ରିଜର୍ଭ ବ୍ୟାଙ୍କ ଦ୍ୱାରା ୧୫ଟି ଅଣ-ବ୍ୟାଙ୍କିଙ୍ଗ ସଂସ୍ଥାର କାର୍ଯ୍ୟକ୍ରମ ଉପରେ ରୋକ

ଯାଜପୁର, ୧୪ା୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଗରୀବ ବିକାଶ ସଂସ୍ଥା (ଜନହିତ ବ୍ୟାଙ୍କ) ସହ ଅନ୍ୟ ୧୪ଟି ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀର ପଞ୍ଜିକରଣ ରଦ୍ଦ କରାଯାଇଚ୍ଥି । ଏ ସଂପର୍କରେ ସ୍ୱଳ୍ପ ସଂଚୟ ବିଭାଗର ନିର୍ଦ୍ଦେଶକ ଏସ୍‌. ଦାସ ସମସ୍ତ ଜିଲ୍ଲାପାଳମାନଙ୍କୁ ଅବଗତ କରାଇଚ୍ଥନ୍ତି । ଏହି କମ୍ପାନୀ ଏବଂ ଗରୀବ ବିକାଶ ସଂସ୍ଥା (ଜନହିତ ବ୍ୟାଙ୍କ) ବ୍ୟାଙ୍କ ସଂପର୍କିତ କାର୍ଯ୍ୟକ୍ରମ କରିବା ଉପରେ ପ୍ରତିବନ୍ଧକ ଲଗାଯାଇଚ୍ଥି । ଜିଲ୍ଲାମାନଙ୍କରେ ଏହି ସଂସ୍ଥାମାନଙ୍କର କାର୍ଯ୍ୟକଳାପକୁ ରୋକିବା ସହ ସାଧାରଣ ଲୋକମାନଙ୍କୁ ସଚେତନ କରାଇବାକୁ ସ୍ୱଳ୍ପ ସଂଚୟ ନିର୍ଦ୍ଦେଶକ ପତ୍ର ସଂଖ୍ୟା ୩୧୯୩୦, ତା ୧୨ା୧୨ା୨୦୨୦ରେ ଜିଲ୍ଲାପାଳମାନଙ୍କୁ ଅନୁରୋଧ କରିଚ୍ଥନ୍ତି । ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲାର ପୋଲିସ କର୍ତୃପକ୍ଷଙ୍କୁ ମଧ୍ୟ ଏ ସମ୍ୱନ୍ଧରେ ଅବଗତ କରାଯାଇ ଏହି ସଂସ୍ଥା ବା କମ୍ପାନୀମାନଙ୍କ ଦ୍ୱାରା ଯଦି ବେଆଇନ ବ୍ୟାଙ୍କିଙ୍ଗ କାରବାର ହେଉଥିବ ତେବେ ତାହା ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଚ୍ଥି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close