ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ଵାରା ଜଟିଆ ଷ୍ଟିଲର ପରିବେଶ ମଞ୍ଜୁରୀ ପାଇଁ ଜନଶୁଣାଣି

କଳିଙ୍ଗନଗର, ୩୦/୪ (ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ନୂତନ ଭାବେ ନିର୍ମିତ ହେବାକୁ ଥିବା ଜଟିଆ ଷ୍ଟିଲ୍ ଲିମିଟେଡ ପାଇଁ ଗତ କାଲି ପୂର୍ବାହ୍ନରେ ସ୍ଥାନୀୟ ଦାନଗଦି ଭବନ ଠାରେ ପରିବେଶ ସମ୍ବନ୍ଧୀୟ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ପ୍ରଶାସନିକ ଅଧିକାରୀ ତଥା କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ଏବଂ ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଇଂ. ପ୍ରମୋଦ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

         ଜଟିଆ ଷ୍ଟିଲ ପକ୍ଷରୁ ଦାନଗଦି ତହସିଲ ଅନ୍ତର୍ଗତ ଜଖପୁରା ଠାରେ ନିର୍ମାଣ ହେବାକୁ ଥିବା ଏହି କାରଖାନାରେ ଗ୍ରୀନଲିଫ୍ଟ ପରିଯୋଜନାରୁ ବାର୍ଷିକ ୭,୫୦୦୦୦ ଟନ ରୋଲପଡକ୍ଟ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି । ଏହି କାରଖାନା ପ୍ରତିଷ୍ଠା ହେବା ଦ୍ୱାରା ବହୁ ସ୍ଥାନୀୟ ନିଯୁକ୍ତି ଦିଆଯିବ ଏବଂ ଆବଶ୍ୟକତା ଅନୁସାରେ ସବୁ ସାମାଜିକ ଓ ମୌଳିକ ଅଧିକାରକୁ କମ୍ପାନୀ ପକ୍ଷରୁ ପୂରଣ କରିବା ପାଇଁ ପ୍ରତିଶୃତି ମିଳିଛି । ଶାନ୍ତିଶୃଙ୍ଖଳା ସହିତ ବହୁମତ ସମର୍ଥନରେ ଜନଶୁଣାଣି ଶେଷ ହୋଇଛି । ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ଯାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଦାନଗଦି ତହସିଲ ଅନ୍ତର୍ଗତ ସମସ୍ତ ପଞ୍ଚାୟତର ଜନପ୍ରତିନିଧି ଓ ବୁଦ୍ଧିଜୀବୀମାନେ ଏହି ଜନଶୁଣାଣିରେ ଯୋଗଦେଇ ନିଜ ନିଜର ମତ ରଖିଥିଲେ । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close