ବିଭିନ୍ନ ସମସ୍ୟାର ସମାଧାନ ଲାଗି ରାଜରାସ୍ତାକୁ ଓହ୍ଲାଇଲା ଢେଙ୍କାନାଳ ଓଡିଶା ପରିବହନ ଚାଳକ ସଂଘ

ଢେଙ୍କାନାଳ/ଜିରାଳ;୨୦/୦୮(ସୌଭାଗ୍ୟ ମୁଦୁଲିଙ୍କ ଠାରୁ): ଅଲ୍ ଓଡିଶା ପରିବହନ ଚାଳକ ସଂଘ ଢେଙ୍କାନାଳ ଜିଲ୍ଲା ଜିରାଳ ପକ୍ଷରୁ ଜିରାଳ ଶିବମନ୍ଦିର ପ୍ରାଙ୍ଗଣରେ ଢେଙ୍କାନାଳ ସଭାପତି ରଞ୍ଜନ ଲେଙ୍କା ଓ ମୁଖ୍ୟ ଅତିଥି ରଜ୍ୟ ସଭାପତି ଦୀପକ ନାୟକ, ବାଲେଶ୍ବର ଜିଲ୍ଲା ସଭାପତି କରୁଣାକର ବେହେରା ଏବଂ ଅନ୍ୟ ସଦସ୍ୟମାନଙ୍କ ଉପସ୍ଥିତିରେ ୪୦୦ରୁ ଅଧିକ ଡ୍ରାଇଭରମାନେ ଏକତ୍ରିତ ହୋଇ ଏକ ବୈଠକ କରିଥିଲେ ଏହି ବୈଠକରେ ଡ଼୍ରାଇଭର୍ ଭାଇ ମାନଙ୍କର ସମସ୍ତ ସମସ୍ୟା ବିଷୟରେ ଆଲୋଚନା କରାଯାଇଥିଲା ସମସ୍ତଙ୍କ ସହମତି ପରେ ଏକ ବିଶାଳ ମଟର ସାଇକେଲରେ ରାଲୀ ଜୀରାଳ ଠାରୁ ମଠଗୋରଳା ଛକ ପର୍ଯ୍ୟନ୍ତ ପହଞ୍ଚିଥିଲା। ବିଭିନ୍ନ ଦାବି ମଧ୍ୟରୁ ( ୧) ୬୦ ବର୍ଷ ପରେ ୫୦୦୦ ଟଙ୍କାର ପେନସନ ଯୋଜନା (୨) ଦୃଘଟଣାରେ କ୍ଷତିର ସମ୍ମୁଖୀନ ହେଲେ ୧୦.୦୦୦୦୦ ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ (୩) ଶ୍ରମ ବିଭାଗରେ ପ୍ରଞିକୃତ (୪) କୋରନା ଯୋଦ୍ଧାର ମାନ୍ୟତା (୫) ରାଜରାସ୍ତାରେ ପ୍ରତି ୧୦ କିମି ଦୂରରେ ଶୌଚାଳୟ ର ବ୍ୟବସ୍ଥା(୬) ସାମାଜିକ ସୁରକ୍ଷା (୭) ନିର୍ଦ୍ଦିଷ୍ଟ ପରିମାଣର ଦରମା ଦାବି ନେଇ ଡ଼ୁବୁରୀ ଢେଙ୍କାନାଳ ରାଜରାସ୍ତାକୁ ଅବରୋଧ କରିଥିଲେ । ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନରୁ ଓହରି ଥିଲେ ନିର୍ଦିଷ୍ଟ ସମୟରେ ଦାବି ପୂରଣ ନହେଲେ ଆଗାମୀ ଦିନରେ ଷ୍ଟେରିଙ୍ଗି ଛାଡ଼ ଆନ୍ଦୋଳନରେ ଯୋଗଦେବାକୁ ଚେତାବନୀ ଦେଇଥିଲେ ସଙ୍ଘର କର୍ମୀ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close