ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳଙ୍କୁ ବିଦାୟ ସମ୍ବର୍ଦ୍ଧନା

ଯାଜପୁର, ୧୧/୦୯: ଯାଜପୁର ଜିଲ୍ଲାପାଳ ଭାବେ କାର୍ଯ୍ୟକରୁଥିବା ରଂଜନ କୁମାର ଦାସଙ୍କର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି । ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ, କର୍ମଚାରୀମାନଙ୍କ ପକ୍ଷରୁ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଜିଲ୍ଲା ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ସମସ୍ତଙ୍କୁ ନେଇ ୦୪ ବର୍ଷ କାର୍ଯ୍ୟକରି ଜିଲ୍ଲାର ବହୁ ବିକାଶ କରିଥିଲେ ଓ ସେଥିଲାଗି ସମସ୍ତେ ତାଙ୍କୁ ମନେ ରଖିବେ ବୋଲି ଶ୍ରୀ ନାୟକ କହିଥିଲେ । ଜିଲ୍ଲାପାଳ ନିଜ ବକ୍ତବ୍ୟରେ ଜିଲ୍ଲା ପ୍ରତି ନିଜର ଭଲ ପାଇବାକୁ ପ୍ରକାଶ କରି କୃତଜ୍ଞତା ଜଣାଇଥିଲେ । ଲୁହଝରା ଆଖିରେ ସେ କହିଥିଲେ ଯେ, ଯାଜପୁର ଜିଲ୍ଲା ତାଙ୍କ ଚାକିରୀ ଜୀବନର ଏକ ସ୍ୱତନ୍ତ୍ର ସ୍ଥାନ ହୋଇ ରହିବ । ତାଙ୍କ ପ୍ରଚେଷ୍ଟାରେ ଏଠାରେ ବହୁ ଉନ୍ନୟନମୂଳକ କାର୍ଯ୍ୟ ହୋଇଛି ବୋଲି ସେ ଦୋହରାଇ ଥିଲେ । ଏହି କାର୍ଯ୍ୟକ୍ରମରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଉପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଆଇ.ଏ.ଏସ ପ୍ରୋବେସନର ସଚିନ ପାୱାର, ଜିଲ୍ଲା ପଂଚାୟତ ଅଧିକାରୀ ଅଶୋକ ସେଠୀ, ଡେପୁଟି କଲେକ୍ଟର ପ୍ରଜ୍ଞା ହେତା, ସହକାରୀ ଜିଲ୍ଲାପାଳ ଅନୂପ ବେହେରା, ତରଣୀସେନ ପଟ୍ଟନାୟକ, ତିଳୋତମା ପୃଷ୍ଟି, ସବରେଜିଷ୍ଟର ପ୍ରଦୀପ କୁମାର ସେଠୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଫକିର ମୋହନ ଟୁଡ଼ୁ, ଜିଲ୍ଲା ମଙ୍ଗଳ ଅଧିକାରୀ ଜ୍ୟୋତିରଂଜନ ସାମନ୍ତରାୟ, କର୍ମଚାରୀ ସଂଘ ପକ୍ଷରୁ ଅଲେଖ ପ୍ରସାଦ ମହାରଣା, ପ୍ରଶାନ୍ତ ପୁହାଣ, ନିଗମାନନ୍ଦ ମାନ୍ଧାତା, ଦେବାଶିଷ ପ୍ରଧାନ, ରମେଶ ବୋଇତାଇ, ବୈଦ୍ୟନାଥ ବିଶ୍ୱାଳ ପ୍ରମୁଖ ଶ୍ରୀ ଦାସଙ୍କ କାର୍ଯ୍ୟଧାରା ଉପରେ ଆଲୋକପାତ କରିବା ସହ ଶ୍ରୀ ଦାସଙ୍କ ସହ ସେମାନଙ୍କ ଅଭିଜ୍ଞତାକୁ ବର୍ଣ୍ଣନା କରିଥିଲେ । ଶେଷରେ ଜିଲ୍ଲା ସୂଚନା ଓ ଲୋକ ସଂର୍ପକ ଅଧିକାରୀ ସନ୍ତୋଷ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close