ପାର୍ବଣ ଋତୁ ପାଇଁ ସ୍ୱତନ୍ତ୍ର କୋଭିଡ ଗାଇଡ଼ ଲାଇନ ଜାରିକଲେ ସରକାର

ଭୁବନେଶ୍ୱର ; ୦୯/୦୮ ( ବ୍ୟୁରୋ)  : ଆଗକୁ ପାର୍ବଣ ଋତୁ । ସାଧାରଣତଃ ପୂଜା ପାର୍ବଣ ବେଳେ ଜନସମାଗମ ଅଧିକ ହେଉଥିବାରୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି ବୋଲି ଅନୁମାନ କରାଯାଉଛି। ଏବେବି କରୋନା ସଂକ୍ରମଣ ଚିନ୍ତା ଟଳିନାହିଁ । କରୋନାର ଭୟାବହ ରୂପ ମନରୁ ଲିଭିନାହିଁ। ଟଳି ନାହିଁ ବିପଦ ଯାଇନାହିଁ ମନର ଭୟ। ଏହାକୁ ଆଖିଆଗରେ ରଖି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସ୍ୱତନ୍ତ୍ର ଗାଇଡ଼ଲାଇନ ଜାରି କରିଛନ୍ତି ।
୧. ପୂଜା ମଣ୍ଡପର ଆୟୋଜକମାନେ ଜିଲ୍ଲାପାଳ କିମ୍ବା କମିଶନରେଟ ପୁଲିସର ଅନୁମତି ନେବା ବାଧ୍ୟତାମୂଳକ ।
୨.ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା, କାଳୀ ପୂଜା ଆଦିରେ ଯେଭଳି ଅଧିକ ଜନସମାଗମ ନହେବ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯିବ ।
୩. ମୂର୍ତିର ଉଚ୍ଚତା ୪ ଫୁଟ ମଧ୍ୟରେ ସୀମିତ ରହିବ।
୪. ଘର ଭିତରେ ବା ଇନଡେ଼ାରରେ ହିଁ ପୂଜା କରାଯିବ।
୫. ବିଧି ପରମ୍ପରା ରକ୍ଷା ପାଇଁ ପୂଜା କରାଯିବ ,ଯେଉଁଥିରେ ସର୍ବସାଧାରଣ ଯୋଗ ଦେଇ ପରିବେନାହିଁ। ପୂର୍ବ ପରି ପୂଜା ପେଣ୍ଡାଲ ବା ପୂଜା ମଣ୍ଡପରେ କର୍ତା ଓ ପୁରୋହିତଙ୍କୁ ମିଶାଇ ୭ ଜଣରୁ ଅଧିକ ରହି ପାରିବେ ନାହିଁ ।
୬. ପୂଜା ମଣ୍ଡପରେ ଉପସ୍ଥିତ ଥିବା ବ୍ୟକ୍ତିମାନେ ସାମାଜିକ ଦୂରତା ରକ୍ଷା କରିବା ସହ ସାନିଟାଇଜର ଓ ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ ରହିଛି।
୭. ସ୍ଥାନୀୟ ପ୍ରଶାସନ ଦ୍ୱାରା ଜାରି ଗାଇଡ଼ଲାଇନ ମାନିବାକୁ ବାଧ୍ୟ ହେବେ ଆୟୋଜକ।
୮. ବିସର୍ଜନ ପାଇଁ ଶୋଭାଯାତ୍ରା ହେବ ନାହିଁ । ସ୍ଥାନୀୟ ପ୍ରଶାସନ ପକ୍ଷରୁ ହୋଇଥିବା କୃତ୍ରିମ ଜଳାଶୟରେ ମୂର୍ତି ବିସର୍ଜନ କରାଯିବ ।
୯. ପୂଜା ମଣ୍ଡପରେ କୌଣସି ପ୍ରକାର ମ୍ୟୁଜିକାଲ ବା ମନୋରଂଜନ କାର୍ଯ୍ୟକ୍ରମ କରାଯିବ ନାହିଁ ।
୧୦. ଶିକ୍ଷାନୁଷ୍ଠାନରେ ସୀମିତ ଛାତ୍ରଛାତ୍ରୀମାନଙ୍କୁ ନେଇ ଗଣେଶ ପୂଜା କରାଯିବ ।
୧୧. ପୂଜାରେ କୌଣସି ପ୍ରକାର ଗୋଷ୍ଠୀ ଭୋଜନ ବା ପ୍ରସାଦ ସେବନ ବ୍ୟବସ୍ଥା କରାଯିବ ନାହିଁ ।
୧୨. ଯେଉଁମାନେ ଏହି ସବୁ ଗାଇଡ଼ଲାଇନର ଅନୁପାଳନ କରିବେ ନାହିଁ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close