‘ବ୍ୟାସନଗର ପୈାରପାଳିକା’ ଓ ‘କେ.ଏନ.ଡି.ଏ’ର ମିଳିତ ଆନୁକୂଲ୍ୟରେ ଆଜି ପ୍ରଣବଙ୍କ ଦ୍ୱାରା ଉଦ୍‌ଘାଟିତ ହେଲା ୨ଟି ନୂତନ ପ୍ରକଳ୍ପ ଓ ୨୧ଟି ସୈାନ୍ଧର୍ଯ୍ୟକରଣ କାର୍ଯ୍ୟ

ବ୍ୟାସନଗର,୦୧/୦୧/୨୧: ଆଜି ନୂତନ ବର୍ଷ ୨୦୨୧ ଉପଲକ୍ଷେ ବ୍ୟାସନଗର ସହରବାସୀଙ୍କ ପାଇଁ କେତୋଟି ପ୍ରକଳ୍ପର ଶୁଭ ଉନ୍ତୋଚନ ହୋଇଯାଇଛି । ରାଜ୍ୟ ବିଜେଡି ସଂଗଠନ ସାଧାରଣ ସଂପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏହି ପ୍ରକଳ୍ପଗୁଡିକୁ ଆଜି ସନ୍ଧ୍ୟାରେ ଉନ୍ମୋଚନ କରିଛନ୍ତି । ଏଥିରେ ସ୍ଥାନୀୟ ବିଧାୟକ ଅଶୋକ ବଳ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ବ୍ୟାସନଗର ପୈାର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶୁଭେନ୍ଦୁ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରକ୍ଳପଗୁହିକ ହେଲା ଟାଉନ ହଲ ନିକଟ, ଦଳା ଆଜି. ଓମେନନ୍ସ କଲେଜ ନିକଟ, ଚୋରଦା ଛକ, ଫାୟାର ଷ୍ଟେସନ ନିକଟ ଗୋଲେଇ ଛକରେ ‘ସେଲଫି ପଏଂଟ’ ସହ ୧୬ଟି ସ୍ଥାନ ଯଥା-ବସ ଷ୍ଟାଣ୍ଡ, ବସ ଷ୍ଟାଣ୍ଡ ସାମନା, ପୈାର କାର୍ଯ୍ୟାଳୟ ସାମନା, ସବରେଜିଷ୍ଟାର ଅଫିସ ସାମନା, ୱୟାର ହାଉସ ସାମନା, କ୍ରୋମନଗର ବିଦ୍ୟାପୀଠ ସାମନା, ଷ୍ଟ୍ରିଟ୍ ଲାଇଟ ପୈାର କାର୍ଯ୍ୟାଳୟରୁ ବାଇପାସ, ସୈାନ୍ଧର୍ଯ୍ୟକରଣ ଓ ସର୍ବସାଧାରଣଙ୍କ ପାଇଁ ମୁକ୍ତ ସ୍ଥାନ ଯଥା-ଉମାପଦା ପୋଖରୀ ନିକଟରେ, ପନାସିଆ ପୋଖରୀ ନିକଟରେ, କୋପଣ୍ଡ ପୋଖରୀ, ଦଳା ଟ୍ରେଜେରୀ ଅଫିସ ନିକଟରେ, ସନ୍ତରା କମ୍ୟୁନିଟ ହଲ, ମୁଣ୍ଡମାଳ କମ୍ୟୁନିଟ ହଲ, ରମ୍ପାସ ଗ୍ରାମ ଛକ, ଗଣେଷ ବଜାର ଛକ ଆଦି ସ୍ଥାନରେ ମିନି ପାର୍କ ଭଳି ସୈାନ୍ଧର୍ଯ୍ୟକରଣ ପ୍ରକଳ୍ପଗୁଡିକର ଶୁଭ ଉଦ୍‌ଘାଟନ ହୋଇଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close