ପହିଲାରୁ ଖୋଲିବ ଅଙ୍ଗନୱାଡ଼ି, ବିବାହ ଓ ଶୁଦ୍ଧି କ୍ରିୟାରେ ୫୦୦ଲୋକଙ୍କୁ ଅନୁମତି

ଭୁବନେଶ୍ୱର;୩୦/୦୧:(ଜ୍ୟୋତିରଞ୍ଜନଙ୍କ ଠାରୁ) 
ଆସନ୍ତା ଫେବୃଆରୀ ମାସ ପାଇଁ କୋରୋନା ଗାଇଡ଼ଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । ଏହି ଗାଇଡଲାଇନରେ ଜାନୁୟାରୀ ମାସ ଗାଇଡ଼ ଲାଇନ ଭଳି ପ୍ରାୟତଃ ସମାନ ରହିଛି। ବିବାହରେ ୫ଶହ ଲୋକଙ୍କୁ ଅନୁମତି।ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେବ ଗଣଶିକ୍ଷା ବିଭାଗ। ପ୍ରାଥମିକ ସ୍କୁଲ ଖୋଲିବା ନେଇ ପ୍ରସ୍ତୁତ ହେବ SOP।ଫେବ୍ରୁଆରୀ ୧ରୁ ଅଙ୍ଗନବାଡି ଖୋଲିବା ନେଇ ନିଷ୍ପତ୍ତି।ନୂଆ ଗାଇଡଲାଇନ ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ଜାରି।ସର୍ବସାଧାରଣ ସ୍ଥାନରେ ମଦ୍ୟପାନ,ଗୁଟଖା ଓ ପାନ ଖାଇବା ମନା ।ବାହାରେ ଛେପ ପକାଇଲେ ଭୋଗିବାକୁ ହେବ ଦଣ୍ଡ।ଯାତ୍ରା, ଖୋଲାମଞ୍ଚ ପାଇଁ ସ୍ଥାନୀୟ ପ୍ରଶାସନ ଅନୁମତି ଆବଶ୍ୟକ।SOP ଅନୁସାରେ ଖୋଲିପାରିବ ଥିଏଟର, ସିନେମା ହଲ୍।ଇଞ୍ଜିନିୟରିଂ କଲେଜ ଖୋଲିବାକୁ ବୈଷୟିକ ଶିକ୍ଷାବିଭାଗର ଅନୁମତି ଲୋଡ଼ା।ଇଣ୍ଡୋର ହଲରେ ୫୦ପ୍ରତିଶତ ସିଟ୍ ବୃଦ୍ଧି ପାଇଁ ଅନୁମତି।ସ୍ୱତନ୍ତ୍ର ରିଲିଫ କମିଶନର କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close