କଳିଙ୍ଗନଗର-ଯାଜପୁରରୋଡ ମୁଖ୍ୟ ରାସ୍ତା ସମ୍ପ୍ରସାରଣ ପାଇଁ ଉଚ୍ଛେଦ ପ୍ରତିବାଦରେ ଆଇନଜୀବୀଙ୍କ ପ୍ରତିକ୍ରିୟା

ଦାନଗଦି, ୧୭/୧(ପ୍ରଭାତ କୁମାର ଭୂୟାଁଙ୍କ ଠାରୁ): ଯାଜପୁରରୋଡ୍-କଳିଙ୍ଗନଗର ମୁଖ୍ୟରାସ୍ତା ସମ୍ପ୍ରସାରଣ ପାଇଁ ନିକଟରେ ଦାନଗଦୀ ତହସିଲ ପ୍ରଶାସନ ଦ୍ବାରା ଜବରଦଖଲ ଉଛେଦ କରାଯାଇଥିଲା। ଦାନଗଦୀ ବଜାରରେ ଥିବା ବିଭିନ୍ନ ଦୋକାନ ବଜାର ଓ କୋଠାଘର ଆଦି ତହସିଲ ପ୍ରଶାସନ ଦ୍ବାରା ଭାଙ୍ଗି ଦିଆଯାଇଥିଲା। ତେବେ ଦାନଗଦୀ ବଜାର ଅଞ୍ଚଳରେ ଥିବା ଏକ ସ୍ଥିତିବାନ୍ ଜମିକୁ ସରକାରୀ ଜଙ୍ଗଲ ଜମି ଦର୍ଶାଇ ବଳପୂର୍ବକ ଜବରଦଖଲ ଉଚ୍ଛେଦ କରାଯାଇଥିବା ଅଭିଯୋଗ ହୋଇଛି। ଜବରଦଖଲ ଉଚ୍ଛେଦ ସମୟରେ ଏଠାରେ ଥିବା ଡାକ୍ତର ହେମନ୍ତ କିଶୋର ସାହୁଙ୍କ ଘର, ସାମାଜିକ ସଂଗଠନର ଅଫିସ୍ ଓ ତାଙ୍କ ପୁତୁରା ଆଇନଜିବି ଅରୁଣ କୁମାର ସାହୁଙ୍କ ଓକିଲ ଚାମ୍ବର ଘରକୁ ବେଆଇନ୍ ଭାବେ ବଳପୂର୍ବକ ଭାଙ୍ଗି ଦିଆଯାଇଥିବା ଆଇନଜିବି ଶ୍ରୀ ସାହୁ ଅଭିଯୋଗ କରିଛନ୍ତି। ଆଜି ବେଶ୍ କିଛି ସମୟ ଧରି ଏନେଇ ଆଇନଜିବି ଏବଂ ତହସିଲ ପ୍ରଶାସନର ଅଧିକାରୀଙ୍କ ମଧ୍ୟରେ ବାତ୍ ବିତର୍କ ହୋଇଥିବା ଦେଖିବାକୁ ମିଳିଥିଲା। ମାମଲା ଅଦାଲତରେ ବିଚାରାଧୀନ ଥିବା ବେଳେ କାହିଁକି ଏବଂ କିପରି ତାଙ୍କ ଘର ଭାଙ୍ଗି ଦିଆଗଲା ବୋଲି ଶ୍ରୀ ସାହୁ ପ୍ରଶ୍ନ ଉଠାଇଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close