ସମ୍ବଲପୁର ସ୍ଥିତ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟର ୬ଷ୍ଠ ପ୍ରତିଷ୍ଠା ଦିବସ ପାଳିତ

ସମ୍ବଲପୁର, ୧୦/୬: ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ସମ୍ବଲପୁରର ୬ଷ୍ଠ ପ୍ରତିଷ୍ଠା ଦିବସ ଆଜି ଦିବା ୧୨ଟା ୩୦ମି. ସମୟରେ ଡିଜିଟାଲ ପ୍ଲାଟଫର୍ମ ‘ଜୁମ୍ ଆପ’ ଜରିଆରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ସମ୍ବଲପୁରର ଉପକୁଳପତି ପ୍ରଫେସର ଅର୍କ କୁମାର ଦାସ ମହାପାତ୍ର ଅଧ୍ୟକ୍ଷତା କରି ପ୍ରଥମେ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ । ଏହି ଅନ୍‌ଲାଇନ କାର୍ଯ୍ୟକ୍ରମରେ ୫୨୫ଜଣ ବ୍ୟକ୍ତିବିଶେଷ ଭାଗ ନେଇଥିଲେ । ଶ୍ରୀ ଦାସ ମହାପାତ୍ର ବିଶ୍ୱବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମ ଓ ସଫଳତା ଉପରେ ଆଲୋକପାତ କରିଥିଲେ । ଏହି ବିଶ୍ୱବିଦ୍ୟାଳୟ ସମସ୍ତଙ୍କୁ ଓ ସବୁ ଅଂଚଳର ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରିବା ପାଇଁ କାର୍ଯ୍ୟ କରୁଛି ବୋଲି କହିଥିଲେ । ବର୍ତମାନ ଏଥିରେ ୩୪ହଜାର ଛାତ୍ରଛାତ୍ରୀ ଯୋଡି ହୋଇଛନ୍ତି ଆସନ୍ତା ୨୦୪୦ ବେଳକୁ ଏହି ଲକ୍ଷ୍ୟ ୧୪ଲକ୍ଷକୁ ଟପିପ ବୋଲି ସେ ଆଶାବାଦୀ ଥିବା କହିଥିଲେ । ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡ଼ଃ. ମାନସ ରଂଜନ ପୁଜାରୀ ୨୦୨୧ ବର୍ଷର ବାର୍ଷିକ ବିବରଣୀକୁ ପାଠ କରିଥିଲେ ।
           ପୂର୍ବତନ ମୁଖ୍ୟ ଶାସନ ସଚିବ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ୍ ତ୍ରିପାଠୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ବିଶ୍ୱ ବିଦ୍ୟାଳୟର ପ୍ରତିଷ୍ଠାକୁ ନେଇ ସେ ଖୁସି ବ୍ୟକ୍ତ କରିଥିଲେ । ଏହି ବିଶ୍ୱ ବିଦ୍ୟାଳୟଟି ଏବେ ସମଗ୍ର ପଶ୍ଚିମ ଓଡ଼ିଶାରେ ଏକ ପ୍ରମୁଖ ସାଂସ୍କୃତିକ ଓ ଶୈକ୍ଷିକ ‘ହବ୍‌’ ଭାବରେ କାର୍ଯ୍ୟକରୁଛି ବୋଲି କହିଥିଲେ । ଏହି ଶିକ୍ଷା ବ୍ୟବସ୍ଥା ଦ୍ୱାରା ଶିକ୍ଷା ଗୃହ ନିକଟରେ ପହଚିଂ ପାରିଛି । ଏହା ଦକ୍ଷତା ବୃଦ୍ଧି ଓ କର୍ମନିୟୋଜନ ଭିତିକ ଶିକ୍ଷା ବ୍ୟବସ୍ଥାର ପ୍ରବର୍ତନ କରିବାକୁ ସେ ପରାମର୍ଶ ଦେଇଥିଲେ । