ଯାଜପୁରରେ ଉତ୍କଳ ଗୈାରବ ମଧୁସୂଦନଙ୍କୁ ଶ୍ରଦ୍ଧାଞ୍ଜଳୀ

ଯାଜପୁର, ୪ା୨: ଆଜି ପେଂବୃୟାରୀ ୪ ତାରିଖ ଉତ୍କଳ ଗୈାରବ ମଧୁସୂଦନ ଦାସଙ୍କର ପୂଣ୍ୟ ମହା ପ୍ରୟାଣ ତିଥି । ଓଡିଆ ସ୍ୱାଭିମାନର ପ୍ରତୀକ, ଓଡିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ମୁଖ୍ୟ କର୍ଣ୍ଣଧାର ଏବଂ ଓଡିଆ ଜାତୀୟତାବାଦର ପ୍ରମୁଖ ବିନ୍ଧାଣୀ ମଧୁବାବୁ ଯୁଗ ଯୁଗ ପାଇଁ ଓଡିଆ ହୃଦୟରେ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ ହୋଇ ରହିଥିବେ ବୋଲି ଶ୍ରଦ୍ଧାଞ୍ଜଳୀ ପ୍ରଦାନ ଅବସରରେ ସ୍ମୃତିଚାରଣ କରାଯାଇଥିଲା । ଏହି ଅବସରରେ ସ୍ଥାନୀୟ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ସହ ସ୍ମୃତିଚାରଣ କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ତଥା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ, ସମାଜ ସେବୀ ନିଶିଥ ଦାସ, ବରିଷ୍ଠ ସାମ୍ୱାଦିକ ଆନନ୍ଦ ଚନ୍ଦ୍ର ସାହୁ, ପତଞ୍ଜଳି ଯୋଗ ସମିତି ପକ୍ଷରୁ ଯୋଗ ଗୁରୁ ଗୋପୀନାଥ ସେଠୀ, ମନ୍ମଥ ସାମଲ, ସରୋଜ କୁମାର ଜେନା, ସତ୍ୟବ୍ରତ ମହାନ୍ତି, ସୁଶାନ୍ତ କୁମାର ଗୋଚ୍ଚ୍ଥାୟତ, ହୃଷିକେଶ ନାଥ ପ୍ରମୁଖ ଉପସ୍ଥିତ ରହି ମଧୁବାବୁଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close