ସେବା ସପ୍ତାହର ଅନ୍ତିମ ଦିବସରେ ବ୍ୟାସନଗରର ବରିଷ୍ଠ ବିଜେପି ନେତାମାନେ ମୋଦି ଜୀଙ୍କ ଶୁଭ ମନାସୀ ୧୦୮ ଦୀପ ଦାନ କଲେ

ବ୍ୟାସନଗର, ୨୦/୦୯: ଭାରତର ଜନପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୦ ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଉପଲକ୍ଷେ ଦେଶବ୍ୟାପି ଚଳିତ ୧୪ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ସେବା ସପ୍ତାହ ପାଳିତ ହେଉଅଛି । ଏହି ଅବସରରେ ସପ୍ତାହର ପ୍ରତିଦିନ ଓଡ଼ିଶାରେ ମଧ୍ୟ ବିଜେପି କର୍ମକର୍ତାମାନଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ ଜନ କଲ୍ୟାଣକାରୀ ଯୋଜନାମାନ ଯଥା-ବୃକ୍ଷରୋପଣ, ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ, ଶୁଖିଲା ଖାଦ୍ୟ ବଂଟନ, ରକ୍ତଦାନ ଶିବିର, ବସ୍ତ୍ର ବଂଟନ ଆଦି ବହୁ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବା ସଂଗେ ସଂଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରି ବହୁ ମନ୍ଦିରରେ ପୂଜାର୍ଚ୍ଚନା ସାଂଗକୁ ସମୂହ ଦୀପ ଦାନ ମଧ୍ୟ କରାଯାଉଛି ।
           ଆଜି ଅପରାହ୍ନରେ ସ୍ଥାନୀୟ ନ୍ୟୁ-ମାର୍କେଟ ସ୍ଥିତ ଓଁକାରନାଥ ମନ୍ଦିରରେ ବ୍ୟାସନଗର ବିଜେପିର ବହୁ ବରିଷ୍ଠ ନେତାମାନେ ସେବା ସପ୍ତାହର ଅନ୍ତିମ ଦିବସରେ ମୋଦି ଜୀଙ୍କର ଶୁଭ ମନାସୀ ୧୦୮ ଦୀପ ଦାନ କରିଥିଲେ । ପରେ ମିଷ୍ଠାନ୍ନ ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ପ୍ରସନ୍ନ ସାମଲ, ଆଡ଼୍‌ଭୋକେଟ୍ ତଥା ବରିଷ୍ଠ ନେତା ଚନ୍ଦ୍ରଶେଖର ପଣ୍ଡା, ପୂର୍ବତନ ମଣ୍ଡଳ ସଭାପତି ନିତ୍ୟାନନ୍ଦ ମହାଳିକ ଓ ବିଜୟ ପଣ୍ଡା, ବରିଷ୍ଠ ନେତା ଶିବଚରଣ ମାଝୀ, ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ ପ୍ରମୁଖ ଯୋଗ ଦେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close