ବ୍ୟାସନଗର ଓ କଳିଙ୍ଗନଗର ୱେବ୍ ମିଡିଆ ସାମ୍ବାଦିକମାନଙ୍କ ମଧ୍ୟରେ ସମନ୍ୱୟ, ୟୁନିଅନ ଗଠନ କରିବା ପାଇଁ ପ୍ରସ୍ତାବ

ଯାଜପୁର, (ସନ୍ତୋଷ ରଥଙ୍କ ଠାରୁ ): ବ୍ୟାସନଗର ଓ କଳିଙ୍ଗନଗରରେ କାର‌୍ୟ୍ୟରତ ୱେବ୍ ମିଡିଆର ସାମ୍ବାଦିକମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ପ୍ରୟାସ କରିଛନ୍ତି କିଛି ସାମ୍ବାଦିକ । ତେଣୁ ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ୟାସନଗର ସହରର ବ୍ୟାସ ସରୋବରଠାରେ ସମସ୍ତ ୱେବ୍ ମେଡିଆର ପ୍ରତିନିଧିମାନେ ଏକତ୍ରିତ ହୋଇ ଏକ ୟୁନିଅନ ଗଠନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଏହାଦ୍ବାରା ପ୍ରତ୍ୟେକ ପ୍ରତିନିଧିମାନଙ୍କ ମଧ୍ୟରେ ଏକ ସୁସମ୍ପର୍କ ସୃଷ୍ଟି ହେବା ସହିତ କର୍ମକ୍ଷେତ୍ରରେ ମଧ୍ୟ ସହଯୋଗ ମିଳି ପାରିବ ବୋଲି ମତ୍ତ ପ୍ରକାଶ ପାଇଥିଲା। ଏହି ବୈଠକରେ ସମସ୍ତ ପ୍ରତିନିଧିମାନଙ୍କ ସହମତି କ୍ରମେ ଆସନ୍ତା ବୈଠକରେ ଏହାର ଚୂଡାନ୍ତ ନିଷ୍ପତ୍ତି ନିଆଯିବା ସହ କର୍ମକର୍ତ୍ତା ଚୟନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ବୈଠକରେ ନିମନ୍ତ୍ରିତ ଭାବେ ନ୍ୟୁଜ୍୧୮ର ପ୍ରତିନିଧି ସୁଜିତ ମଲ୍ଲିକ, କନକ ନ୍ୟୁଜ୍ ର ପ୍ରତିନିଧି ପ୍ରକାଶ ରାଉତ, ଇଟିଭି ଭାରତର ପ୍ରତିନିଧି ଜ୍ଞାନରଞ୍ଜନ ଓଝା ଓ ବରିଷ୍ଠ ସାମ୍ବାଦିକ ଅଭିମନ୍ୟୁ ମିଶ୍ର ଯୋଗ ଦେଇ ନୂତନ ସଂଗଠନ ସମ୍ପର୍କରେ ମାର୍ଗ ଦର୍ଶନ କରିଥିଲେ। ଉକ୍ତ ବୈଠକରେ ପ୍ରଶାନ୍ତ କୁମାର ପାତ୍ର, ବିନୟ ରାଉତ, ଆଷୁତୋଶ ବଳ,ବସନ୍ତ କୁମାର ପାତ୍ର, ଚକ୍ରଧର ଦାସ, ଅଜୟ ସାହୁ, ସନ୍ତୋଷ ରଥ,ରଞ୍ଜିତ, ପଦ୍ମଲୋଚନ ନାୟକ ଓ ବହୁ ପ୍ରତିନିଧି ଯୋଗ ଦେଇଥିଲେ । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close