କଷ୍ଟ ଲବ୍ଧ ଭାଷା ଭିତିକ ଓଡିଶା ରାଜ୍ୟ  ଓ ଓଡିଆ ଭାଷାର ସୁରକ୍ଷା କରିପାରିଲେ ଖାଣ୍ଟି ଓଡ଼ିଆର ପରିଚୟ ଦେବା

ପାରାଦୀପ: ଉତ୍କଳ ସମୀଳନୀ ପାରାଦୀପ ଆନୁକୂଲ୍ୟରେ ପାରାଦୀପ ସରସ୍ବତୀ ବିଦ୍ୟା ମନ୍ଦିରରେ ଉତ୍କଳ ଦିବସ ପାଳନ ହୋଇଯାଇଛି।ଏହି ପରିପେକ୍ଷିରେ ମା,ମାଟି, ମାତୃଭାଷା ଆଧାରରେ ଏକ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଉତ୍କଳ ସମିଳନୀ ପାରାଦୀପର ସଭାପତି କ୍ୟାପଟେନ ଅତୁଲ୍ୟ ମହାପାତ୍ର ପ୍ରଦୀପ ପ୍ରଜ୍ବଳନ କରି ଅନୁଷ୍ଠାନକୁ ଉଦ୍ଘାଟନ କରିଥିଲେ।ଉତ୍କଳ ସମୀଳନୀ ର ଆଵାହକ ତଥା ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର, ପରିବେଶବିତ ଧ୍ରୁବ ଚରଣ ମହାପାତ୍ର କହିଲେ ଯେ କଷ୍ଟଲବ୍ଧ ଭାଷା ଭିତିକ ଓଡିଶା ରାଜ୍ୟ ଗଠନ, ଦୁର୍ଦିନ ସମୟରେ ଓଡ଼ିଆ ଭାଷାକୁ ସୁରକ୍ଷା ଦେଇ ଆସିଥିବା ମହାମନିଷି ମାନଙ୍କ ପ୍ରତି ଯଥୋଚିତ ସମ୍ମାନ ହେବ,ମାତୃଭୂମି, ମାତୃଭାଷା ର ଟେକ ରଖିବାକୁ ସଂକଳ୍ପ ବଦ୍ଧ ହେବା।କୋରାପୁଟ ଜିଲ୍ଲାର କୋଟିଆକୁ ଆନ୍ଧ୍ର କବଜା କଲାଣି।ବାଲେଶ୍ୱର, ମୟୁରଭଞ ରେ ପାଚିମବଙ୍ଗ ଦବଦବୀ କରିଚାଲିଛି।ଏ ସବୁ ହଜାମକରି ଆମେ ମଧୁବାବୁ, ଉତ୍କଳମଣି ଗୋପବନ୍ଧୁ ଦାସ, ବ୍ୟାସକବି ଫକୀରମୋହନ,ମହାରାଜା କୃଷ୍ଣଚନ୍ଦ୍ର ଦେବଙ୍କ ସୁଯୋଗ୍ୟ ଦାୟାଦ କହିବା ଲଜ୍ୟା ଜନକ ବିଷୟ।କବୟିତ୍ରୀ ହରାମଣି ମହାପାତ୍ର ଏ ବିଂ ସରସ୍ବତୀ ବିଦ୍ୟମନ୍ଦିରର ବରିଷ୍ଠ ଶିକ୍ଷୟତ୍ରୀ ମମତା କର ସଂଯୋଜନା କରିଥିଲେ।ଉତ୍କଳ ସମୀଳନୀ ପାରାଦୀପ ର ସହସମ୍ପଦକ ସାରଦା ପ୍ରସାଦ ନାୟକ ସଭାପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ।ପ୍ରେମଳତା ବାରିକ, ରବି ଦାସ, ଆରତୀ  ଦାଶ, ସଂଘମିତ୍ର ସ୍ୱାଇଁ, ଉର୍ମିଳା ମହାନ୍ତି, ତୁଳସୀ ବରାଳ ପ୍ରମୁଖ ଶତାଧିକ କବି ସ୍ୱରଚିତ କବିତା ପାଠ କରିଥିଲେ।
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close