ମାଲବାହୀ ଟ୍ରେନରେ ଦୁଇଗୋଡ଼ କଟିଯିବାପରେ ହସ୍ପିଟାଲରେ ଚାଲିଗଲା ଜୀବନ

ବ୍ୟାସନଗର ; ୧୭/୧୨ : (ବସନ୍ତ କୁମାର ପାତ୍ରଙ୍କ ଠାରୁ) ସମୟ କେତେବେଳେ କାଳ ସାଜିପାରେ କହିହୁଏନା । ଯାଜପୁର କେନ୍ଦୁଝର ରୋଡ଼ ରେଲୱେ ଷ୍ଟେସନ ପରିସର ପ୍ଲାଟଫୋର୍ମରୁ ଜଣେ ଯୁବକ ଖସିପଡ଼ି ମାଲବାହୀ ଟ୍ରେନରେ  ଦୁଇଗୋଡ଼ କଟିଯିବାପରେ ହସ୍ପିଟାଲରେ ତାଙ୍କର ମୃତ୍ୟୁବରଣ କରିବା ଘଟଣା  ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଥିଲା। ସୂଚନା ଅନୁସାରେ ବୁଧବାର ସକାଳ ସମୟରେ ଯୁବକ ଜଣକ ରେଲୱେ ପ୍ଲାଟଫୋର୍ମ ତଳ ରେଳ ଧାରଣାକୁ ଦୁର୍ଭାଗ୍ୟବସତ ଖସିପଡିଥିଲେ। ଯୁବକ ଜଣକ ଚଳନ୍ତା ମାଲବାହୀ ଟ୍ରେନ ଧକ୍କାରେ ଶିକାର ହୋଇ ଦୁଇଗୋଡ଼ ହରାଇ ଗୁରୁତର ଅବସ୍ଥାରେ ପଡିରହିବାପରେ ସ୍ଥାନୀୟ ଅଞ୍ଚଳର ସମାଜସେବୀ ତାଙ୍କୁ ଉଦ୍ଧାର କରି ପ୍ରଥମେ ଯାଜପୁର ରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯିବା ପରେ ତାଙ୍କର ମୃତ୍ୟୁ ଖବର ପ୍ରକାଶ ପାଇଛି।ଉକ୍ତ ଯୁବକ ଜଣକ କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ତରୁଣିଆ ଗ୍ରାମର ଅର୍ଜୁନ ଭଞ(୩୮)ବୋଲି ଜଣାପଡିଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close