ଆମ ସାହିତ୍ୟ ପରିବାର ପକ୍ଷରୁ ବରିଷ୍ଠ ସାହିତ୍ୱିକ ଗୁଣନିଧି ଗୁରୁଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା


ବ୍ୟାସନଗର;୨୬/୦୧:( ଶୁଭେନ୍ଦୁ ନାୟକଙ୍କ  ଠାରୁ)         ବ୍ୟାସନଗର ଅଞ୍ଚଳର ଭାଷା ସାହିତ୍ୟର ଜଣେ ମହାନ୍ ସଂଗଠକ ,ବ୍ୟାସନଗର ସାହିତ୍ୟ ବାଟିକା ର ପ୍ରତିଷ୍ଠାତା ତଥା ଜଣେ ମହାନ୍ ନାଟ୍ୟକାର ସ୍ବର୍ଗତ ଗୁଣନିଧି ଗୁରୁ ଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ” ଆମ ସାହିତ୍ୟ ପରିବାର” ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରା ଯାଇଥିଲା।ଉକ୍ତ ସଭାରେ ପରିବାରର ବରିଷ୍ଠ ସଦସ୍ୟ ପଣ୍ଡିତ ଅକ୍ଷୟ କୁମାର ଦାଶ ଙ୍କ ସଭାପତିତ୍ବରେ ସ୍ବର୍ଗତ ଗୁରୁ ଙ୍କ ଉଦେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ଥିଲା ।ସମ୍ପାଦକ ସରୋଜ କୁମାର ଶତପଥୀ ସ୍ବର୍ଗତ ଗୁଣନିଧି ଗୁରୁ ଙ୍କ ସ୍ମୃତି ଚାରଣ କରିଥିଲେ। ପରିବାରର କାର୍ଯ୍ୟକାରି ସଂଗଠକ ସାମ୍ବାଦିକ ସୁଜିତ କୁମାର ମଲ୍ଲିକ, ମହେଶ୍ୱର ନାୟକ,ସୁଦାମ ଚରଣ ନାୟକ,ପ୍ରସନ୍ନ କୁମାର ପରିଜା,ପ୍ରସନ୍ନ କୁମାର ମହାନ୍ତି , ସନ୍ଧ୍ୟାରାଣୀ ଘଡ଼ାଇ, ମଧୁସ୍ମିତା ନାୟକ,ଅଶାନ୍ତି ସାମଲ, ଦିପ୍ତିରାଣି ସାମଲ ସ୍ବର୍ଗତ ଗୁଣନିଧି ଗୁରୁଙ୍କ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।ଏହି ଶ୍ରଦ୍ଧାଞ୍ଜଳି ସଭାରେ ମଧ୍ୟ ଅନ୍ୟଜଣେ ସୁ ସାହିତ୍ୱିକା ସ୍ବର୍ଗତ ଜୟନ୍ତୀ ସ୍ୱାଇଁ ଙ୍କ ଅମର ଆତ୍ମାର ସତଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।ଶେଷରେ ଅଶାନ୍ତି ସାମଲ ଧନ୍ୟବାଦ ପ୍ରଦାନ କରିଥିଲେ।ସୂଚନା ଥାଉକି ସ୍ବର୍ଗତ ଗୁରୁ ଗତ ୨୦ ତାରିଖ ରେ ଭୁବନେଶ୍ୱର ଠାରେ ହୃଦଘାତରେ ପରଲୋକ ଗମନ କରିଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close