ସିବିଏସଇ ଦଶମ ଓ ଦ୍ଵାଦଶ ପରୀକ୍ଷା ଫଳ ପ୍ରକାଶିତ, ବାଜି ମାରିଲେ ଝିଅ

ଭୁବନେଶ୍ୱର;୧୨/୦୫(ବ୍ୟୁରୋ ) : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସି ବି ଏସ ଇ) ପକ୍ଷରୁ ୧୨ତାରିଖ ଶୁକ୍ରବାର ସକାଳେ ପ୍ରଥମେ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ ହୋଇଥିଲା ତାପରେ ଦଶମ। ଦ୍ଵାଦଶ ରେ ମୋଟ ପାସ ହାର ୮୭.୩୩ ପ୍ରତିଶତ ରହିଥିଲା । ପୁଅଙ୍କ ପାସ ହାର ୮୪.୬୭ ପ୍ରତିଶତ ରହିଥିବା ବେଳେ ଝିଅଙ୍କର ପାସ ହାର ୯୦.୬୮ ପ୍ରତିଶତ ରହିଥିଲା ।ଚଳିତ ବର୍ଷ ସିବିଏସଇ ଦଶମ ପରୀକ୍ଷା ରେଜଲ୍ଟର ମୋଟ ପାସ ହାର ୯୩.୧୨ ପ୍ରତିଶତ ରହିଛି । ଗତବର୍ଷର ରେଜଲ୍ଟ ଠାରୁ ଚଳିତ ବର୍ଷ ୧.୨୮ ପ୍ରତିଶତ କମ୍ ରହିଛି ବୋଲି କୁହାଯାଉଛି। ଚଳିତ ବର୍ଷ ମୋଟ ୨ ଲକ୍ଷ ୮୬ ହଜାର ୯୪୦ ଜଣ ପ୍ରାର୍ଥୀ ପଞ୍ଜୀକୃତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୯ ଲକ୍ଷ ୩୯ ହଜାର ୫୬୬ ଜଣ ପୁଅ ଓ ୧୨ ଲକ୍ଷ ୪୭ ହଜାର ୩୬୪ ଜଣ ଝିଅ ରହିଥିଲେ । ସିବିଏସଇ ପକ୍ଷରୁ ଦେଶର ମୋଟ ୭୨୪୦ଟି କେନ୍ଦ୍ରରେ ଦଶମ ପରୀକ୍ଷା ଆୟୋଜିତ ହୋଇଥିଲା । ଛାତ୍ରୀଛାତ୍ର ରୋଲ ନମ୍ବର, ସ୍କୁଲ ନମ୍ବର, ଆଡମିଟ କାର୍ଡ ଆଇଡି ଏବଂ ଜନ୍ମ ତାରିଖ ବ୍ୟବହାର କରି ଫଳାଫଳ Cbse.nic.in, cbseresults.nic.in କିମ୍ବା digilocker.gov.in ରେ ସେମାନଙ୍କର ମାର୍କ ଯାଞ୍ଚ କରିପାରିବେ। ଛାତ୍ରୀଛାତ୍ରଙ୍କ ଡିଜି ଲକର୍‌ ଆକାଉଣ୍ଟକୁ ଆକ୍ଟିଭ୍‌ କରିବା ପାଇଁ ସିବିଏସ୍‌ଇ ଛଅ ଅଙ୍କ ବିଶିଷ୍ଟ ସୁରକ୍ଷା ପିନ୍‌ ଜାରି କରିଛି। ଯାହା digilocker.gov.in  ରୁ ବିଦ୍ୟାଳୟଗୁଡ଼ିକ ସେମାନଙ୍କର ଏଲ୍‌ଓସି ପ୍ରମାଣପତ୍ର ବ୍ୟବହାର କରି ଡାଉନଲୋଡ କରିପାରିବେ। ଛାତ୍ରୀଛାତ୍ରଙ୍କୁ ସେମାନଙ୍କର ସୁରକ୍ଷା ପିନ୍‌ ବ୍ୟବହାର କରି ସେମାନଙ୍କ ଆକାଉଣ୍ଟକୁ ଆକ୍ଟିଭ୍‌ କରିବାକୁ ପଡ଼ିବ। ଯାହାଫଳରେ ସେମାନେ ସେମାନଙ୍କର ମାର୍କ ସିଟ ଏବଂ ସାର୍ଟିଫିକେଟର ଡିଜିଟାଲ କପି ଡାଉନଲୋଡ୍‌ କରିପାରିବେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close