କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତଙ୍କ ଯାଜପୁର ଜିଲ୍ଲା ଗସ୍ତ ଓ କାର୍ଯ୍ୟ ସମୀକ୍ଷା

ଯାଜପୁର, ୯ା୧ : କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ଅନିଲ କୁମାର ସାମଲ ଶୁକ୍ରବାର ପୂର୍ବାହ୍ନରେ ଯାଜପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମୀକ୍ଷା କରିଚ୍ଥନ୍ତି । ବିଭିନ୍ନ ରାଜସ୍ୱ ସଂପର୍କିତ ତଥ୍ୟ, ବକେୟା ମାମଲା ଗୁଡିକୁ ଅନୁଧ୍ୟାନ କରିବା ସହ ତୁରନ୍ତ ପଂଏସଲା ଓ ରାଜସ୍ୱ ଆଦାୟକୁ ତ୍ୱରାନ୍ୱିତ କରିବାକୁ ଶ୍ରୀ ସାମଲ ନିର୍ଦ୍ଦେଶ ଦେଇଥିଲେ । ବିଭିନ୍ନ ବ୍ଳ୍‌କ, ତହସିଲ, ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଗୁଡିକୁ ନିୟମିତ ବ୍ୟବଧାନରେ ସମୀକ୍ଷା କରି ତାହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅପର ପକ୍ଷରେ ସଠିକ ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିନରେ ବାର୍ଦ୍ଧକ୍ୟ, ବିଧବା, ଭିନ୍ନକ୍ଷମ ଭତା ଆବେଦନର ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବା, ଆର୍ନ୍ତଜାତି ବିବାହ କ୍ଷେତ୍ରରେ ତୁରନ୍ତ ଆର୍ଥିକ ସହାୟତା ପ୍ରଦାନ କରିବା, ବିପର୍ଯ୍ୟୟରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ପରିବାରକୁ ଯଥାଶିଘ୍ର କ୍ଷତି ପୂରଣ ପ୍ରଦାନ କରିବା, ବିଭିନ୍ନ ବିଭାଗର ଅଗ୍ରୀମ ନେଇଥିବା ଅର୍ଥକୁ ଭରଣା କରିବା, ଜିଲ୍ଲା ଖଣିଜ ପାଣ୍ଠି ଅର୍ଥରେ ବିବିଧ ଜନହିତକାରୀ ପ୍ରକଳ୍ପମାନ ସାମିଲ କରିବା, ସମସ୍ତ ସରକାରୀ ଯୋଜନାଗୁଡିକୁ ଲୋକମାନଙ୍କ ପାଖରେ ଯଥାଶିଘ୍ର ପହଚାଂଇବା ଉପରେ ଶ୍ରୀ ସାମଲ ଗୁରୁତ୍ୱାରୋପ କରିଥିଲେ । ସେହିପରି ଅନ୍ୟାନ୍ୟ ବିଭାଗ ଗୁଡିକର କାର୍ଯ୍ୟକୁ ନିରୀକ୍ଷଣ କରି ଆବଶ୍ୟକୀୟ ପରାମର୍ଶ ଦେଇଥିଲେ । ସରକାର ବିଭିନ୍ନ ଯୋଜନା ଜନସାଧାରଣଙ୍କ ହିତରେ ପ୍ରଣୟନ କରିଥାନ୍ତି । ଏହାକୁ ସଠିକ ଭାବେ ସଠିକ ସମୟରେ ଲୋକଙ୍କ ନିକଟରେ ପହଚାଂଇବା ନିହାତି ଜରୁରୀ । ଏହା ହିତାଧିକାରୀଟି ପ୍ରତି ଉପଯୁକ୍ତ ସେବା ବୋଲି ଶ୍ରୀ ସାମଲ କହିବା ସହ ନିଷ୍ଠାପର ଭାବେ ସରକାର ଧାର୍ଯ୍ୟ କରିଥିବା ଦାୟିତ୍ୱ ନିର୍ବାହ ପାଇଁ ପରାମର୍ଶ ଦେଇଥିଲେ । ସରକାରଙ୍କ ଠାରୁ ପ୍ରାପ୍ତ ଅର୍ଥର ଉପଯୁକ୍ତ ବିନିଯୋଗ ପ୍ରମାଣପତ୍ର ଯଥାଶିଘ୍ର ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋର, ଅତିରିକ୍ତ ଜିଲ୍ଳାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଅନ୍ୟାନ୍ୟ ସମସ୍ତ ଡେପୁଟୀ କଲେକ୍ଟର, ସହକାରୀ ଜିଲ୍ଲାପାଳ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ପୂର୍ବରୁ ରାଜସ୍ୱ ଆୟୁକ୍ତ ଶ୍ରୀ ସାମଲ ଚଣ୍ଡିଖୋଲ ସ୍ଥିତ ମହାବିନାୟକ ମନ୍ଦିର ଯାଇ ଠାକୁରଙ୍କୁ ଦର୍ଶନ କରିଥିଲେ । ପରେ ବିରଜା ମନ୍ଦିରକୁ ଯାଇ ମା’ଙ୍କ ଦର୍ଶନ କରିବା ସହ ମନ୍ଦିରର ଉନ୍ନତିକରଣ ଓ ସୈାନ୍ଦର୍ଯ୍ୟକରଣ ସଂପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close