ବଲିଉଡ୍‌ର ପ୍ରଥମ ରକ୍‌ ଷ୍ଟାର୍‌ ଗାୟକ ତଥା ସଂଗୀତ ନିର୍ଦ୍ଦେଶକ ବାପି ଲାହିରିଙ୍କ ଦେହାନ୍ତ

ମୁମ୍ବାଇ ; ୧୬/୦୨ (ନି ପ୍ର): ପ୍ରସିଦ୍ଧ ଗାୟକ ତଥା ସଂଗୀତ ନିର୍ଦ୍ଦେଶକ ବାପି ଲାହିରିଙ୍କ ଦେହାନ୍ତ ହୋଇଛି। ଚଳିତ ମାସରେ ସଙ୍ଗୀତ ଜଗତକୁ ଗୋଟିଏ ପରେ ଗୋଟିଏ ବଡ଼ ଧକ୍କା ମିଳିଚାଲିଛି। ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେଶକରଙ୍କ ପରେ ବଲିଉଡ୍‌ ଲୋକପ୍ରିୟ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରୀଙ୍କ ପରଲୋକ ଘଟିଛି। ୬୯ ବର୍ଷ ବୟସରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗତ ବର୍ଷ କରୋନା କାରଣରୁ ବାପି ଲାହିରି ଦୀର୍ଘ ଦିନ ଧରି ଅସୁସ୍ଥ ହୋଇପଡିଥିଲେ। ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ବେଳେ ମାସେ ଯାଏଁ ବାପି ଲାହିରୀଙ୍କୁ ଜୁହୁର କ୍ରିଟି କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଦେହାନ୍ତ ରେ କଳା ଜଗତରେ ଶୋକର ଲହରୀ ଖେଳିଯାଇଛି।
କଳା ଜଗତ ପାଇଁ ଏକ ଅପୁରଣୀୟ କ୍ଷତି। ୧୯୭୦ ରୁ ୮୦ ଦଶକର ଚଲତେ ଚଲତେ, ଡିସ୍କୋ ଡାନ୍ସର୍ ଏବଂ ଶରାବୀ ପରି ଅନେକ ଚଳଚ୍ଚିତ୍ରରେ ବାପି ଲାହିରି ଲୋକପ୍ରିୟ ସଂଗୀତ ପରିବେଷଣ ପାଇଁ ବେଶ ଲୋକପ୍ରୀୟ ଥିଲେ। ଭାନକାସ୍ ନାମକ ତାଙ୍କର ଶେଷ ବଲିଉଡ୍ ଗୀତ ୨୦୨୦ ଚଳଚ୍ଚିତ୍ର ବାଗୀ ୩ ପାଇଁ ସେ ସଂଗୀତ ଦେଇଥିଲେ। ବାପି ଲାହିରି ୨୭ ନଭେମ୍ବର ୧୯୫୨ ରେ ପଶ୍ଚିମବଙ୍ଗର ଜାଲପାଇଗୁଡ଼ିରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଆପରେଶ ଲାହିରି ଏବଂ ମାତାଙ୍କ ନାମ ବନସାରୀ ଲାହିରି। ବାପି ଲାହିରି ବଲିଉଡରେ ବହୁତ ଲମ୍ବା ସମୟ ଧରି ସଂଗୀତ ଦେଇଛନ୍ତି। ସେ ୫୦୦ ରୁ ଅଧିକ ଗୀତ ରଚନା କରିଛନ୍ତି।ସୂଚନାଯୋଗ୍ୟ, ୧୯୫୨ ନଭେମ୍ବର ୨୭ରେ ପଶ୍ଚିମବଙ୍ଗର ଜଲପାଇଗୁଡ଼ିର ଏକ ବ୍ରାହ୍ମଣ ପରିବାରରେ ସେ ଜନ୍ମ ଗ୍ରହଣ କରିଥିଲେ। ବାପି ଦା’ଙ୍କର ପ୍ରକୃତ ନାମ ହେଉଛି ଆଲୋକେଶ ଲାହିରି। ତାଙ୍କ ବାପା ମା’ ମଧ୍ୟ ଗାୟକ ଥିଲେ। ୩ବର୍ଷ ବୟସରୁ ସେ ତାବ୍‌ଲା ବଜାଇବା ଶିଖିଥିଲେ। ପ୍ରାରମ୍ଭରେ ତାଙ୍କ ବାପା ମା’ ଥିଲେ ତାଙ୍କର ସଙ୍ଗୀତ ଗୁରୁ। ସେ ୭୦-୮୦ ଦଶକରେ ବଲିଉଡ୍‌କୁ ଏକରୁ ଅଧିକ ଆଇକନିକ ଗୀତ ଦେଇଛନ୍ତି ଭିନ୍ନ ଶୈଳୀ ହେତୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ସେ ଏକ ଭିନ୍ନ ତଥା ସ୍ବତନ୍ତ୍ର ପରିଚୟ ସୃଷ୍ଟି କରପାରିିଥିଲେ। ମିଥୁନ ଚକ୍ରବର୍ତ୍ତୀଙ୍କ ଫିଲ୍ମର ପପୁଲାର ଗୀତ ‘ଆଇ ଆମ ଏ ଡିସ୍କୋ ଡାନ୍ସର୍‌’ ଏବେ ବି ମନେ ରଖିଛନ୍ତି। ଏହି ଗୀତରେ ବାପି ଦା’ ନିଜର ସ୍ବର ଦେଇଥିବା ବେଳେ ଏଥିରେ ସେ ଘରେ ଘରେ ବେଶ୍‌ ଲୋକପ୍ରିୟ ହୋଇପାରିଥିଲେ। ଏହାପରେ ବାପି ଦା’ଙ୍କୁ ଡିସ୍କୋ କିଙ୍ଗ୍‌ ଭାବେ ପରିଚୟ ମିଳିଥିଲା। ବାପି ଲାହିରିଙ୍କୁ ବଲିଉଡ୍‌ର ପ୍ରଥମ ରକ୍‌ ଷ୍ଟାର୍‌ ଗାୟକ ମଧ୍ୟ କୁହାଯାଏ।ଫିଲ୍ମ ଚଲେତେ ଚଲତେ, ଡିସ୍କୋ ଡ୍ୟାନ୍ସର, ଶରାବି, ‘ଜଖ୍ମୀ’, ‘ଆପ କି ଖାତିର’, ‘ହିମତ୍ୱାଲା’, ‘ଘାୟଲ’, ‘ଆଜ୍‌ କା ଅର୍ଜୁନ’, ‘ସୈଲାବ’, ‘ଦ ଡାର୍ଟି ପିକ୍ଚର’, ‘ଗୁଣ୍ଡେ’ ଓ ‘ବାଗୀ ୩’ ଭଳି ଅନେକ ହିନ୍ଦୀ ଫିଲ୍ମରେ ସେ ସଙ୍ଗୀତ ନିର୍ଦ୍ଦେଶନା କରିଥିଲେ। ଅନେକ ଫିଲ୍ମରେ ସେ ନିଜେ ମଧ୍ୟ ଗୀତ ଗାଇଥିଲେ। ହିନ୍ଦୀ, ବଙ୍ଗାଳି, ତେଲୁଗୁ, କନ୍ନଡ଼ ଓ ଗୁଜରାଟି ଆଦି ଭାଷାରେ ପ୍ରାୟ ୧୫୦ ଫିଲ୍ମରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ୮୦ ଦଶକ ଆରମ୍ଭରେ ଡିସ୍କୋ ଟ୍ରେଣ୍ଡ ଆଣିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ୧୯୮୪ରେ ରିଲିଜ ହୋଇଥିବା ଫିଲ୍ମ ‘ଶରାବି’ ପାଇଁ ବାପି ଦା’ଙ୍କୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ଫିଲ୍ମ ଫେୟାର ଆୱାର୍ଡ ପ୍ରଦାନ କରାଯାଇଥିଲା। ସେହିପରି ୨୦୧୮ରେ ତାଙ୍କୁ ଜୀବନ ବ୍ୟାପୀ ସାଧନା ପାଇଁ ଫିଲ୍ମ ଫେୟାର ଆୱାର୍ଡ ପ୍ରଦାନ କରାଯାଇଥିଲା। ବାପି ଲାହିରି ବେକରେ ମୋଟା ସୁନା ଚେନ୍‌ ଏବଂ ହାତରେ ବଡ଼ ବଡ଼ ମୁଦି ସମେତ ଅନେକ ସୁନା ଅଳଙ୍କାର ଆଭୂଷଣ ତାଙ୍କୁ ସମସ୍ତଙ୍କଠାରୁ ଏକ ଭିନ୍ନ ପରିଚୟ ଦେଇଥିଲା। ତାଙ୍କର ସ୍ମୁତି ଚିରଦିନ ପାଇଁ ସମସ୍ତଙ୍କ ହୃଦୟରେ ଅଭୁଲା ସ୍ମୃତି ହୋଇ ରହିଛି ରହିଥିବ ମଧ୍ୟ। ସିନେ ଠାରୁ ଆରମ୍ଭ କରି ସମସ୍ତ କଳା ଜଗତରେ ଏକ ଶୋକର ବାତାବରଣ ଖେଳିଯାଇଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close