ମା ଶାରଳାଙ୍କ ପୀଠରେ ପ୍ରିନ୍ସ ମ୍ୟୁଜିକ୍ ଭକ୍ତିର ପ୍ରଥମ ଅବଦାନ ଓଡ଼ିଆ ଭାବପୂର୍ଣ୍ଣ ଭଜନ ଦୟାମୟୀ ମା ଶାରଳା ଗୀତର ଉନ୍ମୋଚନ

ଜଗତ୍ସିଂହପୁର: ଆଜି ଝଙ୍କଡ଼ ବାସୀନୀ ମା ଶାରଳାଙ୍କ ପୀଠରେ ପ୍ରିନ୍ସ ମ୍ୟୁଜିକ୍ ଭକ୍ତିର ପ୍ରଥମ ଅବଦାନ ଓଡ଼ିଆ ଭାବପୂର୍ଣ୍ଣ ଭଜନ ଦୟାମୟୀ ମା ଶାରଳା ଗୀତର ଉନ୍ମୋଚନ ହୋଇଯାଇଛି। ଆଜି ଏହି କାର୍ଯ୍ୟକ୍ରମରେ ମୂଖ ଅତିଥି ଭାବେ ବିଶ୍ୱ ଓଡ଼ିଆ ମହାସଂଘର ସଭାପତି ଡ଼ା ସୁରେନ୍ଦ୍ରନାଥ ମହାପାତ୍ର ଯୋଗଦେଇ ପ୍ରିନ୍ସ ମ୍ୟୁଜିକ୍ର ସମସ୍ତ କଣ୍ଠଶିଳ୍ପୀ,ଓ ସଙ୍ଗୀତ ନିର୍ଦ୍ଦେଶକ ସମସ୍ତଙ୍କୁ ମାନପତ୍ର ପ୍ରଦାନ କରିଥିଲେ।
 ନୂଆ ବର୍ଷ ୨୦୨୧କୁ ସ୍ୱାଗତ ଜଣେଇ ପ୍ରିନ୍ସ ମ୍ୟୁଜିକ୍ ( ଭକ୍ତି)ର ନୂଆ ଭାବ ଭକ୍ତି ଭରା ଭଜନ ଆଲବମ୍ ଆଜି ଝଂକଡ ବାସିନୀ ମା ଶାରଳା ପୀଠ କନକପୁର ଜଗତ୍ ସଂିହ ପୁରରେ ରିଲିଜ୍ ହେ।ଇଛି । ଗୀତ ଗୁଡିକୁ ଶାରଳା ମାଟିର ଗର୍ବ ଓ ଗୌରବ ତଥା ଓଡିଶାର ସୁନାମଧନ୍ୟ କଣ୍ଠ ଶିଳ୍ପୀ ସୌରଭ ନାୟକ, ଶ୍ରୀଚରଣ, ଅନ୍ତରା ଚକ୍ରବର୍ତ୍ତୀ, ଶ୍ୱେତା ମିଶ୍ର, ବିଷ୍ଣୁ କବି ପ୍ରଭ୍ରୁତି  ଗାଇଛନ୍ତି । ଗୀତ ଗୁଡିକୁ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ମୋହିତ ଚକ୍ରବର୍ତ୍ତୀ, ସଚ୍ଚି ମାହାନ୍ତି ଓ ମିଶ୍ର ସତ୍ୟନାରାୟଣ । ସଂଗୀତରେ ସଜେଇଛନ୍ତି ମେଲୋଡି ମେକର୍ ସଂଗୀତ ନିର୍ଦେଶକ ପବିତ୍ର ପଟ୍ଟବାୟକ । ଗୀତ ଗୁଡିକ ଖୁବ୍ ମନ ଛୁଆଁ ଓ ହ୍ରୁଦୟ ସ୍ପର୍ଶୀ ହେଇଛି ।
ଉଦ୍ଘାଟନୀ ଉସ୍ଚବରେ ଶାରଳା ମାଟିର ବର ପୁତ୍ର କର୍ମ ବୀର,ସମାଜସେବୀ ତଥା ବିଶ୍ୱ ଓଡିଆ ମହାସଂଘର ସଭାପତି ଡ.ସୁରେନ୍ଦ୍ର ନାଥ ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶାରଳା ମାଟିର କଳାକାରଂକୁ ଉସ୍ଚାହିତ କରିବା ସଂଗେ ସଂଗେ ଭଜନ ଆଲବମ୍ ଉନ୍ମୋଚନ କରିଥିଲେ । ଆଗକୁ ଜଗତ୍ସିଂହପୁର ତଥା ଶାରଳା ମାଟିର ଗର୍ବ ଓ ଗୋିରବ ରକ୍ଷା କରି କଳାକାରମାନଂକର ଉନ୍ନତି ସାଧନ ପାଇଁ ଦ୍ରୁଢ ପରିକର ବୋଲି ପ୍ରତିଶ୍ରୁତି ଦେବା ସଂଗେ ସଂଗେ କରୋନା ମୁକ୍ତ ଓଡିଶା ପାଇଁ ମା ଶାରଳାଂକ କ୍ରୁପା ଭିକ୍ଷା କରିଥିଲେ ।
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close