ଜାତୀୟ ଶିଶୁ କନ୍ୟା ସପ୍ତାହ ପାଳନ ଅବସରରେ ଯାଜପୁରରେ ବୃକ୍ଷରୋପଣ

 

ଯାଜପୁର,୨୩/୦୧: ଜାତୀୟ ଶିଶୁ କନ୍ୟା ସପ୍ତାହ ପାଳନ ଅବସରରେ ଜିଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଶନିବାର ପୁର୍ବାହ୍ନରେ ଯାଜପୁର ସହରସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପରିସରରେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ପାଳିତ ହୋଇଥିଲା । କନ୍ୟା ସନ୍ତାନର ସୁରକ୍ଷା ଓ ସେମାନଙ୍କର ଶିକ୍ଷା ସୁନିଶ୍ଚିତ କରିବା ପ୍ରତ୍ୟେକଙ୍କର ଦାୟିତ୍ୱ ହେବା ଉଚିତ ବୋଲି ଉପସ୍ଥିତ ବ୍ୟକ୍ତିମାନେ ମତ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ କୁନି ଝିଅ ମୁତ୍ୟାଶା ବାରିକ୍ ଓ ଆଦ୍ୟାଶା ପ୍ରିୟଦର୍ଶନୀଙ୍କ ଦ୍ୱାରା ବୃକ୍ଷରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅନ୍ନପୂର୍ଣ୍ଣା ମିଶ୍ର, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ପରେ ହରିପୁର ପ୍ରାଥମିକ ବିଦ୍ୟାଳୟ ଓ ଇଶାନେଶ୍ୱର ଉଚ୍ଚ ବିଦ୍ୟାଳୟ ରାଜେନ୍ଦ୍ରପୁର ପରିସରରେ ଶିଶୁ କନ୍ୟାମାନଙ୍କ ସୁରକ୍ଷା ଓ ସଚେତନତା ଉଦ୍ଦେଶ୍ୟରେ ଶିଶୁ କନ୍ୟାଙ୍କ ଦ୍ୱାରା ବୃକ୍ଷରୋପଣ କରାଯାଇଥିଲା । ଏଥିରେ ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ କର, ଜିଲା ଶିଶୁମଙ୍ଗଳ କମିଟିର ସଦସ୍ୟ ଡ଼ା ରୁଦ୍ର ନାରାୟଣ ପୃଷ୍ଟି, ଶିକ୍ଷାବିତ୍ ଅଜୟ କୁମାର ମହାନ୍ତି, ହରିପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଗାୟତ୍ରୀ ନାୟକ, ଶିଶୁ ସୁରକ୍ଷା ବିଭାଗର ଆଇନ୍ ଅଧିକାରୀ ତପନ କୁମାର ପଣ୍ଡା, ରାଜେନ୍ଦ୍ରପୁର ସରପଂଚଞ୍ଚସୁଶାନ୍ତ କୁମାର ବେହେରା ଓ ଗିରିଧାରୀ ଭୋଇ ପ୍ରମୁଖ ଯୋଗ ଦେଇ ଶିଶୁ କନ୍ୟାମାନଙ୍କର ସୁରକ୍ଷା ଓ ତା’ର ଅଧିକାର ସମ୍ପର୍କରେ ଆଲୋକପାତ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close