ମାର୍ଚ୍ଚ ୨୪ ରେ ପୌରନିର୍ବାଚନ ଚାଲିଛି ସଜବାଜ

ଯାଜପୁର/ ବ୍ୟାସନଗର ; ୨୬/୦୨ (ସନ୍ତୋଷ କୁମାର ରଥଙ୍କ ଠାରୁ) ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ପୌରନିର୍ବାଚନ ହେବାକୁ ସ୍ଥିର କରାଯାଇଛି। ଫେବୃଆରୀ ୨୮ ରେ ପୌରନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ମିଳିଛି।୧୦୬ ଏନ ଏ ସି /ମ୍ୟୁନିସପାଲିଟି, ୩ ମହାନଗର ନିଗମରେ ହେବ ପୌରନିର୍ବାଚନ । ଏନେଇ ପ୍ରେସମିଟରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାନ ପାଢ଼ୀ ଘୋଷଣା କରିଛନ୍ତି । ମାର୍ଚ୍ଚ ୨ରୁ ୭ ପର୍ଯ୍ୟନ୍ତ ମନୋନୟକ ପତ୍ର ଦାଖଲ, ମାର୍ଚ୍ଚ ୯ରେ ନାମାଙ୍କନପତ୍ର ଯାଞ୍ଚ ଓ ୧୪ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାରର ତାରିଖ ରହିଛି । ଏହା ସହ ନିର୍ବାଚନ କମିଶନର କହିଛନ୍ତି ଯେ, ‘ପ୍ରଥମ ଥର ପାଇଁ ପୌର ନିର୍ବାଚନରେ ନୋଟା ବିକଳ୍ପ ରହିବ । ପୌର ନିର୍ବାଚନରେ ପ୍ରତି ବୁଥରେ ୨ଟି ଇଭିଏମ ରଖାଯିବ । ଅଧ୍ୟକ୍ଷ, ମେୟର ସିଧାସଳଖ ନିର୍ବାଚନ ହେଉଥିବାରୁ ୨ଟି ଇଭିଏମ ରହିବ । ଭୁବନେଶ୍ୱର, କଟକ, ବ୍ରହ୍ମପୁରରେ ଅନୁଷ୍ଠିତ ହେବ ପୌରନିର୍ବାଚନ। ତେବେ ଆଜିଠୁ ଲାଗୁ ହୋଇଛି ନିର୍ବାଚନ ଆଚରଣ ବିଧି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀ । ହେଲ ଏଥର କିନ୍ତୁ ଦୁଇ ପୌର ମହାନଗରରେ ରାଉରକେଲା ଓ ସମ୍ୱଲପୁରରେ ହେବନି ପୌର ନିର୍ବାଚନ । ସେହିଭଳି ପୁରୀ ମ୍ୟୁନିସପାଲଟିରେ ମଧ୍ୟ ନିର୍ବାଚନ ହେବନି । କୋର୍ଟରେ କେସ ଚାଲୁରହିଥିବାରୁ ନିର୍ବାଚନ ହେବନାହିଁ ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close