ଧର୍ମଶାଳା କୁମାରୀ ପଂଚାୟତ ଜାଲସୁଖା ଗ୍ରାମରେ ପିଇବା ପାଣିର ଅଭାବ

ଯାଜପୁର,୨୭/୦୨(ଉ. ନ୍ୟୁଜ୍ ବ୍ୟୁରୋ): ଧର୍ମଶାଳା ବ୍ଲକ ନାକ ତଳେ ଥିବା କୁମାରୀ ପଂଚାୟତର ଜାଲସୁଖା ଗ୍ରାମରେ ଲୋକେ ପିଇବାକୁ ପାଣି ପାଉ ନ ଥିବାର ଅଭିଯୋଗ ହୋଇଛି । ଏଠାରେ ଥିବା ଗୋଟିଏ ଟ୍ୟୁୱେଲ ଦୀର୍ଘବର୍ଷ ହେଲା ଅଚଳ ହୋଇ ପଡିଥିବା ବେଳେ ଅନ୍ୟ ଗୋଟିଏ ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପ ମଧ୍ୟ ଅଚଳ ହୋଇ ପଡିଛି । ଅଙ୍ଗନବାଡି କେନ୍ଦ୍ର ପରିସରରେ ଥିବା ଗୋଟିଏ ଭଙ୍ଗା ଟ୍ୟୁୱେଲରୁ ଗାଁ ଯାକର ଲୋକେ ପାଣି ନେଉଥିଲେ ମଧ୍ୟ ତାହା ସମସ୍ତଲୋକଙ୍କ ପାଇଁ ପର୍ଯ୍ୟାପ୍ତ ହୋଇ ପାରୁ ନାହିଁ । ଏହି ଗାଁର ଲୋକେ ମଧ୍ୟ ବିଭିନ୍ନ ପ୍ରକାର ସର୍ବନିମ୍ନ ସୁବିଧା ସୁଯୋଗରୁ ବଂଚିତ । ଧର୍ମଶାଳାରେ ବେକାରୀ ସମସ୍ୟା ସହ କୃଷକ, ଶ୍ରମିକ ଓ ମହିଳାମାନଙ୍କ ସମସ୍ୟା ବଢ଼ି ବଢ଼ି ଚାଲିଛି ବୋଲି ବିଜେଡ଼ି ଯୁବ ନେତା ସତୀଶ ବିଶ୍ୱାଳ ଅଭିଯୋଗ କରିଛନ୍ତି ।
          ଧର୍ମଶାଳାର କେତେକ ସ୍ଥାନରେ ମହିଳାମାନଙ୍କ ସ୍ୱୟଂ ସହାୟକ ଗୋଷ୍ଠୀର ଋଣ ଅର୍ଥକୁ ହଡପ କରାଯାଉଛି । ଏଥିନେଇ ମହିଳାମାନେ ଥାନାରେ ଅଭିଯୋଗ ପରେ ବି ନ୍ୟାୟ ପାଉନାହାନ୍ତି । ବେକାର ଯୁବକ/ଯୁବତୀମାନଙ୍କ ଆତ୍ମ ନିଯୁକ୍ତି କ୍ଷେତ୍ରରେ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ । ଜାଲସୁଖା ଗ୍ରାମରେ ନିରିହ ଆଦିବାସୀମାନେ ଶତାଧିକ ବର୍ଷ ଧରି ଜୀବନ ବିତାଉଛନ୍ତି । ହେଲେ ସେମାନଙ୍କ ନାମରେ ଅଦ୍ୟାବଧି ଘର ଢିହ ପଟ୍ଟା ଖଣ୍ଡେ ମିଳିନାହିଁ । ଧର୍ମଶାଳାର ବହୁ ଗ୍ରାମରେ ଲୋକେ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବାର ସତୀଶ ଅଭିଯୋଗ କରିଛନ୍ତି ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close