ଆମ ଓଡ଼ିଶା ରକ୍ତଦାନ ଅଭିଯାନରେ ବି କେ ହାଇସ୍କୁଲ ଛାତ୍ରସଂଘ ତରଫରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ

 

ହାଟଡ଼ିହି ; ୦୩/୦୧ : କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଳକ ସୋସୋ ପଞ୍ଚାୟତ ବି କେ ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି ରକ୍ତଦାନ ଶିବିର। ସୂଚନାନୁଯାୟୀ ଆଜି ଆମ ଓଡ଼ିଶା ରକ୍ତଦାନ ଅଭିଯାନରେ ବି କେ ହାଇସ୍କୁଲ ଛାତ୍ର ସଂଘ ତରଫରୁ ଆୟୋଜିତ ହୋଇଥିଲା ରକ୍ତଦାନ ଶିବିର। ପୂର୍ବାହ୍ନ ୯ଘଟିକାରୁ ଆରମ୍ଭ କରି ଅପରାହ୍ନ ୧ଘଟିକା ପର୍ଯ୍ୟନ୍ତ ରକ୍ତଦାନ କାର୍ଯ୍ୟକ୍ରମ ଚାଲୁରହିଥିଲା। ରକ୍ତଦାନ କୁ ଏକ ମହତ ଦାନ ମନେକରି ସ୍ବେଚ୍ଛାକୃତ ଭାବରେ ୨୫ରୁ ଉର୍ଦ୍ଧ୍ବ ରକ୍ତଦାତା ଉକ୍ତ ଶିବିରରେ ରକ୍ତଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବହୁ ଶିକ୍ଷାଵିତ ଓ ବୁଦ୍ଧିଜୀବୀଙ୍କ ଦ୍ଵାରା ଉଦଘାଟନ କରାଯାଇଥିଲା। ସରପଞ୍ଚ ବେଣୁଧର ବିନ୍ଧାଣି,ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ନାରାୟଣ ବିଶ୍ୱାଳ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଦ୍ୱାରା ଏହାର ଶୁଭାରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଛାତ୍ରସଂଘର କାର୍ଯ୍ୟନିର୍ବାହୀ ସଭାପତି ଜ୍ୟୋତିରଞ୍ଜନ ପାଣିଗ୍ରାହୀ ଏବଂ ସମ୍ବାଦ ତଥା କନକ ଟିଭିର ପ୍ରତିନିଧି କିଶୋର ଆଚାର୍ଯ୍ୟ ପରିଚାଳନା କରିବା ସଙ୍ଗେ ସଙ୍ଗେ ସଂଘର ଅନ୍ୟ ସଦସ୍ୟଙ୍କ ମଧ୍ୟରୁ ପ୍ରତ୍ୟୁଷ ମହାନ୍ତି, ରଶ୍ମିରଞ୍ଜନ ବେହେରା, ସତ୍ୟରଞ୍ଜନ ଧଳ,ଆଲୋକ ରାଉତ,ଅନିଲ ବେହେରା, ବସନ୍ତ ଖମାରୀ, ଜନ ବେହେରା, ବିପ୍ଳବ ମହାପାତ୍ର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ। ଏହି ବି କେ ହାଇସ୍କୁଲ ଛାତ୍ର ସଂଘ ବହୁ ଜନ ହିତକର କାର୍ଯ୍ୟ କରିଆସୁଥିବାର ପରିଲକ୍ଷିତ ହୋଇଛି।ଆଗକୁ ଏହି ଛାତ୍ର ସଂଘ ସାମାଜିକ କାର୍ଯ୍ୟ କରିବା ସଙ୍ଗେ ସଙ୍ଗେ ସମାଜର ଯୁବପିଢ଼ିଙ୍କୁ ଏକ ନୂତନ ଦିଗଦର୍ଶନ ଦେବ ବୋଲି ଜ୍ୟୋତିରଞ୍ଜନ ନିଜ ବକ୍ତବ୍ୟରେ କହିଛନ୍ତି। ସଂଘର ଏହି ନିଆରା ପ୍ରୟାସକୁ ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close