ମୁଣ୍ଡମାଳ ପ୍ରାଥମିକ ବିଦ୍ୟାଳୟରେ ନୂତନ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ୟାସନଗର; ୦୩/୦୯ (ବସନ୍ତ କୁମାର ପାତ୍ରଙ୍କ ଠାରୁ ): ଶନିବାର ସକାଳ ୯ ଟା ୩୦ମିନିଟ ସମୟରେ ମୁଣ୍ଡମାଳ ପ୍ରାଥମିକ ବିଦ୍ୟାଳୟ ରେ ପିଲାମାନଙ୍କ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ହୋଇଯାଇଛି। ସ୍କୁଲ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ଦାସ ଙ୍କ ତତ୍ୱାବଧନ କ୍ରମେ ୭୨ ଜଣ ଝିଅ ଓ ୬୨ ଜଣ ପୁଅ ଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା। ସ୍କୁଲ ସି. ଆର.ସି.ସି. ଅଭୟଲୋଚନ ସାହୁ ଓ ମୁଣ୍ଡମାଳ ଗ୍ରାମ ୨୪ ନଂ ୱାର୍ଡ ର କାଉଁସିଲର ଅଶୋକ ରାଉତ ଯୋଗ ଦେଇଥିଲେ।ସ୍କୁଲର ସମସ୍ତ ଶିକ୍ଷୟତ୍ରୀ ସୌଭାଗିନୀ ମିଶ୍ର,ସଂଯୁକ୍ତା ମାଝୀ, ରଂଜିତା ପାତ୍ର,ସୁମିନା ମଞ୍ଜରୀ ପାତ୍ର ଙ୍କ ସହିତ ସ୍କୁଲର ପରିଚାଳନା କମିଟି ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ। ସବୁଠାରୁ ବଡ଼କଥା ଅନେକ ବର୍ଷ ହେବ ସ୍କୁଲ ର ପାଣିଟାଙ୍କି ରୁ ଛୋଟ ଛୋଟ ପିଲାମାନେ ସବୁବେଳେ ଷ୍ଟକ ରହୁଥିବା ପାଣିକୁ ପି ଆସୁଥିଲେ। ଯାହା ସେମାନଙ୍କର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ।ହେଲେ ସେ ସ୍କୁଲରେ ଅନେକ ପ୍ରଧାନଶିକ୍ଷକ ଓ ପ୍ରଧାନ ଶିକ୍ଷୟତ୍ରୀ ତାଙ୍କର ଚାକିରୀ ସମୟ ଭିତରେ ଏହାକୁ ଅଣଦେଖା କରିଥିଲେ। ଖୁସିର ବିଷୟ ୧ ବର୍ଷ ପାଖାପାଖି ହେବ ରମେଶ ଚନ୍ଦ୍ର ଦାସ ପ୍ରଧାନ ଶିକ୍ଷକ ଭାବେ ମୁଣ୍ଡମାଳ ପ୍ରା. ସ୍କୁଲ କୁ ଆସିଲାପରେ ସେ ପ୍ରଥମେ ନିଜ ଅର୍ଥରେ ପିଲାମାନଙ୍କ ସ୍ୱାସ୍ଥ୍ୟକୁ ଦେଖି ଏକ (ସ୍ୱଚ୍ଛ ପାଣି )ର ବ୍ୟବସ୍ଥା ନିମନ୍ତେ ୱାଟର ପିରୁଫାୟର ମେସିନ ପିଲାମାନଙ୍କ ପାଇଁ ସ୍କୁଲରେ ଲଗାଇଛନ୍ତି। ଏହାଦେଖି ପିଲାମାନଙ୍କର ଅଭିଭାବକମାନେ ଦାସ ସାର ଙ୍କୁ ଧନ୍ୟବାଦ ଜଣାଇଥିଲେ।ଏହିପରି ଶିକ୍ଷକ ସମାଜପାଇଁ ଏକ ଉଦାହରଣ ବୋଲି ଅଭିଭାବକ ମାନେ ମତ ରଖିଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close