ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି(ନନ୍ଦ ସାର)ଙ୍କ ସହ ସାକ୍ଷାତକାର

ଯାଜପୁର; ୧୧/୦୨:(ସୁଦିପ କୁମାର ମିଶ୍ର/ବିଶ୍ଵ ରଞ୍ଜନ ପଟ୍ଟନାୟକ/ଦୀପକ ରଞ୍ଜନ ପାଣିଗ୍ରାହୀଙ୍କ ସ୍ୱତନ୍ତ୍ର ରିପୋର୍ଟ) ନନ୍ଦ କିଶୋର ପୃଷ୍ଟି ପି:ସ୍ବର୍ଗତ-ଲାଭ ପୃଷ୍ଟି ମାତା:ସ୍ବର୍ଗତ- ଚନ୍ଦ୍ରମଣି ପୃଷ୍ଟି ଗ୍ରାମ-କନ୍ତିରା ଜିଲ୍ଲା- ଯାଜପୁର ବୟସ ପ୍ରାୟ ୧୦୩ ତାଙ୍କର ଦୁଇ ପୁଅ ଦୁଇ ଝିଅ।ଛୋଟ ପରିବାରରେ ସୀମିତ ରହି ଚାଟଶାଳୀ ଶିକ୍ଷାକୁ ଆପଣାଇନେଇଛନ୍ତି ନନ୍ଦ ସାର।ଦୀର୍ଘ ୭୦ବର୍ଷ ଧରି ଗ୍ରାମର କୁନି କୁନି ପିଲାମାନଙ୍କୁ ଚାଟଶାଳୀ ଶିକ୍ଷା ଦେଇ ଆସୁଥିବା ମହାନ ପୁରୁଷ ହେଉଛନ୍ତି ନନ୍ଦ ସାର। ନିଜର ଭବିଷ୍ୟତ କଥା ଚିନ୍ତା ନକରି ଶିକ୍ଷାକୁ ପ୍ରାଧାନ୍ୟ ଦେଇ ଆସୁଛନ୍ତି ସାର।ପିଲାମାନଙ୍କ ଠାରୁ କୌଣସି ପ୍ରକାର ର ଗୁରୁଦକ୍ଷିଣା ନନେଇ ସେ ପିଲାମାନଙ୍କୁ ଶିକ୍ଷା ଦେଇ ଆସୁଛନ୍ତି। ପଦ୍ମଶ୍ରୀ ପାଇ ସେ ବହୁତ ଖୁସି ଅନୁଭଵ କରୁଛନ୍ତି ବୋଲି କହିଛନ୍ତି ସେ କେବେବି ଚିନ୍ତା କରିନଥିଲେ ଯେ ତାଙ୍କର ଶିକ୍ଷା ପ୍ରତି ଭଲପାଇବା ଏତେ ବଡ଼ ଉପାଧି ଦେଇପାରିବ। ତାଙ୍କରି ହାତରେ ଶହ ଶହ ଛାତ୍ର ଛାତ୍ରୀଙ୍କୁ ମଣିଷ କରି ଗଢ଼ି ତୋଳିଛନ୍ତି। ସବୁ କାମ ଛାଡି ଗ୍ରାମାଞ୍ଚଳରେ ପିଲା କିପରି ଶିକ୍ଷା ଲାଭ କରିବେ ତାଙ୍କର ଭବିଷ୍ୟତ କିପରି ଉଜ୍ବଳ ହେବ ସେଥିପ୍ରତି ସେ ବିଶେଷ ଧ୍ୟାନ ଦେଉଥିଲେ। ସେ କହିଥିଲେ ଏବେବି ଗ୍ରାମାଞ୍ଚଳରେ ଗ୍ରାମ୍ୟ ପରିବେଶ ଓ ଶିକ୍ଷା ବାତାବରଣ ବଦଲିନାହିଁ । ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଏବେବି ପୂର୍ବ ଭଳି ଚାଟଶାଳୀ ପାଠ ପ୍ରତି ଆଗ୍ରହ ରହିଛି।ଗ୍ରୁରୁକୂଳ ଶିକ୍ଷାର ମାନ ଏବେବି ପରିଲକ୍ଷିତ ହେଉଛି। ଏତେ ବର୍ଷ ବୟସରେ ବି ଶିକ୍ଷା ଦାନକୁ ସେ ଛାଡି ପାରୁନାହାନ୍ତି ଏଥିରୁ ତାଙ୍କୁ ଏକ ସେବା ମନବୃତ୍ତି ଜାଗ୍ରତ ରହୁଛି ବୋଲି ସେ କହିଛନ୍ତି।ତାଙ୍କର ଏକ ମାତ୍ର ଇଚ୍ଛା ଯେଉଁ ଛାତ୍ର ଛାତ୍ରୀ ଏଠାରୁ ପାଠ ପଢି ଯାଉଛନ୍ତି ସମସ୍ତେ ଜଣେ ଭଲ ମଣିଷ ହୋଇ ନିଜର ନାମ ରଖିବା ସହ ଓଡ଼ିଶାର ତଥା ଭାରତ ମାତା ର ନାମ ରଖିବାକୁ ଚେଷ୍ଟା କରନ୍ତୁ ବୋଲି ସେ ସବୁବେଳେ ଇଶ୍ୱରଙ୍କ ପାଖରେ ଗୁହାରି କରନ୍ତି।ଆଦର୍ଶ ପରିବାରର ଗଠନ ଦିଗରେ ଗୁରୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜର ଲକ୍ଷ୍ୟ ପଥରେ ସତ ପଥକୁ ଆପଣାଇ ଆଗେଇଯିବାକୁ ସେ ପିଲାମାନଙ୍କ ମଧ୍ୟରେ ଉତ୍ସାହ ଜଗାଇଥାନ୍ତି। ସମାଜରେ ଚୋର, ଦୁର୍ନୀତି ଖୋର,ନିଶାଖୋର ବଢ଼ିବାରେ ଲାଗିଛି ଏହାକୁ ବିରୋଧ କରି ସତ ମାର୍ଗରେ ଚାଲିବାକୁ ସେ କହିଛନ୍ତି। ପିଲାର ବ୍ୟକ୍ତିତ୍ବ ଗଠନରେ ମୂଳଦୁଆକୁ ମଜବୁତ କରିବାକୁ ହେଲେ ଉଚିତ ଶିକ୍ଷାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଆଗାମୀ ଭବିଷ୍ୟତ ଧରଙ୍କ ପ୍ରତି ତାଙ୍କର ବାର୍ତ୍ତା ରହିଛି ଯେ ସମସ୍ତେ କୁସଂସ୍କାର କୁ ଭୁଲି ଉଚିତ ମାର୍ଗରେ ଚାଲି ଆମ ରାଜ୍ୟ ତଥା ଆମ ଦେଶର ଟେକ ରଖିବାକୁ ସେ ଉପଦେଶ ଦେଇଛନ୍ତି। 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close