାଲି ସକାଳେ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅର୍ନ୍ତଗତ ୬୦ନଂ. ଜାତୀୟ ରାଜପଥର ଗାନ୍ଧୀ ଛକ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପାଖାପାଖି ୪୦ଟି ଗୋ-ସମ୍ପଦ ସହିତ ୦୩ଜଣଙ୍କ ଜୀବନ ହାନି ପ୍ରତିବାଦରେ ଆଜି ସନ୍ଧ୍ୟାରେ ସ୍ଥାନୀୟ ‘ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ’ ଠାରେ ସାମାଜିକ କର୍ମୀ ତଥା ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ମୃତ ଗୋ-ସମ୍ପଦଗୁଡିକର ଅମର ଆତ୍ମାର ସଦ୍‌ଗତି ପାଇଁ ୦୧ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ଆଲୋଚକ ଭାବେ ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ତଥା ଶ୍ରମିକ ନେତା ଚନ୍ଦ୍ରମଣି ସାମଲ, ବରିଷ୍ଠ ସମାଜସେବୀ ଉପେନ୍ଦ୍ରନାଥ ମହାନ୍ତି, ନାରୀ ନେତ୍ରୀ ବିଦ୍ୟୁତ୍‌ପ୍ରଭା ରାୟ, ଯାଜପୁର ଜିଲ୍ଲା ହିନ୍ଦୁ ସୁରକ୍ଷା ସେନାର ସଭାପତି ବସନ୍ତ କୁମାର ପାତ୍ର, ସ୍ଥାନୀୟ ସାଇ ସେବା ସଂସ୍ଥାର ବରିଷ୍ଠ କାର୍ଯ୍ୟକର୍ତା ରାହାସ ବିହାରୀ ପଣ୍ଡିତ, ରାଜ୍ୟ ସ୍ତରୀୟ ମାନବାଧିକାର କର୍ମୀ ଦୀପକ ରଂଜନ ପାଣିଗ୍ରାହୀ, ସନାତନ ମଲ୍ଲିକ, ଆଡଭୋକେଟ ଦୀପକ ସେନଗୁପ୍ତା, ଗୋଲାପ ମଲ୍ଲିକ, ସୁବାସ ଜେନା, କୁନା ବିଶ୍ୱାଳ, ପ୍ରଶାନ୍ତ ମହାପାତ୍ର ପ୍ରମୁଖ ଯୋଗ ଦେଇ ଚୋରା ଗୋ-ଚାଲାଣ ବନ୍ଦ କରିବାକୁ ଦାବୀ କରିବା ସହ ଗତ କାଲିର ଘଟଣାରେ ଦୁଃଖ ପ୍ରକାଶ କରିଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରୁ ଅମୂଲ୍ୟ ଗୋ-ସଂପଦର ଚାଲାଣ ପଡୋଶୀ ପଶ୍ଚିମବଂଗ ଓ ବାଲାଂଦେଶ ଆଦି ସ୍ଥାନକୁ ହେଉଥିବାର ବିଭିନ୍ନ ସମୟରେ ଅଭିଯୋଗମାନ ହୋଇଆସୁଥିଲେ ହେଁ ସରକାରୀ ନିୟମ କାନୁନ ଥିଲେ ବି ସେହି ଅନୁଯାୟୀ କାର୍ଯ୍ୟନୁଷ୍ଠାନ ନିଆଯାଇ ଏହାକୁ ରୋକାଯାଉ ନାହିଁ । ଜାତୀୟ ରାଜପଥର ବିଭିନ୍ନ ଟୋଲ ଗେଟ୍ ଦେଇ ଖୁଲମଖୋଲା ବେଆଇନ ଗୋ-ଚାଲାଣ ବଢ଼ି ବଢ଼ି ଚାଲିଥିବା ବେଳେ ପ୍ରଶାସନ ନୀରବଦ୍ରଷ୍ଟା ସାଜୁଛି । ଏଥିସହ ରୀତିମତ ଭାବେ ଯାଜପୁର ଜିଲ୍ଲାର କୋରେଇ, ହାଟସାହି, ସୁକିନ୍ଦାର ହରିପୁର ଆଦି ଅଂଚଳରୁ ପ୍ରତ୍ୟହ ହେଉଥିବା ଗୋ-ଚାଲଶଣକୁ ବନ୍ଦ କରିବାକୁ ଏଠାରେ ଦାବୀ କରାଯାଇଥିଲା । ପୁନଶ୍ଚ, ପ୍ରତିଦିନ କେଉଁଠୁ ନା କେଉଁଠୁ ଗୋରୁ ଗାଈ, ଚେଲି ମେଣ୍ଡା ଆଦି ଚୋରୀ ହେଉଛି । ଏହି ଚୋରା ପଶୁ ସମ୍ପଦକୁ ଶାଗମାଛ ମୂଲ୍ୟରେ ଦଲାଲମାନେ କିଣି ତାହାକୁ ଅନାୟସରେ ଚାଲାଣ କରୁଛନ୍ତି । ଗୋ-ସଂପଦ ଓ ଅନ୍ୟ ଗୃହପାଳିତ ପଶୁର ଚୋରୀକୁ ପୋଲିସ ହାଲୁକା ଭାବେ ନେଉଥିବା ବେଳେ ଜିଲ୍ଲାରୁ ନିୟମିତ ଭାବେ ହେଉଥିବା ଗୋ-ଚାଲାଣ ଉପରେ ପୋଲିସ ଓ ପ୍ରଶାସନ ସବୁ ଜାଣି ନ ଜାଣିଲା ପରି ଅଭିନୟ କରୁଛନ୍ତି । ଏହା ଉପରେ ଜନ ସଂଗ୍ରାମ କରିବା ପାଇଁ ଏଠାରେ ମତ ପ୍ରକାଶ ପାଇଥିଲା । ଏହାଛଡ଼ା ଗୋ-ସଂପଦର ସୁରକ୍ଷା, ଗୋ-ଉତ୍ପାଦଗୁଡିକର ଚାହିଦା ଦେଶ ଓ ବିଦେଶରେ ବଢ଼ାଇବା ପାଇଁ ଯେଝା ଯେଝା ସ୍ତରରେ ଉଦ୍ୟମ କରିବାକୁ ସର୍ବସମ୍ମତି କ୍ରମେ ନିଷ୍ପତି ହୋଇଥିଲା । ରାଜ୍ୟରୁ ଗୋ-ସଂପଦର ଚୋରା ଚାଲାଣ ରୋକିବାକୁ ଏବଂ ରାଜପଥରେ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଗତ କାଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟୁଇଟ୍ ମାଧ୍ୟମରେ କରିଥିବା ଚିଠିକୁ ଏଠାରେ ସମର୍ଥନ କରାଯାଇଥିଲା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close