“ପାନ ବାର୍ଲେ”ଙ୍କ ଦୁଃଖ କଷ୍ଟ ଶୁଣି ସହୋଯୋଗ ଦେବା ପାଇଁ ଅଣ୍ଟା ଭିଡ଼ିଲେ “କ୍ଲବ୍ ଦି ୟୁଥ୍ ମାସ”

ବ୍ୟାସନଗର,୩୧/୧(ଉ. ନ୍ୟୁଜ୍ ବ୍ୟୁରୋ): ଦୀର୍ଘଦିନ ହେବ ଅଜଣା ରୋଗରେ ପୀଡିତ ହୋଇ ଦୁଃଖ କଷ୍ଟରେ ଆଖିର ଲୁହ ଓଠରେ ପିଇ ଛଟପଟ ହେଉଥିବା “ପାନ ବାର୍ଲେ”ଙ୍କ ଦୁଃଖ, କଷ୍ଟ କଥାଶୁଣି ସହୋଯୋଗ ଦେବାପାଇଁ ଅଣ୍ଟା ଭିଡ଼ିଲେ ବ୍ୟାସନଗର ଅଗ୍ରଣୀ ସ୍ବେ୍ଛାସେବୀ ଅନୁଷ୍ଠାନ “କ୍ଲବ୍ ଦି ୟୁଥ୍ ମାସ”ର ଯୁବ ସମାଜସେବୀ ରାଜେଶ୍ କୁମାର ରାଉତ। ଏହି ଝିଅଟିର ନାମ “ପାନ ବାର୍ଲେ”। ତାଙ୍କ ବାପା ଓ ମା ଦୁଇଜଣ ଦିନ ମଜୁରିଆ ବାଲି ସିମେଣ୍ଟ କାମକରି ଯାହା ଆଣନ୍ତି ତାଙ୍କର ବାପ ମା ୫ଜଣ ପରିବାର ହସ ଖୁସିରେ ଚଳି ଯାଆନ୍ତି। କିନ୍ତୁ ଦୁଃଖର ବିଷୟ ଘରର ବଡ ଝିଅ ପାନ କିଛି ବର୍ଷହେବ ଅଜଣା ରୋଗରେ ପୀଡିତ ହୋଇ ପ୍ରଥମେ ଗୋଟାଏ ଗୋଡରେ ଅଜଣା ଖେତ ହେଲା ଓ ପରେ ଡାହାଣ ହାତ କହୁଣିରେ ଅଜଣା ଖେତ ହୋଇ ସେ ଆଜକୁ ଦୁଇବର୍ଷ ତା ହାତରେ ଟିକେ ଖାଇ ନ ପାରି ବୋହୂ ଯନ୍ତ୍ରଣା ପାଉଛି । ସ୍ୱଳ୍ପ ରୋଜଗାରରୁ କିଛି ସଞ୍ଚୟ କରି ରଖିଥିବା ଅର୍ଥ କଟକ ବଡ ମେିକାଲ ନେଇ ଝିଅର ଚିକିତ୍ସା ରେ ଖର୍ଚ୍ଚ କରିବା ପରେ ପାନ ର ବାପା “ତିନୁ ବାର୍ଲେ ” ହତାଶ ହୋଇ ଝିଅକୁ ଘରେ ଆଣି ରଖି ଭାଗ୍ୟକୁ ଆଦରି ପଡ଼ିଛି । ବାପା ପାଖରେ ପାନକୁ ଭଲ କରିବା ପାଇଁ ଅର୍ଥ ନାହିଁ ଏହାକୁ ୯ ବର୍ଷର ଝିଅ ଠିକସେ ବୁଝି ପାରିବାରୁ ଗୋଟିଏ ଗୋଡ ଘା ହୋଇ ପଚି ଯାଇ ପାଦ ତଳକୁ ଗାତ ହୋଇ ଗଲାଣି ଓ ଅନ୍ୟ ପଟେ ଅଜଣା ରୋଗରେ ଡାହାଣ ହାତର କହୁଣି ରେ ଘା ହୋଇ ଧୀରେ ଧୀରେ ଫୁଲି ଫାଟିବା ଆରମ୍ଭ କରିଲାଣି ସବୁଦିନ କଷ୍ଟ ସହି ସହି ଦେହକୁ ପଥର କରି ରହିଛି ପାନ ତେବେ ଯାହାବି ହେଉ ପାନର ଏହି ଦୁଃଖଦ ଖବର ଶୁଣିବାକୁ ପାଇ ରାଜେଶ୍ ଆଜି ବ୍ୟାସ ସରୋବରର ଏହି ବସ୍ତିରେ ପହଞ୍ଚି ପାନ ବାପା ମା ଙ୍କ ଠାରୁ ସବୁ ବୁଝିଲା ପରେ ରାଜେଶ୍ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ହୁଅନ୍ତୁ କି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ର ଦୃଷ୍ଟି ଆକର୍ଷଣ କରି ସ୍ବାସ୍ଥ୍ୟ ବିଭାଗ ମାଧ୍ୟମରେ ପାନକୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ପ୍ରଶାସନ ଆଗରେ ଦାବି ରଖିଛନ୍ତି । ଯଦି ପାନର ହାତକୁ ଏବେ ଠାରୁ ଅପରେସନ କରା ନ ଯାଏ ତାହେଲେ ଆଗକୁ କ୍ୟାନ୍ସର ହୋଇଯିବ। ପାନକୁ ସଂପୂର୍ଣ୍ଣ ହାତ ହରାଇବାକୁ ପଡ଼ିବ, ତେଣୁକରି ଯେତେ ଶୀଘ୍ର ପାନକୁ ସ୍ବାସ୍ଥ୍ୟ ସେବା ଯୋଗଇଦେବାକୁ ରାଜେଶ୍ ପ୍ରଶାସନକୁ ଗୁହାରି କରୁଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close