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଏହି ବିଶ୍ୱବିଦ୍ୟାଳୟ ସହ ମିଳିତ ଭାଗିଦାରୀରେ କାର୍ଯ୍ୟ କରି ଶିକ୍ଷାର ମାନଦଣ୍ଡକୁ ବୃଦ୍ଧି କରିବା ସହ ଯେଉଁମାନେ ଉଚ୍ଚ ଶିକ୍ଷାରୁ ବଚିଂତ ହେଉଛନ୍ତି ସେମାନଙ୍କୁ ସହଯୋଗ କରି ଉତ୍ସାହିତ କରିବା ସଂଗେ ସଂଗେ ସେମାନଙ୍କ ପାଇଁ ଦକ୍ଷତା ବୃଦ୍ଧି ଓ ସାମର୍ଥ୍ୟ ସୃଷ୍ଟି କରିବାକୁ ଯୋଜନା କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । କରୋନା ମହାମାରୀ ସମୟରେ ଏହି ବିଶ୍ୱ ବିଦ୍ୟାଳୟ ତା’ର ସଫଳତା ଜାରୀ ରଖିବା ସହ ଦୂର ଶିକ୍ଷା ପଦ୍ଧତିରେ ଶିକ୍ଷା ଦାନ କରିଚାଲିଥିବାରୁ ସେ ପ୍ରଶଂସା କରିଥିଲେ ।
               ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯଶୱନ୍ତରାଓ ଚୈାହାନ ମହାରାଷ୍ଟ୍ର ମୁକ୍ତ ବିଶ୍ୱବିଦ୍ୟାଳୟ, ନାସିକ ଓ କବୟତ୍ରୀ ବାହିନବାଇ ଚୈାଧୂରୀ (ଉତର) ମହାରାଷ୍ଟ୍ର ବିଶ୍ୱବିଦ୍ୟାଳୟର ଉପକୁଳପତି ଫ୍ରଫେସର ଇ. ବାୟୁନନ୍ଦନ ଅଂଶଗ୍ରହଣ କରି ମୁକ୍ତ ଓ ଦୂର ଶିକ୍ଷା ବ୍ୟବସ୍ଥାର ଆବଶ୍ୟକତା ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଏହା ‘ଏ୍ୟୌତିହାସିକ ଓ ଅତ୍ୟାଧୂନିକ’ ମହତ୍ୱ ଉପରେ ପର୍ଯ୍ୟବେସିତ । ଏହି ବ୍ୟବସ୍ଥାର ବିକାଶ ଉପରେ ସେ ଗୁରୁତ୍ୱ ଦେବା ସଂଗେ ସଂଗେ ଏହା କିପରି ଶିକ୍ଷାର୍ଥୀମାନଙ୍କୁ ଜ୍ଞାନ ଆହରଣରେ, ଶୃଙ୍ଖଳା ରକ୍ଷାରେ, ଅନୁଭୂତି ବୃଦ୍ଧି ଆଦିରେ ସହାୟକ ହେଉଛି ସେ ବିଷୟରେ ଆଲୋଚନା କରିଥିଲେ । ଫ୍ରଫେସର ବାୟୁନନ୍ଦନ ‘ଜାତୀୟ ଶିକ୍ଷାନୀତି-୨୦୨୦’ ଉପରେ ସୂଚନା ପ୍ରଦାନ କରି ଏହା ବୈଷୟିକ ସଂହତିର କାର୍ଯ୍ୟକାରିତା ଉପରେ ପର୍ଯ୍ୟବେସିତ ବୋଲି କହିଥିଲେ ।
ଏହି ଉତ୍ସବ ଜରିଆରେ ମଧ୍ୟ ୦୩ଟି ଉଲ୍ଲେଖନୀୟ ଏମ.ଓ.ୟୁ ସ୍ୱାକ୍ଷରିତ ହୋଇଥିଲା । ଦେଶର ୦୩ଟି ଅଗ୍ରଣୀ ଶିକ୍ଷାନୁଷ୍ଠାନ ଯଥା-୧) ଯଶୱନ୍ତରାଓ ଚୈାହାନ ମହାରାଷ୍ଟ୍ର ମୁକ୍ତ ବିଶ୍ୱବିଦ୍ୟାଳୟ, ନାସିକ, ୨) ନେତାଜୀ ସୁବାଷ ମୁକ୍ତ ବିଶ୍ୱ ବିଦ୍ୟାଳୟ, ପଶ୍ଚିମବଂଗ ଓ ୩) ଇନଷ୍ଟିଚ୍ୟୁଟ୍ ଅଫ୍ କମ୍ପାନୀ ସେକ୍ରେଟାରୀଜ୍ ଅଫ୍ ଇଣ୍ଡିଆ, ନୂଆଦିଲ୍ଲୀ ସହ ଏହି ବିଶ୍ୱବିଦ୍ୟାଳୟ ଏମ.ଓ.ୟୁ ସ୍ୱାକ୍ଷରିତ କରିଥିଲା । ବିଶ୍ୱବିଦ୍ୟାଳୟର କମ୍ପଟ୍ରୋଲର ଅଫ୍ ଫାଇନାନ୍ସ ନଳିନୀ ରଂଜନ ଷଡ଼ଙ୍ଗୀ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close