ମରଚାଇପଦା ଟାୱାର ଛକରୁ କେନାଲ ପର୍ଯ୍ୟନ୍ତ ରାସ୍ତା ଶୋଚନୀୟ

ହାଟଡିହୀ ; ୨୦/୦୧: କେନ୍ଦୁଝର ଜିଲ୍ଲା ହାଟଡିହୀ ବ୍ଲକ ସୋସୋ ପଞ୍ଚାୟତ ଅନ୍ତର୍ଗତ ମରଚାଇପଦା ଗ୍ରାମର ଟାୱାର ଛକ ଠାରୁ ଆରମ୍ଭ କରି କେନାଲ ପର୍ଯ୍ୟନ୍ତ ଯାଇଥିବା ରାସ୍ତା ଦୀର୍ଘ ଦିନ ଧରି ବେହାଲ ହୋଇ ପଡ଼ିରହିଛି।ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ମୋଟରଗାଡି,ସାଇକେଲ,ଅଟୋ ଚାଳକ ଯାତାୟତ କରିଥାନ୍ତି କିନ୍ତୁ ରାସ୍ତାରେ ସୃଷ୍ଟି ହୋଇଥିବା ଖାଲ ଢ଼ିପ ଯୋଗୁଁ  ସେମାନେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।ଏହି କେନାଲ ରାସ୍ତା ମୁଖ୍ୟ ରାସ୍ତାକୁ ସଂଲଗ୍ନ କରୁଥିବାରୁ ଆଖ ପାଖ ଅଞ୍ଚଳର ଲୋକେ ବଜାର ଯିବାକୁ ରାସ୍ତା ପାଖ ହେବାପାଇଁ ଏହି ରାସ୍ତାକୁ ଉପଯୋଗ କରିଥାନ୍ତି।କିନ୍ତୁ ରାସ୍ତାର ଶୋଚନୀୟ ଅବସ୍ଥା ଚିନ୍ତାର କାରଣ ସାଜିଛି। ଦୀର୍ଘ ଦୁଇ ରୁ ତିନି ବର୍ଷ ହେଲା ଏହି ରାସ୍ତା ଭାଙ୍ଗିରୁଜି ହୋଇ ପଡିଛି ରାସ୍ତା ମଝିରେ ବଡ଼ ବଡ଼ ଖଲଢ଼ିପ ସୃଷ୍ଟି ହୋଇଛି। ରାସ୍ତାରେ ଖାଲି ଗୋଡି ପଥର ପଡ଼ିରହିଛି।  ଏହି ରାସ୍ତା ପ୍ରତି କାହାର ଦୃଷ୍ଟି ପଡୁନାହିଁ।ଏଥି ସହ ଏହି ପଞ୍ଚାୟତରେ ଥିବା କାନପୁର,ମରଚାଇପଦା ,ସୋସୋ  ଗ୍ରାମର ରାସ୍ତାର ଅବସ୍ଥା ବି ଚିନ୍ତାଜନକ। ଜିଲ୍ଲାର ଶେଷ ସୀମା ହୋଇଥିବାରୁ ସବୁବେଳେ ଏହି ଗ୍ରାମଗୁଡିକ ଅବହେଳିତ।ସରକାରୀ ଯୋଜନାର ଠିକ ଉପଯୋଗ ହେଉ ନଥିବାରୁ ଜନସାଧାରଣରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି।ଏଥି ପ୍ରତି  ଧ୍ୟାନ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close