ଜଷ୍ଟିସ୍ ସରୋଜ କାନ୍ତ ମିଶ୍ରଙ୍କର ୮୭ ବର୍ଷ ବୟସରେ ଶୁକ୍ରବାର ହୃଦଘାତରେ ପରଲୋକ

ଭୁୁବନେଶ୍ୱର; ୨୪/୦୭ (ଜ୍ୟୋତି ରଞ୍ଜନଙ୍କ ଠାରୁ ) :  ଭୁବନେଶ୍ୱରର ଶୈଳଶ୍ରୀ ବିହାରରେ ରହୁଥିବା ଜଷ୍ଟିସ୍ ମିଶ୍ରଙ୍କ ପରଲୋକ। ପୂର୍ବତନ ଆଇନ ସଚିବ ତଥା ରାଜ୍ୟ ଟ୍ରିବ୍ୟୁନାଲର ଉପାଧ୍ୟକ୍ଷ ଜଷ୍ଟିସ୍ ସରୋଜ କାନ୍ତ ମିଶ୍ରଙ୍କର ଶୁକ୍ରବାର ହୃଦଘାତରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା ସେ କେବଳ ଜଣେ ଉଚ୍ଚକୋଟିର ଆଇନ ବିଶାରଦ ନୁହଁନ୍ତି ଜଣେ ଭଲ ମଣିଷ ଭାବେ ଅତ୍ୟନ୍ତ ଲୋକପ୍ରିୟ ଥିଲେ ।
ଜଷ୍ଟିସ୍ ମିଶ୍ର ବାର୍ଦ୍ଧକ୍ୟରେ ଉପନୀତ ହୋଇଥିଲେ ମଧ୍ୟ ବେଶ୍ ଚଳଚଞ୍ଚଳ ଥିଲେ । ଜୀବନର ଶେଷ ପର୍ଯ୍ୟନ୍ତ ଆଇନ ବିଦ୍ୟାରେ ନିମଗ୍ନ ରହି ଗରିବ ଓ ଅସହାୟଙ୍କୁ ମାଗଣାରେ ଆଇନ ସେବା ଯୋଗାଇ ଦେଉଥିଲେ । ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଲହରୀ ଖେଳିଯାଇଛି।
ସ୍ୱର୍ଗତ ମିଶ୍ରଙ୍କର ୬ ଝିଅ ଏବଂ ସମସ୍ତେ ଉଚ୍ଚ ପ୍ରତିଷ୍ଠିତ । ବଡ଼ଝିଅ ସୁଚିସ୍ମିତା ମିଶ୍ର ରାଜ୍ୟ ଟ୍ରିବ୍ୟୁନାଲର କୋଅପରେଟିଭ୍ ଅଧ୍ୟକ୍ଷା ଭାବେ କାର୍ଯ୍ୟ କରୁଥିଲା ବେଳେ ଦ୍ୱିତୀୟ ଝିଅ ନିବେଦିତା ମିଶ୍ର କମଳା ନେହେରୁ କଲେଜରେ ଅର୍ଥନୀତି ଅଧ୍ୟାପିକା, ତୃତୀୟ ଝିଅ ଗୀତା ଦାଶ ଯୁକ୍ତରାଷ୍ଟ୍ର ଆମେରିକାର ଆରିଜେନା ବିଶ୍ୱବିଦ୍ୟାଳୟରେ ପ୍ରଫେସର, ଚତୁର୍ଥ ଝିଅ ନବନୀତା ମିଶ୍ର ଓଡ଼ିଶା ହାଇକୋର୍ଟରେ ଆଡଭୋକେଟ୍, ପଞ୍ଚମ ଝିଅ ସୁଚରିତା ମିଶ୍ର ଲେଖିକା ଓ ସମାଜସେବୀ ଏବଂ ସବା ସାନ ଝିଅ ସୁରତନୟା ମିଶ୍ର ମାଜିଷ୍ଟ୍ରେଟ୍ ଚାକିରି ଛାଡ଼ି ଏବେ ଓଡ଼ିଶା ହାଇକୋର୍ଟରେ ଓକିଲାତି କରୁଛନ୍ତି । ସ୍ଥାନୀୟ ସତ୍ୟନଗର ଶ୍ମଶାନରେ ତାଙ୍କର ଅନ୍ତେଷ୍ଟ୍ରିକ୍ରିୟା ସମ୍ପନ୍ନ ହୋଇଥିଲା । ଜ୍ୱାଇଁ ହେମନ୍ତ ରଥ(ସଭାପତି, କଳିଙ୍ଗ ସେନା)ମୁଖାଗ୍ନି ଦେଇଥିଲେ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close