ଜେ.ଇ.ଇ ମେନ୍ ଏବଂ ନିଟ୍ ପରୀକ୍ଷାର୍ଥୀ ଓ ଅଭିଭାବକଙ୍କୁ ସୁବିଧା ଯୋଗାଇ ଦିଆଯାଉଥିବାର କହିଲେ ରାୟଗଡ଼ା ଜିଲ୍ଲାପାଳ

ରାୟଗଡ଼ା, ୦୩/୦୯(ନୀଳମାଧବ ପାତ୍ରୋଙ୍କ ଠାରୁ): ବିଶ୍ୱ ମହାମାରୀ କରୋନା ଓ ଓଡ଼ିଶାର ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଜେ.ଇ.ଇ ମେନ୍ ଏବଂ ନିଟ୍ ପରୀକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକଙ୍କୁ ଭୁବନେଶ୍ୱର ଏବଂ ବ୍ରହ୍ମପୁର ପରୀକ୍ଷା କେନ୍ଦ୍ରକୁ ଯାତାୟତର ସୁବିଧା ସକାଶେ ୩୦.୮.୨୦ରେ ଗାଡି ଚଳାଚଳର ଶୁଭାରମ୍ଭ କରାଯାଇଥିଲା । ଏହି ଦିନ ୧୦ ଜଣ ପରୀକ୍ଷାର୍ଥୀ ଭୁବନେଶ୍ୱର ଯାଇଥିଲେ । ଆଜି ୨ୟ ଦଫାରେ ରାୟଗଡ଼ା ସରକାରୀ ଶିଳ୍ପ ତାଲିମ କେନ୍ଦ୍ରଠାରୁ ୦୩ଟି ବସ ଛାଡିଥିଲା । ୦୨ଟି ଗାଡିରେ ୨୩ ଜଣ ଛାତ୍ର, ୦୯ ଜଣ ଛାତ୍ରୀ ଓ ୦୮ ଜଣ ଅଭିଭାବକ ଏପରି ମୋଟ ୪୦ ଜଣ ଭୁବନେଶ୍ୱରକୁ ପରୀକ୍ଷା ଦେବାକୁ ଯାଇଥିବା ବେଳେ ଆଉ ଏକ ବସରେ ୧୪ ଜଣ ଛାତ୍ର, ୦୨ ଜଣ ଛାତ୍ରୀ ଓ ୦୨ ଜଣ ଅଭିଭାବକ ମୋଟ ୧୮ ଜଣ ବ୍ରହ୍ମପୁରକୁ ପରୀକ୍ଷା ଦେବା ପାଇଁ ଯାଇଥିଲେ । ଆଜି ମୋଟ ୫୮ ଜଣଙ୍କୁ ଯାତାୟତର ସୁବିଧା ଜିଲ୍ଲା ପ୍ରଶାସନ ଯୋଗାଇ ଦେଇଛି ବୋଲି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା କହିଛନ୍ତି । ସେମାନଙ୍କ ଖାଇବା ପିଇବାର ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି ଶ୍ରୀ ବେହେରା ସୂଚନା ଦେଇଥିଲେ । ପଦ୍ମପୁର ଠାରେ ଏଥିପାଇଁ ବିଶେଷ ଆୟୋଜନ କରାଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ, ଆଂଚଳିକ ପରିବହନ ଅଧିକାରୀ, ସରକାରୀ ଶିଳ୍ପ ତାଲିମ କେନ୍ଦ୍ରର ଅଧ୍ୟକ୍ଷ ଏ. କେ. ପଣ୍ଡା ପ୍ରମୁଖ ଯୋଗଦାନ କରି ପରୀକ୍ଷାର୍ଥଙ୍କୁ ଉତ୍ସାହିତ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close