ସେନା ନିଯୁକ୍ତି ର‌୍ୟାଲି ଗଞ୍ଜମ ଜିଲ୍ଲାର ଗୋପାଳପୁରରେ ମାର୍ଚ୍ଚ ୧୨ ରୁ ୨୪

ଯାଜପୁର, ୨୦ା୧: ସେନା ନିଯୁକ୍ତି ର‌୍ୟାଲି ପାଇଁ ଚଳିତ ବର୍ଷ ୧୧ ଜାନୁୟାରୀ ଠାରୁ ୨୪ ପେଂବୃୟାରୀ ପର୍ଯ୍ୟନ୍ତ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ ପତ୍ର ଗ୍ରହଣ କରାଯାଉଚ୍ଥି ବୋଲି ଆର୍ମି ରିକ୍ର‌୍ୟୁଟମେଣ୍ଟର ନିର୍ଦ୍ଦେଶକ କଲୋନେଲ ହମିନ୍ଦର ସିଂ ଅବଗତ କରାଇଚ୍ଥନ୍ତି । ଉପକୂଳବର୍ତୀ ୧୦ଟି ଜିଲ୍ଲା ଯଥା-ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ ଓ ପୁରୀ ପାଇଁ ସୋଲଜର ଟେକନିକାଲ, ସୋଲଜର ଟେକନିକାଲ(ଆଭିଏସନ/ଆମୁନିସନ ଏକ୍‌ଜାମିନର) ସୋଲଜର ଟେକନିକାଲ ନର୍ସିଂ ଆସିଷ୍ଟାଣ୍ଟ, ନର୍ସି ଆସିଷ୍ଟାଣ୍ଟ ଭେଟେରିନାରୀ, ସୋଲଜର କ୍ଳ୍‌ର୍କ, ଏସ୍‌.କେ.ଟି.(ଅଲ୍ ଆର୍ମସ୍‌), ସୋଲଜର ଟ୍ରେଡ୍‌ସ୍ ମ୍ୟାନ(ଅଲ୍ ଆର୍ମସ୍‌) ପଦବୀ ପାଇଁ ନିଯୁକ୍ତି ମେଳା ଗଞ୍ଜାମ ଜିଲ୍ଲାର ଗୋପାଳପୁର ଠାରେ ଚଳିତ ବର୍ଷ ମାର୍ଚ୍ଚ ୧୨ ରୁ ୨୪ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ଅନ୍‌ଲାଇନ୍ ମାଧ୍ୟମରେ ଆଗ୍ରହୀ ପ୍ରାର୍ଥୀମାନେ ଆବେଦନ କରିପାରିବେ । ଆବେଦନ ପାଇଁ ୱେବ୍‌ସାଇଟ୍ www.joinindianarmy.nic.inକୁ ଉପଯୋଗ କରାଯାଇପାରେ । ଆଗ୍ରହୀ ପ୍ରାର୍ଥୀ ଏହାର ସୁଯୋଗ ନେବାକୁ କଲୋନେଲ ଶ୍ରୀ ସିଂ ପରାମର୍ଶ ଦେଇଚ୍ଥନ୍ତି । ଏହି ମନୋନୟନ ସ୍ୱଚ୍ଚ୍ଥ ଓ ନିରପେକ୍ଷ ଭାବେ ସଂପନ୍ନ ହେଉଥିବାରୁ କୈାଣସି କ୍ଷେତ୍ରରେ ଦଲାଲ ବା ଅସାମାଜିକ ବ୍ୟକ୍ତିମାନଙ୍କ ସହାୟତା ନ ନେବାକୁ ନିଯୁକ୍ତି ନିର୍ଦ୍ଦେଶକ କଲୋନେଲ ଶ୍ରୀ ସିଂ ଅନୁରୋଧ କରିଚ୍ଥନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close