ଶ୍ରାବଣ ଶେଷ ସୋମବାରରେ ବିଭିନ୍ନ ଶୈବପୀଠରେ ବୋଲବମ ଭକ୍ତ କଲେ ଜଳଲାଗି

କଟକ ୦୯/୦୮ (ନି ପ୍ର ) : କଟକ ସଦର ବ୍ଲକ କନ୍ଦରପୁର ଅଞ୍ଚଳରେ ଶ୍ରାବଣ ମାସର ଶେଷ ସୋମବାରରେ ଶୈବପୀଠ ମାନଙ୍କରେ ଜଳାଭିଷେକ ପାଇଁ ବୋଲବମ ଭକ୍ତଙ୍କ ଭିଡ ଜମିଥିଲା । ପରମହଂସ ପଞ୍ଚାୟତର ହଂସନାଥ ମନ୍ଦିର,ଆୟତପୁର ପଞ୍ଚାୟତର ନାଗେଶ୍ଵରନାଥ ମନ୍ଦିର,କନ୍ଦରପୁର ପଞ୍ଚାୟତର ବାବା ସିଦ୍ଧେଶ୍ୱର ମନ୍ଦିର ସହିତ ଅନେକ ଶିବ ମନ୍ଦିରରେ ଭକ୍ତମାନେ ଦୂରଦୂରାନ୍ତରୁ ଜଳ ଆଣି ଜଳାଭିଷେକ କରିଛନ୍ତି । ତୁହାକୁ ତୁହା ବର୍ଷା ହେଉଥିବାରୁ ଦୂରରୁ ଆସିଥିବା କାଉଡ଼ିଆ ମାନଙ୍କ ପାଇଁ ରାସ୍ତାରେ ଚାଲିବା ସହଜ ହେଉଥିଲା ବୋଲି ଭକ୍ତମାନେ କହିଥିଲେ । ଶେଷ ସୋମବାର ହେତୁ ବହୁ ସଂଖ୍ୟାରେ ବୋଲବମ ଭକ୍ତଙ୍କ ମଧ୍ୟରେ ଅନେକ ମହିଳାଙ୍କ ସହିତ କୁନି କୁନି ପିଲାମାନେ ଯଥା ତେଜସ୍ଵୀ ରାଉତରାୟ ,ଅଭିଷେକ ରାଉତରାୟ,ଅଭିନାଶ ରାଉତରାୟ ,ପ୍ରିୟାଂଶୁ ରାଉତରାୟ , ଅନିଲ ରାଉତରାୟ,ସ୍ଵୟଂଶୁ ରାଉତରାୟ ଆଦି କାନ୍ଧରେ ବାହୁଙ୍ଗି ଧରି ଚାଲିଥିବା ଦେଖିବାକୁ ମିଳିଥିଲା ଯାହାକି ଶିଶୁ ସୃଜନ ଆଉ ମନସ୍ତତ୍ଵର ଭକ୍ତି ଭାବନାକୁ ଦ୍ୱିଗୁଣିତ କରିଥିଲା । କନ୍ଦରପୁର ବଜାରରେ କାଳନ୍ଦୀ ସ୍ୱାଇଁ,ପ୍ରଫୁଲ୍ଲ ସ୍ୱାଇଁ,ସମିତି ସଭ୍ୟ ସାରଦା ପ୍ରସାଦ ସ୍ୱାଇଁ ପ୍ରମୁଖ କାଉଡ଼ିଆମାନଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା କରିଥିବାବେଳେ,ଆୟତପୁର ଠାରେ ସରପଞ୍ଚ ରାକେଶ କୁମାର ବେହେରା ଓ ପରମହଂସ ଠାରେ ସରପଞ୍ଚ ଅଶୋକ ପାତ୍ର ପ୍ରମୁଖ କାଉଡ଼ିଆ ମାନଙ୍କ ପାଇଁ ସୁବ୍ୟବସ୍ଥା କରିଥିଲେ। ପ୍ରତ୍ୟେକ ମନ୍ଦିରରେ ମନ୍ଦିର ପରିଚାଳନା ବୋର୍ଡ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close