ଶିକ୍ଷାଵିତ ବୀରଭଦ୍ର ବେହେରା(ହେଡମାଷ୍ଟ୍ରେ)ଙ୍କ ୯୫ବର୍ଷ ବୟସରେ ପରଲୋକ

ହାଟଡିହି; ୧୯/୦୧ :(ଜ୍ୟୋତିରଞ୍ଜନଙ୍କ ଠାରୁ) : ହାଟଡିହି ବ୍ଲକ ସୋସୋ ପଞ୍ଚାୟତ କାନପୁର ଗ୍ରାମର ବିଶିଷ୍ଠ ଶିକ୍ଷାବିତ ବୀରଭଦ୍ର ବେହେରା(ହେଡମାଷ୍ଟ୍ରେ)ଙ୍କ ୯୫ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ୧୯୫୦ମସିହାରେ ସୋସୋ ଏମ.ଇ ସ୍କୁଲରୁ ଶିକ୍ଷକତା ଭାବେ କାର୍ଯ୍ୟକରି ୧୯୯୦ରେ ଚାକିରିରୁ ଅବସର ଗ୍ରହଣ କରିଥିଲେ ।୧୯୫୦-୯୬ ଦୀର୍ଘ ଚାରି ଦଶନ୍ଧି ଧରି ନିରବଛିନ୍ନ ଶିକ୍ଷାଦାନ ମାଧ୍ୟମରେ ନିଜକୁ ଏକ ମଣିଷ ତିଆରି କାରଖାନାର ଦକ୍ଷ କାରୀଗର ପ୍ରମାଣିତ କରି ଅଶୁମାରୀ ଛାତ୍ର ଛାତ୍ରୀଙ୍କର ଅସୀମ ଶ୍ରଦ୍ଧା ଓ ସମ୍ମାନର ଉଦାହରଣ ପାଲଟିଥିଲେ।  ଜୀବନ କାଳ ଭିତରେ ନିଜର କର୍ତବ୍ୟନିଷ୍ଠା, ସମୟାନୁବର୍ତ୍ତୀ ,ସାବଲୀଳ ଶିକ୍ଷାଦାନ  ପଦ୍ଧତି ଓ ଛାତ୍ର ବତ୍ସଳତା ତଥା ସହକର୍ମୀ ମାନଙ୍କ ପ୍ରତି ତାଙ୍କର ଅବର୍ତମାନରେ ତାଙ୍କୁ ମନେ ପକାଉଛି। କେନ୍ଦୁଝର ଜିଲ୍ଲାରେ ସର୍ବଜନ ଗ୍ରହଣୀୟ ଓ ବରଣୀୟ ଶିକ୍ଷକ ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ହେଡମାଷ୍ଟ୍ରେ  ବୀରସାରଙ୍କୁ ନେଇ ଏବେ ଚର୍ଚ୍ଚା । ଏହି ଅଞ୍ଚଳର ଶିକ୍ଷାର ବିକାଶ ପାଇଁ ସେ ଆଲୋକ ବର୍ତ୍ତିକା ସାଜିଥିଲେ । କୁନି କୁନି ପିଲାମାନଙ୍କ ପ୍ରତି ତାଙ୍କର ସ୍ନେହଭାଵ ସମଗ୍ର ଗାଁ ପାଇଁ ଏକ ଉଦାହରଣ ହୋଇ ରହିଯାଇଛି । ତାଙ୍କରି ଆଦର୍ଶ ସୋସୋ ପଞ୍ଚାୟତ ପାଇଁ ଏକ ଯୁଗାନ୍ତକ ଉଦାହରଣ ହୋଇ ରହିଛି ରହିଥିବ ମଧ୍ୟ। ତାଙ୍କ ପରଲୋକରେ ସମଗ୍ର ସୋସୋ ପଞ୍ଚାୟତରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ପରଲୋକ ଖବରପାଇ ସୋସୋ ପଞ୍ଚାୟତର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ମୃତ୍ୟୁଶଯ୍ୟା ନିକଟରେ ପୁଅ ଜଗନ୍ନାଥ, ରଘୁନାଥ, ଝିଅ ହେମଲତା, କମଳିନୀ, ମନ୍ଦାକିନୀ, ଜ୍ୱାଇଁ ପ୍ରମୋଦ, ସୁଦର୍ଶନ, ପୁତୁରା ଅକ୍ଷୟ, ଗୋପ, ବୁଲା, ନବ, କୁଶ, ହରଙ୍କ ସମେତ ପରିବାରବର୍ଗ ଉପସ୍ଥିତ ଥିଲେ । ପରେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ଶାଳନ୍ଦୀ ନଦୀକୁଳରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ବଡପୁଅ ଜଗନ୍ନାଥ ମୁଖାଗ୍ନି ଦେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close