ଯାଜପୁରରେ ଜିଲ୍ଲା ସ୍ତରୀୟ ରାଜସ୍ୱ ବୈଠକ ଅନୁଷ୍ଠିତ

ଯାଜପୁର, ୧୫ା୧ : ରାଜସ୍ୱ ସଂଗ୍ରହକୁ ତ୍ୱରାନ୍ୱିତ ସହ ବିବିଧ ଜନହିତକାରୀ/ଊନ୍ନୟନ ମୂଳକ ପ୍ରକଳ୍ପ ଗୁଡିକର ଅଗ୍ରଗତିକୁ ନିଶ୍ଚିତ କରିବାକୁ ଜିଲ୍ଲାପାଳ ଚକ୍ରବୠର୍ୀ ସିଂ ରାଠୋର ନିର୍ଦ୍ଦେଶ ଦେଇଚ୍ଥନ୍ତି । ଆଜି ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲା ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ରାଠୋର ନିଲାମ ହୋଇ ନ ଥିବା ସମସ୍ତ ସଇରାତ ଉତ୍ସ ଗୁଡିକର ତୁରନ୍ତ ନିଲାମ ସହ ବିବିଧ ରାଜସ୍ୱ ସଂଗ୍ରହ ନିର୍ଦ୍ଧାରିତ ସମୟ ମଧ୍ୟରେ ପୂର୍ଣ୍ଣାଙ୍ଗ କରିବାକୁ ପରାମର୍ଶ ଦେଇଥିଲେ । କୈାଣସି ଠାରେ ସମସ୍ୟା ଥିଲେ ଏହା ବରିଷ୍ଠ ଅଧିକାରୀଙ୍କ ଦୃଷ୍ଟିକୁ ଆଣିବା ସହ ଲୋକହିତକାରୀ ପ୍ରକଳ୍ପଗୁଡିକୁ ତ୍ୱରାନ୍ୱିତ ଦିଗରେ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ । ପରେ ବିଭାଗ ୱାରୀ ରାଜସ୍ୱର ସମୀକ୍ଷା କରାଯାଇଥିଲା । ତହସିଲ, ଗ୍ରାମ୍ୟ ଜଳ ଓ ପରିମଳ, ଜଳସେଚନ, ଡ୍ରେନେଜ, ପରିବହନ, ଅବକାରୀ, ଖଣି, ନିବନ୍ଧକ ବିଭାଗ ଇତ୍ୟାଦିର ସମୀକ୍ଷା କରାଯାଇଥିଲା । କରୋନା ପାଇଁ ଚଳିତ ବର୍ଷର ରାଜସ୍ୱ ଧାର୍ଯ୍ୟଲକ୍ଷ୍ୟ ଆସି ନ ଥିବାରୁ ନିୟମ ଅନୁସାରେ ବିଗତ ବର୍ଷର ଧାର୍ଯ୍ୟଲକ୍ଷ୍ୟ ଠାରୁ ଅଧିକ ରାଜସ୍ୱ ସଂଗ୍ରହ ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ସେହି ଅନୁସାରେ ସମୀକ୍ଷାରେ ବର୍ତମାନ ସୁଦ୍ଧା ବିଗତ ବର୍ଷର ଏହି ସମୟର ରାଜସ୍ୱ ସଂଗ୍ରହ ଠାରୁ ଚଳିତ ବର୍ଷର ସଂଗ୍ରହ ହାର ସନ୍ତୋଷଜନକ ରହିଚ୍ଥି ବୋଲି ଜଣାଯାଇଥିଲା । ତେବେ ବିଭିନ୍ନ ପ୍ରକଳ୍ପରେ ରହିଥିବା ଚ୍ଥୋଟ ମୋଟ ସମସ୍ୟାଗୁଡିକୁ ସ୍ଥାନୀୟ ତହସିଲଦାର, ଆଇ.ଆଇ.ସିଙ୍କ ସହ ସଂପୃକ୍ତ ପ୍ରକଳ୍ପର ବିଭାଗୀୟ ମୁଖ୍ୟ ଯୋଗାଯୋଗ କରି ସମାଧାନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ସମସ୍ତଙ୍କୁ ସ୍ୱାଗତ ସହ ରାଜସ୍ୱ ସଂଗ୍ରହର ବିଭାଗ ୱାରୀ ସମୀକ୍ଷାର ସୂଚନା ପ୍ରଦାନ କରିଥିଲେ । ଜିଲ୍ଳାର ବିଭିନ୍ନ ସ୍ଥାନରେ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ, ନିବନ୍ଧକ କାର୍ଯ୍ୟାଳୟ ଗୁଡିକର ମରାମତି ଓ ପୁନରୁଦ୍ଧାର ପାଇଁ ରିପୋର୍ଟ ଦେବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ସମସ୍ତ ତହସିଲଦାର, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ପ୍ରମୁଖ ଏଥିରେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close