ଝାଡେଶ୍ବର ଜୁନିୟର କଲେଜ ଇ. କୋ କ୍ଲବର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

ଦାନଗଦି; ୧୩/୦୨: (ନି.ପ୍ର)ଟୋଲକାନୀ ସ୍ଥିତ ଝାଡେଶ୍ବର ଜୁନିଅର କଲେଜ ପରିସରରେ ଇ କୋ କ୍ଲବର ପୁରସ୍କାର ବିତରଣ ଉତ୍ସବ ଗତ ୧୧ତାରିଖରେ ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ଡ଼ ଯୁଗଳ କିଶୋର ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଅଧ୍ୟାପକ ଡ଼ ଅକ୍ଷୟ କୁମାର ପଣ୍ଡା,ଡ଼ କ୍ଷୀରୋଦ ଚନ୍ଦ୍ର ବେହେରା, ପ୍ରଫେସର କାଶୀନାଥ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ପରିବେଶ ସୁରକ୍ଷାରେ ଛାତ୍ର ଛାତ୍ରୀ ମାନଙ୍କର ଦାୟିତ୍ୱ ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ। ଇ କୋ କ୍ଲବ ଆନୁକୂଲ୍ୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ତର୍କ ପ୍ରତିଯୋଗିତାରେ ଲକ୍ଷ୍ମୀପ୍ରିୟା ରାଉତ ପ୍ରଥମ ସ୍ଥାନ, ଦିବ୍ୟଜ୍ୟୋତି ପଲେଇ ଦ୍ୱିତୀୟ ଓ ସୁନିତା ଦାସ ତୃତୀୟ ସ୍ଥାନ ଅଧିକାର କରିଥିଲେ। ପ୍ରବନ୍ଧ ପ୍ରତିଯୋଗିତାରେ ବନିତାରାଣୀ ସାହୁ,ଲକ୍ଷ୍ମୀ ପ୍ରିୟ ଦାଶ, ଭାଗ୍ୟଲକ୍ଷ୍ମୀ ଦାସ,ଯଥାକ୍ରମେ ପ୍ରଥମ ଦ୍ୱିତୀୟ ତୃତୀୟ ସ୍ଥାନ ଅଧିକାର କରିଥିଲେ।କୁଇଜ ପ୍ରତିଯୋଗିତାରେ ବନିତାରାଣୀ, ସୁନିତା,ଦିବ୍ୟଜ୍ୟୋତି ମଧ୍ୟ ପୁରସ୍କୃତ ହୋଇଥିଲେ। ଶେଷରେ ଅଧ୍ୟାପକ ଶ୍ରୀମତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close