ଆସନ୍ତା ୧୯ ତାରିଖରୁ ମେସ୍କୋ କାରଖାନା ଫାଟକ ସମ୍ମୁଖରେ ଠିକାଦାରମାନେ ଧାରଣାରେ ବସିବେ

ଦାନଗଦି: ଯାଜପୁରର କଳିଙ୍ଗନଗର ସ୍ଥିତ ମେସ୍କୋ କାରଖାନାରେ ଏବେ ଦେଖାଦେଇଛି ବିଭିନ୍ନ ସମସ୍ୟା । ଠିକାଦାରମାନେ ଏବେ ଆନ୍ଦୋଳନ ପାଇଁ ସଜବାଜ ହେଉଥିବାର ଜଣାଯାଇଛି ! କାରଖାନା କତୃପକ୍ଷ ବିନା ନୋଟିସରେ ଠିକାଦାରମାନଙ୍କ କାମ ବନ୍ଦ କରିଦେବାରୁ ସେମାନେ ଏବେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ! ଗତ ଜୁଲାଇ ୨୦୧୯ରୁ କାରଖାନା କତୃପକ୍ଷ ଠିକାଦାରମାନଙ୍କୁ ବିଲ ପୈଠ ନ କରି ବିନା ସୂଚନାରେ ଗତ ନଭେମ୍ବର ୨୦୧୯ରୁ ସେମାନଙ୍କ କାମ ବନ୍ଦ କରିଦେଇଥଲେ । ଫଳରେ ସେମାନଙ୍କ ଅଧୀନରେ କାମ କରୁଥିବା ୫୦୦ରୁ ଉର୍ଧ ଶ୍ରମିକମାନେ କାମ ହରାଇଥିଲେ ! ଏବେ କରୋନା ମହାମାରୀ ବେଳେ ସେମାନଙ୍କ ଅବସ୍ଥା ଆହୁରି ଶୋଚନୀୟ ହୋଇଛି ! ବିଲ ପୈଠ ପାଇଁ କାରଖାନା କିଛି ନ ଶୁଣିବା ଫଳରେ ଠିକାଦାରମାନେ ଯାଜପୁର ଜିଲ୍ଲା ପ୍ରଶାସନ ସମେତ ରାଜ୍ୟର ମୁଖ୍ୟ ମନ୍ତ୍ରୀ ପ୍ରମୁଖଙ୍କୁ ଜଣାଇବା ସହ ଆସନ୍ତା ୧୯ ତାରିଖ ବୁଧବାର ଦିନ କାରଖାନା ଫାଟକ ସମ୍ମୁଖରେ ପ୍ରାପ୍ୟ ନ ମିଳିବ। ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ୧୯ଜଣ ଠିକାଦାରଙ୍କ ପକ୍ଷରୁ କେଦାର ବେହେରା, ଅଭିଳାଷ ବ୍ରହ୍ମ, ରଞ୍ଜନ ମଲ୍ଲିକ ପ୍ରମୁଖ ଜଣାଇଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close